Advertisment

ଆଉ ମୁଲ ଲାଗିବେନି ଇଫୁ; ଡାକ୍ତରୀ ପଢ଼ା ଖର୍ଚ୍ଚ ତୁଲାଇବେ ସରକାର

ବାଲିଗୁଡ଼ା(ଅଜିତ କୁମାର ନାୟକ): ଦୂର ହେବ ଦୁଃଖ । ବଦଳିବ ଭାଗ୍ୟ। ପାହାଡ଼ି ମୁଲକର ପୁଅ ଇଫୁ ମଳିକ ହେବ ଡାକ୍ତର । ନିଜ ମେଡିକାଲ ପଢ଼ା ପାଇଁ ଆଉ ମୁଲ ଲାଗିବନି ଇଫୁ।  ଇଫୁ ଡାକ୍ତରୀ ଡିଗ୍ରୀ ହାସଲ ପାଇଁ ଆବଶ୍ୟକ ଥିବା ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଇଫୁଙ୍କୁ ଡକରା ଆସିଥିବା ବେଳେ ସରକାରୀ ଗାଡ଼ିରେ ରାଜଧାନୀମୁହାଁ ହୋଇଛନ୍ତି ଇଫୁ। ଆଜି ଇଫୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ […]

ଅଦ୍ୟତନ ହୋଇଛି
ଆଉ ମୁଲ ଲାଗିବେନି ଇଫୁ; ଡାକ୍ତରୀ ପଢ଼ା ଖର୍ଚ୍ଚ ତୁଲାଇବେ ସରକାର

ephu

Advertisment

ବାଲିଗୁଡ଼ା(ଅଜିତ କୁମାର ନାୟକ): ଦୂର ହେବ ଦୁଃଖ । ବଦଳିବ ଭାଗ୍ୟ। ପାହାଡ଼ି ମୁଲକର ପୁଅ ଇଫୁ ମଳିକ ହେବ ଡାକ୍ତର । ନିଜ ମେଡିକାଲ ପଢ଼ା ପାଇଁ ଆଉ ମୁଲ ଲାଗିବନି ଇଫୁ।  ଇଫୁ ଡାକ୍ତରୀ ଡିଗ୍ରୀ ହାସଲ ପାଇଁ ଆବଶ୍ୟକ ଥିବା ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଇଫୁଙ୍କୁ ଡକରା ଆସିଥିବା ବେଳେ ସରକାରୀ ଗାଡ଼ିରେ ରାଜଧାନୀମୁହାଁ ହୋଇଛନ୍ତି ଇଫୁ। ଆଜି ଇଫୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଇଫୁଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରଠୁ ତାଙ୍କ ପରିବାର ସଦସ୍ୟଙ୍କ ଖୁସି କହିଲେ ନ ସରେ।

Advertisment

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ପଞ୍ଚାୟତର ବାଗ୍ରାମିଲା ଗ୍ରାମର ଇଫୁ ମଳିକ ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ହେଲେ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ କିପରି ଏମବିବିଏସ୍‌ ପାଠପଢ଼ା ସାରି ଡାକ୍ତର ହେବେ ସେହି ଚିନ୍ତା ଘାରିଛି ଇଫୁଙ୍କୁ। ଏଥିପାଇଁ ସେ ପର ଘରେ ମୁଲ ଲାଗିବାକୁ ବି ପଛାଉ ନାହାନ୍ତି। ଏହି ଖବର ପ୍ରଚାରିତ ହେବାର ମାତ୍ର ୨ ଦିନ ମଧ୍ୟରେ ଇଫୁଙ୍କ ନିକଟକୁ ସହାୟତର ହାତ ବଢ଼ିବାରେ ଲାଗିଛି। ଦୂର ହୋଇଛି ଇଫୁଙ୍କ ପାଠପଢ଼ା ଚିନ୍ତା ।

ଗତ ବୁଧବାର ଇଫୁଙ୍କୁ  ପ୍ରଶାସନ ପକ୍ଷରୁ ୬୨,୯୫୦ ଟଙ୍କା ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ଫୋନ ଯାଇଥିଲା। ୫ଟି ସଚିବ ଭି.କେ ପାଣ୍ଡିଆନ ଇଫୁଙ୍କ ସହ କଥା ହୋଇ ତାଙ୍କର ପ୍ରଶଂସା କରିବା ସହ ତାଙ୍କ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଏପରିକି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିଥିବା ବେଳେ ଗତକାଲି ଆଟିଡିଏ ଅଫିସ ଗାଡ଼ି ତାଙ୍କ ଦୁଆର ମୁହଁରେ ଲାଗିଥିଲା। ସେଥିରେ ଇଫୁ ଭୁବନେଶ୍ୱର ଅଭିମୁଖେ ଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟ ସରକାର ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ଜାଣିବା ପରେ ଖୁବ୍‌ ଖୁସି ଥିବା ଇଫୁ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିର କୃତଜ୍ଞ ।  ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟିତ ରହିବି। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇବି ବୋଲି କେବେ ଭାବି ନ ଥିଲି। ତାଙ୍କୁ ସାକ୍ଷାତ କରି ତାଙ୍କ ଆର୍ଶିବାଦ ନେବି ।

ଆମେ ବହୁ କଷ୍ଟରେ ପୁଅକୁ ପାଠପଢ଼ାଇ ଏଯାଏ ଆଣିଛୁ। ଏଥିପାଇଁ ପଥର ହାଣିଛୁ, ମୁଲ ଲାଗିଛୁ। ଏବେ ମୁଖ୍ୟମନ୍ତ୍ରୀ ଆମ ପୁଅର ଦାୟିତ୍ୱ ନେଇଥିବାରୁ ଆମେ ତାଙ୍କ ନିକଟରେ ଚିର କୃତଜ୍ଞ ବୋଲି ଇଫୁଙ୍କ ବାପାମା’ କହିଛନ୍ତି।

ବାଲିଗୁଡା ଆଇଟିଡ଼ିଏ  ପିଏ ମଧୁସୂଦନ ବେହେରା କହିଛନ୍ତି, ଇଫୁ ଜଣେ ମେଧାବୀ ଛାତ୍ର । ଏପରି ଉପାନ୍ତ ଅଞ୍ଚଳରେ ରହି ବି ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛନ୍ତି। ତାଙ୍କୁ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଦିଆଯିବ । ଇଫୁଙ୍କ ୨ ଭଉଣୀଙ୍କର ପାଠପଢ଼ାରେ ଆଗ୍ରହ ଥିବାରୁ ସେମାନଙ୍କୁ ବି ପାଠପଢ଼ା ପାଇଁ ଉତ୍ସାହିତ କରାଯିବ ଓ ସାହାଯ୍ୟ ଯୋଗାଇ ଦିଆଯିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe