Advertisment

ଲୁମେକ୍ସ ମହାଠକେଇ; ମୁଖ୍ୟ କାର୍ପଟଦାର ରାଜୀବଲୋଚନ ଗିରଫ

କମିଶନରେଟ୍‌ ପୁଲିସ୍‌ଠାରୁ ନିରାଶ ହୋଇ ନିଶା ମହାପାତ୍ର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୫ ଦିନ ଭିତରେ କର୍ଯ୍ୟାନୁଷ୍ଠାନ ନେବାକୁ ୨୦୨୩ ଜାନୁଆରୀ ୨ ତାରିଖରେ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା।

ଅଦ୍ୟତନ ହୋଇଛି
Rajib Lochan Das

Rajib Lochan Das

Advertisment

ଲୁମେକ୍ସ ମହାଠକେଇର ମୁଖ୍ୟ କାର୍ପଟଦାର ରାଜୀବଲୋଚନ ଦାସ ଗିରଫ। ରାଜୀବ ଲୋଚନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW)। ଆଜି ତାଙ୍କୁ କୋର୍ଟଚାଲାଣ କରିଛି EOW।

Advertisment

ଭୁବନେଶ୍ୱର DLF ସାଇବରସିଟିରେ ଖଣିଜ ପଦାର୍ଥ ଚାଲାଣ କମ୍ପାନୀ ଖୋଲି ସେଥିରେ ନିବେଶ ଆଳରେ କୋଟି କୋଟି ଟଙ୍କା ଠକେଇ କରୁଥିଲେ ରାଜୀବ ଲୋଚନ ଦାସ। ହେଲେ ପରବର୍ତ୍ତୀ ସମୟରେ ନିବେଶକାରୀଙ୍କୁ ଟଙ୍କା ଫେରାଇ ନଥିଲେ। ଠକାମିରେ ଶିକାର ହୋଇ ୨୦୨୧ ମସିହାରେ ନିଶା ମହାପାତ୍ର ନାମକ ଜଣେ ନିବେଶକ ଇନଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କମିଶନରେଟ୍‌ ପୁଲିସ୍‌ ରାଜୀବ ଲୋଚନ ଦାସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। କମିଶନରେଟ୍‌ ପୁଲିସ୍‌ରେ କାର୍ଯ୍ୟରତ ଜଣେ ପ୍ରଭାବଶାଳୀ ଆଇପିଏସ୍‌ ଅଫିସଙ୍କ ଚାପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଥିଲା।

କମିଶନରେଟ୍‌ ପୁଲିସ୍‌ଠାରୁ ନିରାଶ ହୋଇ ନିଶା ମହାପାତ୍ର ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୫ ଦିନ ଭିତରେ କର୍ଯ୍ୟାନୁଷ୍ଠାନ ନେବାକୁ ୨୦୨୩ ଜାନୁଆରୀ ୨ ତାରିଖରେ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଏହି ଘଟଣାକୁ ବିରୋଧୀଦଳ ନେତାମାନେ ବିଧାନସଭାରେ ଉଠାଇ ଥିଲେ। ବିଧାନସଭାରେ ହଟ୍ଟଗୋଳ ପରେ ଘଟଣାର ତଦନ୍ତ ଭାର EOW କୁ ହସ୍ତାନ୍ତର କରାଯାଇଥିଲା। ଆଜି EOW ରାଜୀବ ଲୋଚନ ଦାସଙ୍କୁ ଗିରଫ କରିଛି।

Advertisment

ସୂଚନାରୁ ପ୍ରକାଶ, ‘ଲୁମେକ୍ସ ରିସୋର୍ସେସ ପ୍ରାଇଭେଟ ଲିମିଟେଡ’ର ଏମଡି ରାଜୀବ ଲୋଚନ ଦାସ ଓ ତାଙ୍କ ପତ୍ନୀ ନିଜ କମ୍ପାନୀରେ ପୁଞ୍ଜି ନିବେଶ ଆଳରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ଆସିଥିଲା। ଏଥିସହ ପୋଖରୀପୁଟ ଅଞ୍ଚଳରେ ଆଲିସାନ୍‌ ଭିଲ୍ଲା ଯୋଗାଇଦେବାକୁ କହି କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ମଧ୍ୟ ଆସିଥିଲା। ଏ ସଂକ୍ରାନ୍ତରେ ତଥ୍ୟ ଭିତ୍ତିକ ରିପୋର୍ଟ ଓଡ଼ିଶା ରିପୋର୍ଟରରେ ବାରମ୍ୱାର ପ୍ରକାଶ ପାଇଥିଲା।

Crime EOW
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe