Advertisment

ରାଜଧାନୀରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ଅଧରେ ରାଜଧାନୀରେ ମୁହାଁମୁହିଁ ହେଲେ ପୁଲିସ୍-ଅପରାଧୀ। ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଥିବା ବେଳେ ଖସି ଯାଇଛନ୍ତି ତା’ ସହଯୋଗୀ । ଗତକାଲି ମଧ୍ୟରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ହୋଇଛି ଏନକାଉଣ୍ଟର। ପୁଲିସ୍‌ ସୂଚନା ମୁତାବକ, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚକରାକୁ ଧରିବାକୁ ଯାଇଥିବା ବେଳେ ବୋମାମାଡ଼ ହୋଇଥିଲା । ଚକରା ଓ ତା ସହଯୋଗୀ ପୁଲିସ୍‌କୁ ଦେଖି ବୋମାମାଡ଼ କରିଥିଲେ । ଏହାର ଜବାବରେ ପୁଲିସ୍ […]

ଅଦ୍ୟତନ ହୋଇଛି
ରାଜଧାନୀରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ

encounter

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ଅଧରେ ରାଜଧାନୀରେ ମୁହାଁମୁହିଁ ହେଲେ ପୁଲିସ୍-ଅପରାଧୀ। ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଥିବା ବେଳେ ଖସି ଯାଇଛନ୍ତି ତା’ ସହଯୋଗୀ । ଗତକାଲି ମଧ୍ୟରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ହୋଇଛି ଏନକାଉଣ୍ଟର।

Advertisment

ପୁଲିସ୍‌ ସୂଚନା ମୁତାବକ, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚକରାକୁ ଧରିବାକୁ ଯାଇଥିବା ବେଳେ ବୋମାମାଡ଼ ହୋଇଥିଲା । ଚକରା ଓ ତା ସହଯୋଗୀ ପୁଲିସ୍‌କୁ ଦେଖି ବୋମାମାଡ଼ କରିଥିଲେ । ଏହାର ଜବାବରେ ପୁଲିସ୍ ଏନକାଉଣ୍ଟର କରିଥିଲା ।

ଚକରାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଆହତ ଅବସ୍ଥାରେ ତାକୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛିା ତାସହ ଦୁଇ ଜଣ ପୁଲିସ୍ ଅଧିକାରୀ ବି ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ବୋମା, ବନ୍ଧୁକ ସମେତ ଏକ କାର୍‌ ଜବତ ହୋଇଛି । ଘଟଣାସ୍ଥଳରୁ ଫେରାର ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ୍ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

Advertisment

ଏନେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି,  ଖଣ୍ଡଗିରି ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାର୍ଡ ସୂଚନା ପାଇ ସେଠାରେ ପହଞ୍ଚିଥିବା ବେଳେ ଏହି ଗ୍ରୁପ୍‌ ସଦସ୍ୟ ଫାୟାରିଂ କରିବା ସହ ବୋମାମାଡ଼ କରିଥିଲେ। ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମାନେ ବନ୍ଧୁକ ଦେଖାଇ ଲୁଟ୍‌ ଯୋଜନା କରୁଥିବା ଜଣାପଡ଼ିଛି। ଭୁବନେଶ୍ୱର ପୁଲିସ୍‌ ଏପରି ସବୁ ଗ୍ୟାଙ୍ଗକୁ ଧରିବାକୁ ଜୋରଦାର ପ୍ରୟାସ ଚଳାଇଛି। ଅପରାଧ ନିୟନ୍ତ୍ରଣ କରିବା ଭୁବନେଶ୍ୱର ପୁଲିସ୍‌ର ମୁଖ୍ୟ ଟାର୍ଗେଟ ।

Bhubaneswar Police Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe