ଭିଜିଲାନ୍ସ ଜାଲରେ ଯାଜପୁର ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ

ଯାଜପୁର(ଓଡ଼ିଶା ରିପୋର୍ଟର): ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଯାଜପୁର ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡି ପ୍ରସାଦ ମହାପାତ୍ର। ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛି। ଏଥିସହ ଯନ୍ତ୍ରୀଙ୍କ ଅଫିସ୍‌ ଓ ଘରେ ଚଢ଼ଉ କରିଛି ଭିଜିଲାନ୍ସ। ଯାଜପୁର ଡ୍ରେନେଜ୍ ଡିଭିଜନ ଅଫିସରେ ନିୟୋଜିତ ହୋଇଥିଲା ଠିକାଦାର ଦେବାଶିଷ ପଣ୍ଡାଙ୍କ ଗାଡି। ହେଲେ ତାଙ୍କୁ ୩ ମାସର ବକେୟା ଟଙ୍କା ମିଳୁନଥିଲା। ଏଥିପାଇଁ […]

Vigilance

Manoranjan Sial
  • Published: Wednesday, 04 August 2021
  • , Updated: 04 August 2021, 06:02 PM IST

ଯାଜପୁର(ଓଡ଼ିଶା ରିପୋର୍ଟର): ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଯାଜପୁର ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡି ପ୍ରସାଦ ମହାପାତ୍ର। ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛି। ଏଥିସହ ଯନ୍ତ୍ରୀଙ୍କ ଅଫିସ୍‌ ଓ ଘରେ ଚଢ଼ଉ କରିଛି ଭିଜିଲାନ୍ସ।

ଯାଜପୁର ଡ୍ରେନେଜ୍ ଡିଭିଜନ ଅଫିସରେ ନିୟୋଜିତ ହୋଇଥିଲା ଠିକାଦାର ଦେବାଶିଷ ପଣ୍ଡାଙ୍କ ଗାଡି। ହେଲେ ତାଙ୍କୁ ୩ ମାସର ବକେୟା ଟଙ୍କା ମିଳୁନଥିଲା। ଏଥିପାଇଁ ଶ୍ରୀ ପଣ୍ଡା ବାରମ୍ୱାର ଡ୍ରେନେଜ୍‌ ବିଭାଗ ଅଫିସ୍‌ ଦୌଡି ନୟାନ୍ତ ହୋଇଥିଲେ। ମାତ୍ର ତାଙ୍କୁ ବକେୟା ଟଙ୍କା ମିଳୁନଥିଲା। ଶେଷରେ ଡ୍ରେନେଜ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡି ପ୍ରସାଦ ମହାପାତ୍ର ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଠିକାଦାର ଶ୍ରୀ ପଣ୍ଡା ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଶ୍ରୀ ପଣ୍ଡା ଆଜି ଯନ୍ତ୍ରୀ ଚଣ୍ଡି ପ୍ରସାଦ ମହାପାତ୍ରଙ୍କୁ ଲାଞ୍ଚ ଟଙ୍କା ଦେଉଥିଲେ। ଏହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଏପରିକି ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀମାନେ ଯନ୍ତ୍ରୀଙ୍କ ଭୁବନେଶ୍ୱରର ସ୍ଥିତ ଘର ଓ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍‌ ସ୍ଥିତ ବାସ ଭବନରେ ଚଢ଼ଉ କରିଛନ୍ତି।

Related story