Advertisment

ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହେଲେ ସେକ୍ଟର ଅଫିସର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ନିଜ କାରରେ ଇଭିଏମ୍‌ ରଖିଥିବା ନେଇ ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଲୋକେ। ବୁଥରେ ଇଭିଏମ୍‌ ଥାଇ ବାହାରେ ଆଉ ଗୋଟିଏ କାହିଁକି ରହିଲା ପ୍ରଶ୍ନ ବାଣରେ ସେକ୍ଟର ଅଫିସରଙ୍କୁ  ଘାଇଲା କଲେ ଅଞ୍ଚଳବାସୀ। ଗଞ୍ଜାମ ଜିଲ୍ଲା  ବ୍ରହ୍ମପୁର ମହାନଗର ନିଗମ ୪୦ ନମ୍ବର ଓ୍ୱାର୍ଡରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ୨୩୩ ନମ୍ବର ବୁଥରେ ମତଦାନ ଚାଲିଥିବା ବେଳେ ସେକ୍ଟର ଅଫିସର ସେଠାରେ ଉପସ୍ଥିତ ଥିଲେ।  ତାଙ୍କ କାର୍‌ରେ ଇଭିଏମ୍‌ […]

ଅଦ୍ୟତନ ହୋଇଛି
ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହେଲେ ସେକ୍ଟର ଅଫିସର

evm tension

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ନିଜ କାରରେ ଇଭିଏମ୍‌ ରଖିଥିବା ନେଇ ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଲୋକେ। ବୁଥରେ ଇଭିଏମ୍‌ ଥାଇ ବାହାରେ ଆଉ ଗୋଟିଏ କାହିଁକି ରହିଲା ପ୍ରଶ୍ନ ବାଣରେ ସେକ୍ଟର ଅଫିସରଙ୍କୁ  ଘାଇଲା କଲେ ଅଞ୍ଚଳବାସୀ। ଗଞ୍ଜାମ ଜିଲ୍ଲା  ବ୍ରହ୍ମପୁର ମହାନଗର ନିଗମ ୪୦ ନମ୍ବର ଓ୍ୱାର୍ଡରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁସାରେ, ୨୩୩ ନମ୍ବର ବୁଥରେ ମତଦାନ ଚାଲିଥିବା ବେଳେ ସେକ୍ଟର ଅଫିସର ସେଠାରେ ଉପସ୍ଥିତ ଥିଲେ।  ତାଙ୍କ କାର୍‌ରେ ଇଭିଏମ୍‌ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବିଭିନ୍ନ ଦଳର ଏଜେଣ୍ଟ ଓ ସ୍ଥାନୀୟ ଲୋକେ  ଏନେଇ ପ୍ରତିବାଦ କରିଥିଲେ। ସେକ୍ଟର ଅଫିସରଙ୍କୁ ଲୋକମାନେ ଘେରିଯାଇ ବିଭିନ୍ନ ପ୍ରଶ୍ନ କରିଥିଲେ। ହେଲେ ତାଙ୍କ ପାଟିରୁ କିଛି ଉତ୍ତର ବାହାରି ନଥିଲା।

ଡେପୁଟି କମିଶନର ତଥା ସୁପରଭିଜନ ଅଫିସର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।  ଲୋକଙ୍କ ବିରୋଧ ପରେ ସେହି ଇଭିଏମକୁ ଫେରାଇ  ନେଇଥିଲେ ଡେପୁଟି କମିଶନର।

Advertisment

ଡେପୁଟି କମିଶନର କହିବା ଅନୁଯାୟୀ, ପ୍ରତି ସେକ୍ଟର ଅଫିସରଙ୍କୁ ୧୦ଟି ବୁଥ ଦାୟିତ୍ୱ ଦିଆଯାଇଥାଏ। କେଉଁ ବୁଥ୍‌ରେ  ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ହେଲେ  ଅଲଗା ରଖାଯାଇଥିବ ଇଭିଏମ୍‌କୁ ବ୍ୟବହାର କରାଯାଇଥାଏ।

Odisha Municipal Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe