Advertisment

ସ୍ଥାନାନ୍ତରିତ ହେଲେଣି ଲକ୍ଷେ ଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଅମ୍ଫାନ୍‌’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳସବୁରେ ଓଡ଼ିଶାରେ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ ଏଯାଏ ଲକ୍ଷେ ୬ ହଜାର ୪୭୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଲାଣି। ମଙ୍ଗଳବାର ରାତି ୧୧ଟା ସୁଦ୍ଧା ଏହି ତଥ୍ୟ ଦିଆଯାଇଛି। ବାଲେଶ୍ୱର ଜିଲ୍ଲାରେ ୧୯,୧୦୦, ଭଦ୍ରକରେ ୨୦୧୭୦, କଟକରେ ୩୯୩୮, ଗଜପତିରେ ୧୪୯୫, ଜଗତସିଂହପୁରରେ ୯୦୭୬, ଯାଜପୁର ୭୧୪୦, କେନ୍ଦ୍ରାପଡ଼ାରେ ୩୦୯୭୦, କେଉଁଝରରେ ୩୦, […]

ସ୍ଥାନାନ୍ତରିତ ହେଲେଣି ଲକ୍ଷେ ଲୋକ

pradeep

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଅମ୍ଫାନ୍‌’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳସବୁରେ ଓଡ଼ିଶାରେ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ ଏଯାଏ ଲକ୍ଷେ ୬ ହଜାର ୪୭୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଲାଣି। ମଙ୍ଗଳବାର ରାତି ୧୧ଟା ସୁଦ୍ଧା ଏହି ତଥ୍ୟ ଦିଆଯାଇଛି।

Advertisment

ବାଲେଶ୍ୱର ଜିଲ୍ଲାରେ ୧୯,୧୦୦, ଭଦ୍ରକରେ ୨୦୧୭୦, କଟକରେ ୩୯୩୮, ଗଜପତିରେ ୧୪୯୫, ଜଗତସିଂହପୁରରେ ୯୦୭୬, ଯାଜପୁର ୭୧୪୦, କେନ୍ଦ୍ରାପଡ଼ାରେ ୩୦୯୭୦, କେଉଁଝରରେ ୩୦, ଖୋର୍ଦ୍ଧାରେ ୧୩୮୫, ମୟୂରଭଞ୍ଜରେ ୫୨୦୦, ଏବଂ ପୁରୀରେ ୭୯୭୨ ଜଣଙ୍କୁ ସ୍ଥାନାନ୍ତର କରାଗଲାଣି। ମୋଟ ୧୬୨୦ ଆଶ୍ରୟସ୍ଥଳୀରେ ଏମାନଙ୍କୁ ରଖାଯାଇଛି।

ଶେଷ ଖବର ସୁଦ୍ଧା ଅମ୍ଫାନ୍‌ ପାରାଦୀପଠାରୁ ୨୫୦ କିଲୋମିଟର ଦୂରରେ ରହିଛି। ଅନ୍ୟପକ୍ଷରେ ଦୀଘାଠାରୁ ଏହି ବାତ୍ୟା ୩୯୦ କିଲୋମିଟର ଦୂରରେ ରହିଛି। ସମୁଦ୍ର ଭିତରେ ଏହି ବାତ୍ୟାର ବେଗ ଘଣ୍ଟା ପ୍ରତି ୨୦ କିଲୋମିଟର ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe