Advertisment

Evacuation: କଳ୍ପନାଙ୍କୁ ସାହସ ଦେଉଥିଲେ ଗତ ସରକାରର ଜଣେ ବିଧାୟକ!

ସରକାରୀ ଜାଗା ମାଡ଼ି ବସିଥିଲେ। ମନ ଇଛା ଦୋକାନ ଘର କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ। ଗାଁ ଲୋକେ ପ୍ରଶ୍ନ କଲେ, ନାଲି ଆଖି ଦେଖାଉଥିଲେ। ଏବେ କିନ୍ତୁ ଚଢ଼ିଲା ବୁଲଡୋଜର। ଭାଙ୍ଗିଲା ଦୋକାନ ଘର।

Matha
Advertisment

ସରକାରୀ ଜାଗା ମାଡ଼ି ବସିଥିଲେ। ମନ ଇଛା ଦୋକାନ ଘର କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ। ଗାଁ ଲୋକେ ପ୍ରଶ୍ନ କଲେ, ନାଲି ଆଖି ଦେଖାଉଥିଲେ। ଏବେ କିନ୍ତୁ ଚଢ଼ିଲା ବୁଲଡୋଜର। ଭାଙ୍ଗିଲା ଦୋକାନ ଘର।  ବୁଧବାର ଭୁବନେଶ୍ୱରର କପିଳପ୍ରସାଦସ୍ଥିତ କାଳୀ ମନ୍ଦିରମଠକୁ ଲାଗି ରହିଥିବା ପ୍ରାୟ ଦେଢ଼ ଏକର ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି।

Advertisment

ରାଜଧାନୀ ଭୁବନେଶ୍ୱରରେ ଏୟାରପୋର୍ଟଠାରୁ ସାମନ୍ତରାପୁର ଯାଇଥିବା ମୁଖ୍ୟ ରାସ୍ତା କଡ଼ରେ ପ୍ରାୟ ୨ ଏକର ଜମିକୁ ମଠ ନାଁରେ ମାଡ଼ିବସି ବ୍ୟବସାୟ ଚଳାଇଥିଲେ କଳ୍ପନା ଶତପଥୀ ନାମ୍ନୀ ଜଣେ ମହିଳା। ତାଙ୍କ କହିବା କଥା, ମଠର ମହନ୍ତ ତାଙ୍କୁ ଝିଅ କରିଥିଲେ। ତେଣୁ ସେ ହେଉଛନ୍ତି ସେହି ମଠର ଉତ୍ତରାଧିକାରୀ। ଏହି ଜମି ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଓ ବିଜୁ ବାବୁଙ୍କ ଅମଳରୁ ମଠ ଅକ୍ତିଆରରେ ରହିଛି ବୋଲି କଳ୍ପନା ଦାବି କରିଛନ୍ତି। ଏବେ ମନ୍ଦିର ମଠ ପରିଚାଳାନ ପାଇଁ କିଛି ସ୍ଥାନରେ ଦୋକାନ ଘର କରି ଭଡ଼ାରେ ଲଗାଯାଇଛି। ଲୋକ ତାଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି, ଆଉ ଏକୁଟିଆ ମହିଳା ପାଇ ହରଇରାଣ କରୁଥିବା ଅଭିଯୋଗ କରିଛନ୍ତି କଳ୍ପନା।

ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ପୂର୍ବତନ ଏକ୍ରାମ ବିଧାୟକଙ୍କ ସାହସ ପାଇ କଳ୍ପନା ଶତପଥୀ ଏହି ଜାଗାକୁ ଜବରଦଖଲ କରି ରଖିଥିଲେ ଓ ବ୍ୟବସାୟ କରି ଭଲ ଲାଭ କରୁଥିଲେ। ପ୍ରାୟ ୩୦ ଲକ୍ଷ ଟଙ୍କା ସିକ୍ୟୁରିଟି ଡିପୋଜିଟରେ ଏଠାରେ ଏକ କମ୍ପାନୀ ଖୋଲିଥିଲା ଓ ଟେଣ୍ଡର ନେଇ ସରକାରୀ କାମ କରୁଥିଲା। ଏପରିକି, ପ୍ରତି ଦୋକାନକୁ ୧୦ ହଜାର ଟଙ୍କା ଭଡ଼ାରେ ଲଗାଯାଇଥିଲା। ସାଧାରଣ ଲୋକଙ୍କୁ ମଠକୁ ପ୍ରବେଶ ଅନୁମତି ମିଳୁନଥିଲା ବୋଲି ଅଭିଯୋଗ ହୋଇଛି। ଏବେ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ପରେ, ଏଠାରୁ ଜବରଦଖଲ ଉଚ୍ଛେଦ କରିଛି ବିଡିଏର ଏନଫୋର୍ସମେଣ୍ଟ ଟିମ୍। ଜବରଦଖଲ ଉଚ୍ଛେଦ ହେବା ପରେ, ଏ ସ୍ଥାନରେ ସରକାରଙ୍କ ପକ୍ଷରୁ ଲାଗିଛି ପ୍ରବେଶ ନିଷେଧ ବୋର୍ଡ।

Advertisment

ଭୁବନେଶ୍ୱରରୁ ସ୍ୱାତୀ ଜେନାଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe