୨ ଦିନ ହେଲା ନିଖୋଜ ଥିଲେ ଇଞ୍ଜିନିୟର, ଡ୍ୟାମରୁ ମିଳିଲା ମୃତଦେହ

କଳାହାଣ୍ଡି(ରାଜ କୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ କମ୍ପାନୀରେ କାମ କରୁଥିବା ଇଞ୍ଜିନିୟକ ପ୍ରତ୍ୟୁଷ ପ୍ରଧାନ ମୃତଦେହ ଗତକାଲି ଟାଙ୍ଗନକଣା ଡ୍ୟାମରୁ ଉଦ୍ଧାର କରାଯାଇଛି। ପ୍ରତ୍ୟୁଷ ଗତ ୧ ତାରିଖରୁ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହେଲା ପୁଲିସ୍‌ ଘଟଣାର ଛାନଭିନ ଜାରି ରଖିଛି। ସୂଚନା ଅନୁସାରେ,  ପ୍ରତ୍ୟୁଷ ଗତ ୧ ତାରିଖରରେ କମ୍ପାନୀ ଯାଇ ନ ଥିଲେ। ଫଳରେ ଗତକାଲି ସନ୍ଧ୍ୟାରେ ତାଙ୍କ ନିଖୋଜ ନେଇ […]

kala

Niharika Rout
  • Published: Thursday, 03 September 2020
  • , Updated: 03 September 2020, 02:01 PM IST

କଳାହାଣ୍ଡି(ରାଜ କୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ କମ୍ପାନୀରେ କାମ କରୁଥିବା ଇଞ୍ଜିନିୟକ ପ୍ରତ୍ୟୁଷ ପ୍ରଧାନ ମୃତଦେହ ଗତକାଲି ଟାଙ୍ଗନକଣା ଡ୍ୟାମରୁ ଉଦ୍ଧାର କରାଯାଇଛି। ପ୍ରତ୍ୟୁଷ ଗତ ୧ ତାରିଖରୁ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହେଲା ପୁଲିସ୍‌ ଘଟଣାର ଛାନଭିନ ଜାରି ରଖିଛି।

ସୂଚନା ଅନୁସାରେ,  ପ୍ରତ୍ୟୁଷ ଗତ ୧ ତାରିଖରରେ କମ୍ପାନୀ ଯାଇ ନ ଥିଲେ। ଫଳରେ ଗତକାଲି ସନ୍ଧ୍ୟାରେ ତାଙ୍କ ନିଖୋଜ ନେଇ କମ୍ପାନୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଲାଞ୍ଜିଗଡ଼ ପୁଲିସ୍‌  ଘଟଣାର ଛାନଭିନ ଆରମ୍ଭ କରିଥିଲା।

ଗତକାଲି ରାତ୍ରରେ ପ୍ରତ୍ୟୁଷଙ୍କ କାର୍ ଲାଞ୍ଜିଗଡ଼ଠାରୁ ୩ କିମି ଦୂରରେ ଟାଙ୍ଗନକନା ଡ୍ୟାମ ନିକଟରେ ଥିବା ଖବର ପାଇ ଲାଞ୍ଜିଗଡ଼ ପୁଲିସ୍‌ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇ ନ ଥିଲା। ଆଜି  ଅଗ୍ନିଶମ କର୍ମଚାରୀ ପହଞ୍ଚି ଡ୍ୟାମରେ ଖୋଜରଖୋଜି କରି ପ୍ରତ୍ୟୁଷଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ମୃତ ପ୍ରତ୍ୟୁଷଙ୍କ ନିଜ ଗାଁ କନ୍ଧମାଳ ଜିଲ୍ଲା ଉଦୟଗିରି ଥାନାର ଗଦଗୁଡା ଗାଁରେ ବୋଲି ଜଣାପଡିଛି । ସେ ୨୦୦୭ ମସିହାରୁ ବେଦାନ୍ତରେ ଚାକିରି କରୁଥିବା ଜଣାଯାଇଛି। ଖବର ପାଇ ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସେମାନେ ଥାନାରେ ଅଭିଯୋଗ କରି ନ ଥିବା ଜଣାଯାଇଛି। ଏହା ଆତ୍ମହତ୍ୟା ନା ହତ୍ୟା କରି ମୃତଦେହ ଡ୍ୟାମକୁ ଫୋପାଡ଼ି ଦିଆଯାଇଛି ପୁଲିସ୍‌ ତାହାର ଖୋଳତାଡ଼ ଜାରି ରଖିଛି।

Related story