Advertisment

ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ, ବନ୍ଧା ହେଲେ ଯନ୍ତ୍ରୀ

ସୋନପୁର (ରବୀନ୍ଦ୍ର ହୋତା): ଜଣେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ୍‌ ୨ ଜଣଙ୍କୁ ବାନ୍ଧିଛି। ଗିରଫ ୨ ଜଣଙ୍କ ମଧ୍ୟରେ ଜଣେ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଥିବା ଜଣାଯାଇଛି। ଏପରି ଲଜ୍ଜାଜନକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। ଗିରଫ ୨ ଜଣ ହେଲେ ଗଣେଶ ସାହୁ ଏବଂ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଶଶିକାନ୍ତ ସେଠୀ । ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ଘର ବୀରମହାରାଜପୁର ଥାନା ଅଞ୍ଚଳରେ । […]

author-image
Niharika Rout
ଅଦ୍ୟତନ ହୋଇଛି
ମହିଳାଙ୍କୁ ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ରଡ଼ ପୂରାଇଦେଲେ

Gang Rape

ସୋନପୁର (ରବୀନ୍ଦ୍ର ହୋତା): ଜଣେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ୍‌ ୨ ଜଣଙ୍କୁ ବାନ୍ଧିଛି। ଗିରଫ ୨ ଜଣଙ୍କ ମଧ୍ୟରେ ଜଣେ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଥିବା ଜଣାଯାଇଛି। ଏପରି ଲଜ୍ଜାଜନକ ଘଟଣା ସୁବର୍ଣ୍ଣପୁରଜିଲ୍ଲାରେ ଘଟିଛି। ଗିରଫ ୨ ଜଣ ହେଲେ ଗଣେଶ ସାହୁ ଏବଂ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଶଶିକାନ୍ତ ସେଠୀ ।

Advertisment

ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ଘର ବୀରମହାରାଜପୁର ଥାନା ଅଞ୍ଚଳରେ । ହେଲେ ସେ ଦୀର୍ଘ ଦିନ ହେଲା ସ୍ୱଧାର ଗୃହରେ ଆଶ୍ରୟ ନେଇଥିଲେ।  ଗତ ରବିବାର ସେ ଏକୁଟିଆ ସମ୍ବଲପୁର ଯାଉଥିଲେ। ଏହାର ସୁଯୋଗ ନେଇ ଶଶିକାନ୍ତ ଓ  ଗଣେଶ ତାଙ୍କୁ ପ୍ରଲୋଭିତ କରି ନେଇ ଯାଇଥିଲେ। ଏହାପରେ ସେମାନେ ଯୁବତୀଙ୍କୁ ନିଶା ଦେଇ ଏକ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅତ୍ୟଧିକ ନିଶାରୁ ଯୁବତୀ ଜଣଙ୍କ ଘରୁ ପଦାକୁ ଆସି ହଙ୍ଗାମା କରିବା ପରେ ପୁଲିସ୍‌ ଖବର ପାଇ ରାସ୍ତାରୁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସୁସ୍ଥ ହେବା ପରେ ପୀଡ଼ିତାଙ୍କ ବୟାନକୁ ରେକର୍ଡ କରିବା ସହ ପୁଲିସ୍‌ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Advertisment
Rape