ପ୍ରତିହିଂସାପରାୟଣ ବିଜେଡି ସରକାର: ବୈଜୟନ୍ତଙ୍କୁ ଅଚଳ କରିବାକୁ ତୃତୀୟ ମହଲାର ଷଡ଼ଯନ୍ତ୍ର !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକ ସରକାର, ବିଜେଡି ଓ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ବିରୋଧରେ ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ସ୍ୱର ଉଠାଇଲେ ରାଜ୍ୟରେ ରହିବା ସମ୍ଭବପର ନୁହେଁ। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଭୂଲୁଣ୍ଠିତ କରି ଏଭଳି ସନ୍ଦେଶ ଦେବାକୁ ପ୍ରୟାସ କରୁଛି ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର। ନାଟକୀୟ ଢଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗରକୁ ଗତକାଲି ସନ୍ଧ୍ୟାରେ ଜବତ କରାଯିବା ଓ ଆଜି ବିଜେଡି ପକ୍ଷରୁ ପୂର୍ବାହ୍ନରେ ବିଧାନସଭା ପରିସରରେ ଧାରଣା ଓ […]

jay

jay

Amaresh Biswal
  • Published: Tuesday, 18 September 2018
  • Updated: 18 September 2018, 04:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକ ସରକାର, ବିଜେଡି ଓ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ବିରୋଧରେ ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ସ୍ୱର ଉଠାଇଲେ ରାଜ୍ୟରେ ରହିବା ସମ୍ଭବପର ନୁହେଁ। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଭୂଲୁଣ୍ଠିତ କରି ଏଭଳି ସନ୍ଦେଶ ଦେବାକୁ ପ୍ରୟାସ କରୁଛି ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର।

ନାଟକୀୟ ଢଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗରକୁ ଗତକାଲି ସନ୍ଧ୍ୟାରେ ଜବତ କରାଯିବା ଓ ଆଜି ବିଜେଡି ପକ୍ଷରୁ ପୂର୍ବାହ୍ନରେ ବିଧାନସଭା ପରିସରରେ ଧାରଣା ଓ ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣା ଦିଆଯାଇ ଶ୍ରୀ ପଣ୍ଡାଙ୍କ ଗିରଫ ଦାବି କରାଯିବା ଘଟଣାରୁ ଏହା ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି।

ଚିଲିକା ଉପରେ ବିମାନ ଉଡ଼ାଣ ଉପରେ କଟକଣା ନଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କହିଥିବା ବେଳେ, ଡିଜିସିଏ ପକ୍ଷରୁ ଜାରି ‘ନୋ ଫ୍ଲାଇଂ ଜୋନ୍’ ତାଲିକାରେ ମଧ୍ୟ ଚିଲିକାର ନାଁ ନାହିଁ। ଏପଟେ ହେଲିକପ୍ଟର ଉଡ଼ାଣ ଯୋଗୁ ଚିଲିକାର ଜୈବବିବିଧତା ନଷ୍ଟ ହୋଇନି, ମାତ୍ର ମତ୍ସ୍ୟଜୀବୀମାନେ ଭୟଭୀତ ହୋଇଥିବାରୁ ଭବିଷ୍ୟତରେ ଯେଭଳି ଏହା ନହେବ ସେଥିପାଇଁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି।

ଏତଲାକାରୀ ସିଡିଏ କର୍ତ୍ତୃପକ୍ଷ ଶ୍ରୀ ନନ୍ଦ ନିଜେ ଚିଲିକାରେ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇନଥିବା କହୁଥିବାବେଳେ କାହା ଇଙ୍ଗିତରେ ଏତଲା ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ସିଡିଏର ଏସିଏଫ୍ ବିନୋଦ କୁମାର ଆଚାର୍ଯ୍ୟ ୧୭ତାରିଖ ସକାଳ ୧୧ଟାରେ ପୁରୀର ଅରଖକୁଦ ସାମୁଦ୍ରିକ ଥାନାରେ ଏତଲା ଦେବାର ମାତ୍ର ୭ ଘଣ୍ଟା ଭିତରେ ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କ ଭୁବନେଶ୍ୱର ବିମାନବନ୍ଦରରେ ଥିବା ହେଲିକପ୍ଟର ଓ ହ୍ୟାଙ୍ଗରକୁ ପୁରୀ ପୁଲିସର ଜଣେ ଅଫିସର ଆସି ସିଜ୍ କରିବା ପଛରେ ବଡ଼ଧରଣର ଷଡ଼ଯନ୍ତ୍ରର ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼ୁଛି।

ଚିଲିକାରେ ହେଲିକପ୍ଟର ଅବତରଣ ଘଟଣାକୁ ଉଭୟ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ହେଲିକପ୍ଟର ପାଇଲଟ୍ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଖଣ୍ଡନ କରିଛନ୍ତି।ଏସବୁ ସତ୍ତ୍ୱେ ବିନା ନୋଟିସରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗରକୁ ପୁରୀ ପୁଲିସ୍ ସିଜ୍ କରି ରାଜ୍ୟରେ ଏକଛତ୍ରବାଦୀ ଶାସନ ଚାଲିଛି ବୋଲି ପ୍ରମାଣ ଦେବାକୁ ପଛାଇ ନାହିଁ।ଏହି ଘଟଣାକୁ ନେଇ ବିଜେଡି କରିଥିବା ରାଜନୀତିକୁ ମଧ୍ୟ କଂଗ୍ରେସ-ବିଜେପି ସମେତ ବିଭିନ୍ନ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି। ବିଜେଡିର ପ୍ରତିହିଂସାପରାୟଣ ଆଭିମୁଖ୍ୟ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁଶାନ୍ତ ନନ୍ଦ କହିଛନ୍ତି ଯେ, ଚିଲିକା ଉପରେ ବିମାନ ଉଡ଼ାଣ ପାଇଁ କୌଣସି କଟକଣା ନାହିଁ । ଚିଲିକା ‘ନୋ ଫ୍ଲାଇଂ ଜୋନ୍’ କି ନୁହେଁ ତାହା ଡିଜିସିଏ ସ୍ପଷ୍ଟ କରିବେ ବୋଲି କହିଛନ୍ତି।

ବିଜେଡିର ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ,ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କ ସେପ୍ଟେମ୍ବର ୨୫ତାରିଖ ସମାବେଶ ଏବଂ ଦୁର୍ନୀତି ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ର‌୍ୟାଲି ପାଇଁ ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ବିଜେଡି ଆଶଙ୍କା କରୁଛି। ଏହି କାରଣରୁ ଏବେଠୁ ଶ୍ରୀ ପଣ୍ଡାଙ୍କୁ ଅଡ଼ୁଆରେ ପକାଇବା ଭଳି ପ୍ରାୟୋଜିତ ବିବାଦ ଓ ଷଡ଼ଯନ୍ତ୍ର କରାଯାଉଥିବା ଜଣାପଡ଼ିଛି।

ଚିଲିକା ବାଟ ଦେଇ କେନ୍ଦ୍ରାପଡ଼ା ଯାଇଥିବା ସାଂସଦ ଶ୍ରୀ ପଣ୍ଡାଙ୍କ ହେଲିକପ୍ଟର ନିର୍ଦ୍ଧାରିତ ୫୦୦ଫୁଟ୍ ଉପରେ ଉଡ଼ୁଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନଥିଲାବେଳେ ତାଙ୍କର ହେଲିକପ୍ଟର ଓ ହ୍ୟାଙ୍ଗରକୁ ସିଜ୍ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ କିଭଳି ଜଣେ ସବ୍ ଇନ୍ସପେକ୍ଟର ପାହ୍ୟାର ଅଫିସରଙ୍କୁ ଅନୁମତି ଦେଲେ ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ହେଲିକପ୍ଟର ଜବତ କରାଯିବା ପୂର୍ବରୁ କେଉଁ କାରଣରୁ ଶ୍ରୀ ପଣ୍ଡାଙ୍କୁ ନୋଟିସ୍ ଜାରି କରାଗଲାନି କିମ୍ବା ପକ୍ଷ ରଖିବାକୁ ସୁଯୋଗ ମିଳିଲାନି ତାକୁ ନେଇ ବି ପ୍ରଶ୍ନ ଉଠିଲାଣି।

ଯେଉଁ ଚିଲିକା ଉପରେ ଶ୍ରୀପଣ୍ଡା ଉଡ଼ାଣ କରିଥିବା କଥା ଅଭିଯୋଗ ହେଉଛି ପୂର୍ବରୁ ଗତବର୍ଷ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ବିମାନ ମଧ୍ୟ ଉଡ଼ାଣ ସହ ଅବତରଣ କରିଥିଲା।କିନ୍ତୁ କାହିଁକି କାର୍ଯ୍ୟାନୁଷ୍ଠାନ କିମ୍ବା ଅଭିଯୋଗ ସେତେବେଳେ ହୋଇନଥିଲା?

ରାଜ୍ୟରେ କ୍ଷମତାସୀନ ବିଜେଡି ଯେଉଁଭଳି ଢଙ୍ଗରେ ଶ୍ରୀ ପଣ୍ଡାଙ୍କ ଗିରଫ ଦାବି କରୁଛି ସେଥିରୁ ବିଜେଡିର ପ୍ରକୃତ ଆଭିମୁଖ୍ୟ ପଦାରେ ପଡ଼ିଲାଣି।

ତେବେ ବିଜେଡିର ଏଭଳି ସଂକୀର୍ଣ୍ଣ ଏବଂ ଅପରିପକ୍ବ ରାଜନୀତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story