/odisha-reporter/media/media_files/2026/03/07/vigilance-2026-03-07-10-54-05.jpg)
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ମୋଟ ୭ଟି ସ୍ଥାନରେ ଚଢାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ସେ ଠୁଳ କରିଥିବା ସମ୍ପତ୍ତି ସାମ୍ନାକୁ ଆସିଛି। ଚଢ଼ାଉ ଜାରି ରହିଥିବା ବେଳେ ତାଙ୍କର ଆହୁରି ସମ୍ପତ୍ତି ଥିବା ଭିଜିଲାନ୍ସ ସନ୍ଦେହ କରୁଛି।
ଶ୍ରୀ ରାୟ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ୱରର ବାଲିଅନ୍ତାରେ ଗୋଟିଏ ୪ ମହଲା କୋଠା ଅଛି, ଯାହା ୮୦୦୦ ବର୍ଗ ଫୁଟ ଜାଗାରେ ନିର୍ମିତ ହୋଇଛି। ୨୦୨୪-୨୫ରେ ସେ ଏହି କୋଠା ନିର୍ମାଣ କରିଛନ୍ତି।
ସେହିପରି କଟକର ଚୈ।ଦ୍ବାରରେ ୫୨୦୦ ବର୍ଗ ଫୁଟ ଜାଗାରେ ତାଙ୍କର ଏକ ଦ୍ବିମହଲା କୋଠା ଅଛି।
କେବଳ ଏତିକି ନୁହେଁ, ଭୁବନେଶ୍ୱର ଓ ଚୈ।ଦ୍ବାରରେ ତାଙ୍କର ଦୁଇଟି ଦାମୀ ପ୍ଲଟ ଅଛି। ଏହି ଦୁଇଟି ପ୍ଲଟ ମଧ୍ୟରୁ ଯେଉଁଟି ଭୁବନେଶ୍ୱରର ବାଲିଅନ୍ତାରେ ଅଛି, ତା'ର ଆକାର ୩୦୦୦ ବର୍ଗ ଫୁଟ୍। ଚୈ।ଦ୍ବାରରେ ଥିବା ପ୍ଲଟର ଆକାର ୨୫୦୦ ବର୍ଗ ଫୁଟ୍।
ଏହି କୋଠା ଓ ପ୍ଲଟ ଗୁଡିକର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ପକ୍ଷରୁ ମାପଚୁପ କରାଯାଉଛି।
ଏହା ବାଦ୍ ଶ୍ରୀ ରାୟଙ୍କ ଘରୁ ନଗଦ ୪ ଲକ୍ଷ ୪୮ ହଜାର ୫୮୦ ଟଙ୍କା ଜବତ କରାଯାଇଛି। ତାଙ୍କର ବ୍ୟାଙ୍କ, ଡାକଘର ଓ ଅନ୍ୟାନ୍ୟ ନିବେଶ ନେଇ ଭିଜିଲାନ୍ସର ଯାଞ୍ଚ ଜାରି ରହିଛି। ତାଙ୍କର ଦୁଇଟି ଦୁଇ ଚକିଆ ଗାଡି ଅଛି।
୧୯୮୮ ମସିହା ଜୁନ ୧୦ ତାରିଖରେ ସରକାରୀ ଚାକିରି ଆରମ୍ଭ କରିଥିଲେ ଶ୍ରୀ ରାୟ। ଜଳ ସମ୍ପଦ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ସେ ଯୋଗ ଦେଇଥିଲେ। ତାଙ୍କର ପ୍ରାରମ୍ଭିକ ଦରମା ୧୫୦୦ ଟଙ୍କା ଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
