/odisha-reporter/media/media_files/2026/03/07/vigilance-2026-03-07-10-54-05.jpg)
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ତାଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ମୋଟ ୭ଟି ସ୍ଥାନରେ ଚଢାଉ କରାଯାଇଛି। ତା ମଧ୍ୟରେ ତାଙ୍କ ସଂପର୍କୀୟଙ୍କ ଘର ମଧ୍ୟ ସାମିଲ ରହିଛି। କଟକ, କେନ୍ଦ୍ରାପଡା, ଭଦ୍ରକ, ଢେଙ୍କାନାଳ ଓ ଭୁବନେଶ୍ୱରରେ ଶ୍ରୀ ରାୟଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଛି।
ଭୁବନେଶ୍ୱରର ବାଲିଅନ୍ତାରେ ସେ ଏକ ବିରାଟ କୋଠା ନିର୍ମାଣ କରିଛନ୍ତି। ପ୍ରାୟ ୩୦୦୦ ବର୍ଗ ଫୁଟ ଅଞ୍ଚଳରେ ନିର୍ମିତ ଏହି କୋଠା ୪ ମହଲା ବିଶିଷ୍ଟ। ଅଳ୍ପ ଦିନ ତଳେ ଏହାର ନିର୍ମାଣ ଶେଷ ହୋଇଥିବା ଜଣାପଡିଛି। ଏଥିରେ ଏକ ବ୍ୟବସାୟିକ ପ୍ରତିଷ୍ଠାନକୁ ଭଡ଼ା ମଧ୍ୟ ଦେଇ ସାରିଛନ୍ତି। ତାଙ୍କର ଏହି କୋଠା ଦେଖି ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଟକା ହୋଇ ଯାଇଥିଲେ।
ଖବର ଲେଖାଯିବା ସୁଦ୍ଧା ରେଡ୍ ଜାରି ରହିଛି। ତାଙ୍କର ଏହି ୪ ମହଲା ବିଶିଷ୍ଟ ଘରୁ ଭିଜିଲାନ୍ସ ନଗଦ ଏକ ଲକ୍ଷ ୮୬ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
