ଏଣିକି ରାଜ୍ୟରେ ୧୦ଟଙ୍କାରୁ ଅଧିକ ହେବନି ସଂଗ୍ରହାଳୟ ପ୍ରବେଶ ଟିକେଟ୍‌

ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ(ଟିକେଟ ଦାମ) ୧୦ଟଙ୍କାରୁ ଅଧିକ ହେବନି ।

ରାଜ୍ୟ ସଂଗ୍ରହାଳୟ

  • Published: Wednesday, 01 March 2023
  • , Updated: 01 March 2023, 08:54 PM IST

ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ(ଟିକେଟ ଦାମ) ୧୦ଟଙ୍କାରୁ ଅଧିକ ହେବନି । ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରମାନେ ମାଗଣାରେ ସଂଗ୍ରହାଳୟ ବୁଲିପାରିବେ । ସେମାନଙ୍କଠୁ ସଂଗ୍ରହାଳୟରେ ପ୍ରବେଶ ନିମନ୍ତେ କୌଣସି ଦେୟ ଆଦାୟ କରାଯିବ ନାହିଁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଓଡ଼ିଶାର କଳା, ସଂସ୍କୃତିର ଏକ ସ୍ୱତନ୍ତ୍ର ପରିଚୟ ସମଗ୍ର ବିଶ୍ୱରେ ରହିଛି । ଏହି ମହାନ ଏତିହ୍ୟର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି । ସାଧାରଣ ଲୋକ ବିଶେଷକରି ଯୁବ, ଛାତ୍ର ଓ ପର୍ଯ୍ୟଟକମାନେ ଯେପରି ଆମର କଳା ଓ ସଂସ୍କୃତି ସହିତ ଭଲ ଭାବେ ପରିଚିତ ହେବେ ସେଥିପାଇଁ ସଂଗ୍ରହାଳୟଗୁଡ଼ିକର ପ୍ରବେଶ ଶୁଳ୍କକୁ ୧୦ଟଙ୍କାରୁ ଅଧିକ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ରାଜ୍ୟ ସଂଗ୍ରହାଳୟ(ଷ୍ଟେଟ ମ୍ୟୁଜିୟମ) ସମେତ କଳାଭୂମି, ଆଦିବାସୀ ସଂସ୍କୃତି ଓ ଗବେଷଣା ସଂଗ୍ରହାଳୟ, କଟକସ୍ଥିତ ସାମୁଦ୍ରିକ ସଂଗ୍ରହାଳୟ ଓ ବିଭିନ୍ନ ଜିଲ୍ଲାରେ ଅନେକ ସଂଗ୍ରହାଳୟ ରହିଛି ।

Related story