Advertisment

ଏଣିକି ଅନଲାଇନରେ ମିଳିବ ମେଧାବୃତ୍ତି

ଭୁବନେଶ୍ୱର: ଏଣିକି ରାଜ୍ୟର ଛାତ୍ରଛାତ୍ରୀମାନେ ଅନଲାଇନରେ ମେଧାବୃତ୍ତି ପାଇବେ। ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ଏହି ଅବସରରେ ସେ କହିଥିଲେ ଯେ ଏହା ଦ୍ୱାରା ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଉଥିବା ଛାତ୍ରଛାତ୍ରୀମାନେ ଉପକୃତ ହେବେ। ଏବେ ଛାତ୍ରଛାତ୍ରୀଙ୍କ ଏକାଉଣ୍ଟକୁ ସିଧାସଳଖ ଟଙ୍କା ଚାଲିଯିବ। ସେହିପରି ମେଧାବୃତ୍ତି ପାଇଁ ଯୋଗ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଏଣିକି ଅନଲାଇନରେ ଏଥିପାଇଁ ଆବେଦନ କରିପାରିବେ। ସେହିପରି ଅନଲାଇନରେ ସାର୍ଟିଫିକେଟରେ ଅଥେଣ୍ଟିସିଟି ପାଇଁ ବ୍ୟବସ୍ଥା କରାଯାଇଛି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଏଣିକି ଅନଲାଇନରେ ମିଳିବ ମେଧାବୃତ୍ତି

pradip-panigrahi

ଭୁବନେଶ୍ୱର: ଏଣିକି ରାଜ୍ୟର ଛାତ୍ରଛାତ୍ରୀମାନେ ଅନଲାଇନରେ ମେଧାବୃତ୍ତି ପାଇବେ। ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ଏହି ଅବସରରେ ସେ କହିଥିଲେ ଯେ ଏହା ଦ୍ୱାରା ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଉଥିବା ଛାତ୍ରଛାତ୍ରୀମାନେ ଉପକୃତ ହେବେ। ଏବେ ଛାତ୍ରଛାତ୍ରୀଙ୍କ ଏକାଉଣ୍ଟକୁ ସିଧାସଳଖ ଟଙ୍କା ଚାଲିଯିବ। ସେହିପରି ମେଧାବୃତ୍ତି ପାଇଁ ଯୋଗ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଏଣିକି ଅନଲାଇନରେ ଏଥିପାଇଁ ଆବେଦନ କରିପାରିବେ।

Advertisment

ସେହିପରି ଅନଲାଇନରେ ସାର୍ଟିଫିକେଟରେ ଅଥେଣ୍ଟିସିଟି ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଗଗନ କୁମାର ଧଳ, ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ବେହେରା ଓ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment