Advertisment

ପ୍ରପୋଜ୍‌ କଲା, ରାଜି ନହେବାରୁ ଛୁରୀ ଭୁସି ଦେଲା

କଟକ(ଓଡ଼ିଶା ରିପୋର୍ଟର): ବିଚ୍‌ ରାସ୍ତାରେ ଇଂଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼। ପ୍ରେମ ନିବେଦନ କରି ନିରାଶ ହେବା ପରେ ରୋଡ୍‌ ରୋମିଓ ଜଣକ ଛୁରା ମାଡ଼ କରିଥିଲା। ଏପରି ଅଭିଯୋଗ ଆସିଛି କଟକ ସଦର ଥାନା ପ୍ରତାପନଗରୀ ଅଞ୍ଚଳରୁ। ଛୁରା ମାଡ଼ରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗଭୀର ଆଘାତ ହୋଇଛି। ଅନ୍ୟପକ୍ଷରେ ଛୁରା ମାଡ଼ କରିଥିବା ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ପ୍ରତାପନଗର ଗାଁର ଛାତ୍ରୀ ଜଣକ ଫୁଲ୍‌ନଖରା ଅଞ୍ଚଳରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ […]

author-image
Manoranjan Sial
ଆମ ଭଲ ପାଇବାକୁ ସ୍ୱୀକୃତି ଦିଅ, ନହେଲେ ବିଷ ପିଇଦେବି...!

girl

କଟକ(ଓଡ଼ିଶା ରିପୋର୍ଟର): ବିଚ୍‌ ରାସ୍ତାରେ ଇଂଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼। ପ୍ରେମ ନିବେଦନ କରି ନିରାଶ ହେବା ପରେ ରୋଡ୍‌ ରୋମିଓ ଜଣକ ଛୁରା ମାଡ଼ କରିଥିଲା। ଏପରି ଅଭିଯୋଗ ଆସିଛି କଟକ ସଦର ଥାନା ପ୍ରତାପନଗରୀ ଅଞ୍ଚଳରୁ। ଛୁରା ମାଡ଼ରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗଭୀର ଆଘାତ ହୋଇଛି। ଅନ୍ୟପକ୍ଷରେ ଛୁରା ମାଡ଼ କରିଥିବା ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛି।

Advertisment

ପ୍ରତାପନଗର ଗାଁର ଛାତ୍ରୀ ଜଣକ ଫୁଲ୍‌ନଖରା ଅଞ୍ଚଳରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ନ୍ତି। ସବୁଦିନ ପରେ ଆଜି ସେ କଲେଜ ଯାଇଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ସେ କଲେଜ ବସ୍‌ରେ ଆସି ନିଜ ଗାଁ ନିକଟସ୍ଥ ଏନ୍‌ଏଚ୍‌ରେ ଓହ୍ଲାଇଥିଲେ। ସେଠାରୁ ସେ ଚାଲି ଚାଲି ଘରକୁ ଯାଉଥିଲେ। ଠିକ୍‌ ଏହି ସମୟରେ ବିଚ୍‌ ରାସ୍ତାରେ ଜଣେ ରୋଡ୍‌ ରୋମିଓ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ମାତ୍ର ଏଥିରେ ରାତି ହୋଇନଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୋଡ୍‌ ରୋମିଓ ଜଣକ ସାଙ୍ଗରେ ଆଣିଥିବା ଏକ ଛୁରୀରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଛାତ୍ରୀଙ୍କ ହାତ ଓ ଜଙ୍ଘରେ ଗଭୀର ଆଘାତ ଲାଗିଛି।

ଗାଁ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମଇଦରପଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଅନ୍ୟପକ୍ଷରେ ଛୁରା ମାଡ଼ କରିବା ପରେ ରୋଡ୍‌ ରୋମିଓ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଅନ୍ୟପକ୍ଷରେ ଛୋରା ମାଡ଼ କରିଥିବା ରୋଡ୍‌ ରୋମିଓଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ। ସେ ନିୟମିତ ଭାବେ ମହିଳା ଓ ଯୁବତୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।