Advertisment

୧୦୦ କୋଟି ଟଙ୍କାର ଠକେଇ, ଡାଏରୀ କମ୍ପାନୀ ଏମ୍‌ଡି ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶହେ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ରାଜଗାଙ୍ଗପୁର ଦିୟା ଡାଏରୀ ଏଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶିକା ଅମ୍ରିତା କିଣ୍ଡୋ ଗିରଫ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା- eow ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି। ଅମ୍ରିତାଙ୍କ ବିରୋଧରେ ୪୦୬/୪୨୦/୪୬୭/୪୬୮/୧୨୦ବି IPCରେ ମାମଲା ରୁଜୁ କରାଯାଇଛି। ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଅନ୍ନପୂର୍ଣ୍ଣା ଫାଇନାନ୍ସ […]

୧୦୦ କୋଟି ଟଙ୍କାର ଠକେଇ, ଡାଏରୀ କମ୍ପାନୀ ଏମ୍‌ଡି ଗିରଫ

amrita

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶହେ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ରାଜଗାଙ୍ଗପୁର ଦିୟା ଡାଏରୀ ଏଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶିକା ଅମ୍ରିତା କିଣ୍ଡୋ ଗିରଫ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା- eow ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି।

Advertisment

ଅମ୍ରିତାଙ୍କ ବିରୋଧରେ ୪୦୬/୪୨୦/୪୬୭/୪୬୮/୧୨୦ବି IPCରେ ମାମଲା ରୁଜୁ କରାଯାଇଛି। ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।

ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡର ଅଭିଯୋଗ ଆଧାରରେ ଅମ୍ରିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୨୦୨୦ରେ ଫାଇନାନ୍ସ ସଂସ୍ଥାରୁ ଲୋନ୍ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା।

Advertisment

ଅମ୍ରିତା ସମ୍ବନ୍ଧ ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଅନ୍ନପୂର୍ଣ୍ଣା ପ୍ରାଇଭେଟ୍ ଲିମିଟେଡକୁ ଜାଲ ଡକ୍ୟୁମେଣ୍ଟ ଦେଇ କୋଟି ଟଙ୍କାର ଋଣ ଆଣିଥିଲେ। କିନ୍ତୁ ଏହାକୁ ସେ ପରବର୍ତ୍ତୀ ସମୟରେ ଫେରାଇ ନଥିବା ଅଭିଯୋଗ ହୋଇଛି। ଯାହା ସମ୍ପୂର୍ଣ୍ଣ ଭାବରେ ବେଆଇନ ଦର୍ଶାଇ ମାମଲା ରୁଜୁ କରିଥିଲା eow।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe