ଗତ ନିର୍ବାଚନ ପୂର୍ବରୁ ମହାନଦୀର ପାଣି ଏକ ବଡ଼ ପ୍ରସଙ୍ଗ ଥିଲା। କଂଗ୍ରେସ, ବିଜେପି ଓ ବିଜେଡି ପରସ୍ପର ବିରୋଧରେ ଦୋଷ ଲଦାଲଦି ହେଲେ। ଏବେ ବିଶ୍ୱ ଜଳ ଦିବସରେ ଏହି ପ୍ରସଙ୍ଗ ବିଧାନସଭାରେ ବି ଉଠିଛି। ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରସଙ୍ଗ ଉଠାଇ ରାଜ୍ୟର ବିଭିନ୍ନ ନଦୀରେ ଜଳ ସ୍ଥିତିକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ।