ରାଜ୍ୟର ୧୧ଟି ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ବନାନ ସଂଶୋଧନ କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ତା’ମଧ୍ୟରେ ୭ଟି ଜିଲ୍ଲାର ଇଂରାଜୀ ବନାନ ମଧ୍ୟ ବଦଳିବ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କାହାର କିଛି ଅଭିଯୋଗ କିମ୍ବା ଆପତ୍ତି ଥିଲେ ୧୫ ଦିନ ଭିତରେ ତଥ୍ୟ ସହ ଦେବାକୁ ବିଜ୍ଞପ୍ତିରେ ପ୍ରକାଶ ଉଲ୍ଲେଖ କରାଯାଇଛି।
ଦେବଗଡ଼ ଜିଲ୍ଲାକୁ ଇଂରାଜୀରେ Deogarh (ଦେଓଗଡ଼) ଲେଖାଯାଉଥିବା ବେଳେ ଏବେ Debagah ଲେଖାଯିବାକୁ ପ୍ରସ୍ତାବ ରହିଛି। ଖୋରଧା ଜିଲ୍ଲାକୁ ଇଂରାଜୀରେ Khurda ଲେଖାଯାଉଥିବା ବେଳେ ଏଣିକି Khoradha ଲେଖାଯିବ। ଅନୁଗୋଳ ଜିଲ୍ଲାର ଇଂରାଜରେ Angul ଲେଖାଯାଉଥିବା ବେଳେ ଏଣିକି Anugol ଲେଖାଯିବ। ବାଲେଶ୍ୱର ଜିଲ୍ଲାକୁ ଇଂରାଜୀରେ Balasore ଲେଖାଯାଉଥିବା ବେଳେ ଏଣିକି Baleshwar ଲେଖାଯିବାର ପ୍ରସ୍ତାବ ରହିଛି। ସେହିପରି କେନ୍ଦ୍ରାପଡ଼ାକୁ Kendrapara ଲେଖାଯାଉଥିବା ବେଳେ ଏବେ Kendrapada ଲେଖାଯିବ। କେନ୍ଦୁଝରକୁ ଇଂରାଜୀରେ Keonjhar ଲେଖାଯାଉଥିବା ବେଳେ ଏଣିକି Kendujhar ଲେଖାଯିବ। ନୟାଗଡ଼କୁ Nayagarh ବଦଳରେ Nayagada ଲେଖାଯିବାର ପ୍ରସ୍ତାବ ରହିଛି।
ସେହିପରି ମାଲକାନଗିରି ଜିଲ୍ଲାର ପଡ଼ିଆକୁ ଇଂରାଜୀରେ Podia ଲେଖାଯାଉଥିବା ବେଳେ ଏଣିକି Padia ଲେଖାଯିବ। ଦେବଗଡ଼ ଜିଲ୍ଲାର ରିଆମାଳକୁ Reamal ବଦଳରେ Riamal ଲେଖାଯିବର ପ୍ରସ୍ତାବ ରହିଛି।
ଖୋରଧା ଜିଲ୍ଲାର ବୋଲଗଡ଼, ବାଣପୁର ଓ ଜଟଣୀର ଇଂରାଜୀ ବନାବନ ବଦଳିବ। Bolagarh ବଦଳରେ Bolagada, Banpur ବଦଳରେ Banapur ଓ Jatni ବଦଳରେ Jatani ଲେଖାଯିବ।
ଅନୁଗୋଳ ଜିଲ୍ଲାର ପାଳଲହଡ଼ାକୁ Pallahara ଲେଖାଯାଉଥିବା ବେଳେ ଏଣିକି Palalahada ଲେଖାଯିବ।
କଟକ ଜିଲ୍ଲାର ଆଠଗଡ଼, ସାଲେପୁର ଓ ବଡ଼ମ୍ବାର ଇଂରାଜୀ ନାଁ ବଦଳି। Athagarh ବଦଳରେ Athagad, Salipur ବଦଳରେ Salepur ଓ Baramba ବଦଳରେ Badamba ଲେଖାଯିବ।
ବାଲେଶ୍ୱରର ନୀଳଗିରିକୁ Nilgiri ଲେଖାଯାଉଥିବା ବେଳେ ଏଣିକି Nilagiri ଓ କେନ୍ଦ୍ରାପଡ଼ାର ଆଳିକୁ Aul ବଦଳରେ Ali, ମହାକାଳପଡ଼ାକୁ Mahakalpara ବଦଳରେ Mahakalpada ଲେଖାଯିବ।
କେନ୍ଦୁଝରର ବଡ଼ବିଲକୁ Barbil ବଦଳରେ Badbil, ସମ୍ବଲପୁରର ରେଢ଼ାଖୋଲକୁ Rairakhol ବଦଳରେ Redhakhol ଓ ଦଶପଲ୍ଲାକୁ Daspalla ବଦଳରେ Dashapalla ଲେଖାଯିବାର ପ୍ରସ୍ତାବ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/05/lokaseva1-2026-02-05-12-18-44.jpg)