Advertisment

ପୌର ନିର୍ବାଚନରେ ବ୍ୟବହୃତ ହେବ ଇଭିଏମ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ପୌର ନିର୍ବାଚନ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍‌)ରେ ହେବ। ଆଜି ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ, ଗୋଟିଏ ବୁଥ୍‌ରେ ୨ଟି ଇଭିଏମ୍ ରହିବ। ଗୋଟିଏ ଇଭିଏମ୍‌ରେ କାଉନସିଲର/କର୍ପୋରେଟରଙ୍କ ପାଇଁ ଭୋଟ୍ ପଡ଼ିବ। ସେହିପରି ଅନ୍ୟ ଇଭିଏମ୍‌ଟିରେ ପୌରାଧ୍ୟକ୍ଷ/ମେୟରଙ୍କ ପାଇଁ ଭୋଟ୍ ପଡ଼ିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ସୂଚନାଯୋଗ୍ୟ, ଏଥର ଭୋଟରମାନେ ସିଧାସଳଖ […]

ଅଦ୍ୟତନ ହୋଇଛି
ପୌର ନିର୍ବାଚନରେ ବ୍ୟବହୃତ ହେବ ଇଭିଏମ୍‌

state election commission odisha

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ପୌର ନିର୍ବାଚନ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍‌)ରେ ହେବ। ଆଜି ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି।

Advertisment

ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ, ଗୋଟିଏ ବୁଥ୍‌ରେ ୨ଟି ଇଭିଏମ୍ ରହିବ। ଗୋଟିଏ ଇଭିଏମ୍‌ରେ କାଉନସିଲର/କର୍ପୋରେଟରଙ୍କ ପାଇଁ ଭୋଟ୍ ପଡ଼ିବ। ସେହିପରି ଅନ୍ୟ ଇଭିଏମ୍‌ଟିରେ ପୌରାଧ୍ୟକ୍ଷ/ମେୟରଙ୍କ ପାଇଁ ଭୋଟ୍ ପଡ଼ିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ସୂଚନାଯୋଗ୍ୟ, ଏଥର ଭୋଟରମାନେ ସିଧାସଳଖ ମେୟର ଓ ପୌରାଧ୍ୟକ୍ଷ ବାଛିବେ।

ପୌର ନିର୍ବାଚନରେ ଏଥର ପ୍ରାର୍ଥୀଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ଏହି ସତ୍ୟପାଠରେ ସେମାନେ ନିଜର ସଂପତ୍ତି ତାଲିକା ଦେବେ। ଏହାସହ ଶିକ୍ଷାଗତ ଯୋଗ୍ୟତାର ବିବରଣୀ ଦେବେ। ସେହିଭଳି ଯଦି ସେମାନଙ୍କ ନାଁରେ କୌଣସି ଅପରାଧ ମାମଲା ଥିବ, ତା’ର ମଧ୍ୟ ସୂଚନା ଦେବେ। ଯଦି କେହି ଭୁଲ୍‌ ତଥ୍ୟ ସତ୍ୟପାଠରେ ଉଲ୍ଲେଖ କରିଥିବେ, ତା’ହେଲେ ତାଙ୍କର ପ୍ରାର୍ଥିପତ୍ର ନାକଚ ହୋଇଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସମସ୍ତ ରାଜନୀତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍ତି।

Advertisment

ଏହା ସହିତ ପୌର ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସର୍ବାଧିକ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରାଯାଇଛି। ମହାନଗର ନିଗମର କର୍ପୋରେଟର ପ୍ରାର୍ଥୀ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ସେହିପରି ମେୟର ପ୍ରାର୍ଥୀ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ପୌର ପରିଷଦରେ କାଉନସିଲର ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୫୦ ହଜାର ଟଙ୍କା ରହିଛି। କିନ୍ତୁ ଏଠାରେ ଚେୟାରମ୍ୟାନ ପ୍ରାର୍ଥୀଙ୍କ ସର୍ବାଧିକ ଖର୍ଚ୍ଚ ସୀମା ରହିଛି ୨ ଲକ୍ଷ ଟଙ୍କା। ସେହିପରି ୫୦ ହଜାରରୁ ଲକ୍ଷେ ଜନସଂଖ୍ୟା ବିଶିଷ୍ଟ ପୌର ପରିଷଦରେ କାଉନସିଲର ପ୍ରାର୍ଥୀ ସର୍ବାଧିକ ୭୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ଏଠାରେ ଚେୟାରମ୍ୟାନ ପ୍ରାର୍ଥୀ ସର୍ବାଧିକ ୩ ଲକ୍ଷ ଟଙ୍କା  ଖର୍ଚ୍ଚ କରିପାରିବେ। ୧ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପୌର ପରିଷଦରେ କାଉନ୍‌ସିଲର ପ୍ରାର୍ଥୀ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିଭଳି ଏଠାରେ ଚେୟାରମ୍ୟାନ୍ ପ୍ରାର୍ଥୀ ସର୍ବାଧିକ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସବୁ ଦଳର ନେତାଙ୍କୁ ଅବଗତ କରାଯାଇଛି।

ପୌର ନିର୍ବାଚନ ପାଇଁ ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି। ଆଜି ୧୦୭ ପୌରାଞ୍ଚଳ ଓ ୩ ମହାନଗରରେ ଚିଠା ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ଦିଆଯାଇଛି। ତେବେ ଫେବ୍ରୁଆରୀ ୨୮ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe