ଫ୍ଲାଟ କିଣା ସ୍ୱପ୍ନ କରିଦେଲେ ଧୂଳିସାତ୍, ୫୦ ଜଣଙ୍କୁ ଲଗାଇଲେ ଚୁନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧୂଳିସାତ୍ କରିଦେଲେ ସ୍ୱପ୍ନ। ଘର ତ ଦେଲେନି, ଓଲଟା ୨୦ କୋଟି ଟଙ୍କା ଚୁନ ଲଗାଇଲେ। ରାଜଧାନ ଭୁବନେଶ୍ୱରରେ ଆପାଟମେଣ୍ଟ କରି ଫ୍ଲାଟ ବିକୁଥିବା ଏକ ରିୟଲ ଇଷ୍ଟେଟ ସଂସ୍ଥା ଏଭଳି ଚୁନ ଲଗାଇଛି। ଯିଏ ଏହି ଠକାମୀର ଶିକାର ହୋଇଛି, ସେ ଅଖା ଧୋଉଛି, ଗୁଣ ଗାଉଛି। ତେବେ ସେମାନଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲୁ ଏକ ମାମଲା କରି ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣା କରିଛି। ଏହି ମାମଲାରେ ଅଭିଯୁକ୍ତ ଆଉ ଦୁଇ […]

bulding

bulding

Niranjan Mishra
  • Published: Friday, 26 August 2022
  • Updated: 26 August 2022, 10:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧୂଳିସାତ୍ କରିଦେଲେ ସ୍ୱପ୍ନ। ଘର ତ ଦେଲେନି, ଓଲଟା ୨୦ କୋଟି ଟଙ୍କା ଚୁନ ଲଗାଇଲେ। ରାଜଧାନ ଭୁବନେଶ୍ୱରରେ ଆପାଟମେଣ୍ଟ କରି ଫ୍ଲାଟ ବିକୁଥିବା ଏକ ରିୟଲ ଇଷ୍ଟେଟ ସଂସ୍ଥା ଏଭଳି ଚୁନ ଲଗାଇଛି। ଯିଏ ଏହି ଠକାମୀର ଶିକାର ହୋଇଛି, ସେ ଅଖା ଧୋଉଛି, ଗୁଣ ଗାଉଛି। ତେବେ ସେମାନଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲୁ ଏକ ମାମଲା କରି ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣା କରିଛି। ଏହି ମାମଲାରେ ଅଭିଯୁକ୍ତ ଆଉ ଦୁଇ ଠକ ଫେରାର ହୋଇଯାଇଛନ୍ତି। ସେପଟେ ଏହି ମହାଠକଙ୍କ ଠକେଇ ପଛରେ ବିଜେଡିର ଜଣେ ରାଜନେତାଙ୍କ ଅଭିଯୋଗ ଆସିବା ପରେ ଏହି ମାମଲାରେ ସ୍ୱତନ୍ତ୍ର ଟୁଇଷ୍ଟ ଆସିଛି।

ଅଭିଯୋଗ ମୁତାବକ, ରାଜଧାନୀର ପ୍ରାୟ ୫୦ ଜଣଙ୍କୁ ଠକେଇ କରିଛି ରାଜଧାନୀର ବିଲ୍ଡର୍ ସଂସ୍ଥା ଓଡ଼ିଶା ହୋମ୍ସ। ଏନେଇ ଅଭିଯୋଗ ପରେ ଇଓଡବ୍ଲୁ ଓଡ଼ିଶା ହୋମ୍ସର ନୟାପଲ୍ଲୀ ଅଫିସରେ ଚଢ଼ାଉ କରି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାନ୍ତାରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସଂସ୍ଥାର ଅନ୍ୟ ୨ ନିର୍ଦ୍ଦେଶକ ମନୋଜ ପଣ୍ଡା ଏବଂ ସରୋଜ ପଣ୍ଡା ଫେରାର୍ ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ତନାଘନା ଜାରି ରହିିଥିବା କହିଛନ୍ତି ଇଓଡବ୍ଲୁ ଏସ୍ପି ଦିଲ୍ଲୀପ ତ୍ରିପାଠୀ।

ତେଣୁ ରାଜଧାନୀରେ ଘର କରିବାକୁ ସ୍ୱପ୍ନ ଦେଖୁଥିଲେ ସାବଧାନ। ଜୀବନ ଯାକର କଷ୍ଟ ଉପାର୍ଜିତ ଟଙ୍କା ଆଉ ଫେରି ନ ପାରେ। ଘର କିଣିବା ସ୍ୱପ୍ନ ମଧ୍ୟ ଅଧୁରା ରହିଯାଇପାରେ।

ଠକାମୀର ଶିକାର ହୋଇଥିବା ଟିସିଏସ୍ କମ୍ପାନୀରେ କାର୍ଯ୍ୟରତ ଭୁବନେଶ୍ୱରର ରଞ୍ଜନ କୁମାର ମହାପାତ୍ର କହିଛନ୍ତି, ନୟାପଲ୍ଲୀ ସ୍ଥିତ ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ବିଲ୍ଡର ସଂସ୍ଥାଠୁ ବୁକିଂ କରିଥିଲେ ଥ୍ରୀ ବିଏଚକେ ଫ୍ଲାଟ। ଏଥିପାଇଁ ୬୫ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ୬ ବର୍ଷ ହୋଇଗଲା, ନା ଫ୍ଲାଟ ମିଳିଲା ନା ଟଙ୍କା ଫେରିଆସିଲା। ଶେଷରେ ନ୍ୟାୟ ପାଇବାକୁ ସେ ଇଓଡବ୍ଲୁରେ ଦ୍ୱାରସ୍ଥ ହୋଇଛନ୍ତି।

ଇଓଡବ୍ଲୁ ସୂଚନା ମୁତାବକ, ଓଡ଼ିଶା ହୋମ୍ସର କଳିଙ୍ଗ ଷ୍ଟୁଡ଼ିଓ ନିକଟ ଶ୍ୟାମପୁରରେ ଅନ୍ୟତମ ନିର୍ମାଣାଧିକ ଆପାଟମେଣ୍ଟ କାମ ଚାଲିଛି। ଅଭିଯୁକ୍ତମାନେ ଏଠାରେ ଶସ୍ତାରେ ଫ୍ଲାଟ ଦେବାର ଲୋଭ ଦେଖାଇ ଗଣପତି ହୋମ୍ସ ନାଁରେ ଲୋକଙ୍କ ଠାରୁ ବୁକିଂ ନେଇଥିଲେ। ୨୦୧୩ରୁ ୨୦୧୬ ମଧ୍ୟରେ ପ୍ରାୟ ୫୦ରୁ ଅଧିକ ଗ୍ରାହକଙ୍କଠୁ ମୋଟ ୨୦ କୋଟି ଟଙ୍କା ଆଦାୟ କରିଥିଲେ। ହେଲେ ଘର ଦେବାର ନାଁ ଗନ୍ଧ ନାହିଁ। ୭ ଜଣଙ୍କ ନାଁରେ ବୁକିଂ ଫ୍ଲାଟକୁ ଏକାଧିକ ଲୋକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। କେବଳ ଶ୍ୟାମପୁର ନୁହେଁ, ସହିଦନଗର, ଖଣ୍ଡଗିରି ଅଞ୍ଚଳରେ ବି ଫ୍ଲାଟ ନାଁରେ ଠକେଇର ଜାଲ ବିଛାଇଥିଲେ ଏମାନେ। କାହାଠୁ ୬୦/୭୦ ଲକ୍ଷ ନେଇଥିଲେ ତ ଆଉ କାହାଠୁ ନେଇଥିଲେ କୋଟିଏରୁ ଅଧିକ ଟଙ୍କା। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡ଼ିକ ମଞ୍ଜୁରୀ ଦେବା ସହ ଋଣ ବି ଦେଇଥିଲେ। ସେହି ବିଶ୍ୱାସରେ ଭଳି ଯାଇଥିଲେ ଲୋକେ।

ଓଡ଼ିଶା ହୋମ୍ସର ମାଲିକ ହେଉଛନ୍ତି, କୋରାପୁଟ ଜୟପୁରର ମୂଳ ବାସିନ୍ଦା। ସେଠାରେ ବି କଂପାନୀ ପକ୍ଷରୁ ତିଆରି ହେଉଛି ଫ୍ଲାଟ।

ତେବେ ପ୍ରଶ୍ନ ଉଠୁଛି, କାହା ଛତ୍ରଛାୟାରେ ଏଭଳି ଠକେଇ କାରବାର ଚଳାଉଛି ଏହି ବିଲ୍ଡର୍ ସଂସ୍ଥା। ରାଜଧାନୀରେ ପଚାଶ ଜଣଙ୍କୁ ଚୁନା ଲଗାଇଥିବା ଏହି ସଂସ୍ଥାକୁ କିଏ ଦେଇଛି ଅଭୟ ବର।

ରଘୁନାଥ ପାଢ଼ୀ ନାମକ ଜଣେ ବ୍ୟକ୍ତି ପୁଲିସ୍ ଡିଜିଙ୍କୁ ଟୁଇଟ୍ କରି ଲେଖିଛନ୍ତି, ଏହି ସଂସ୍ଥାରେ ବହୁଳ ମାତ୍ରାରେ ଅର୍ଥ ବିନିଯୋଗ କରିଛନ୍ତି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ। ସେ ଏହିି ଠକ ବିଲ୍ଡର୍ ସଂସ୍ଥାର ଗଡ୍ ଫାଦର।

ତେବେ ରବି ନନ୍ଦ କହିଛନ୍ତି, ରାଜନୈତିକ ଆକ୍ରୋଶ ରଖି ବିଭିନ୍ନ ବ୍ୟକ୍ତି ଟାର୍ଗେଟ କରୁଛନ୍ତି। ତଥାପି ତଦନ୍ତ ହେଉ, ଦୋଷ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣୀୟ ହେବ। ଏମିତି ଠକାମୀ କରିଥିବା ବିଲ୍ଡର ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story