/odisha-reporter/media/media_files/2026/02/13/lenka-2026-02-13-11-22-41.jpg)
ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାହ୍ନୁଚରଣ ଲେଙ୍କା଼ଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ପୁଅ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।
Advertisment
୧୯୮୮-୯୪ ମସିହା ଯାଏ ରାଜ୍ୟସଭା ସାଂସଦ ଥିଲେ କାହ୍ନୁଚରଣ ଲେଙ୍କା। ପି. ଭି. ନରସିଂହ ରାଓଙ୍କ ସରକାରରେ ସେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ। ସେହିପରି କଂଗ୍ରେସ ଟିକେଟ୍ରେ ୧୯୯୫ରେ ଚୌଦ୍ୱାର ଆସନରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୫-୨୦୦୦ ମସିହା ଯାଏ ସେ ଚୌଦ୍ଵାର ବିଧାୟକ ଥିଲେ।
କାହ୍ନୁଚରଣ ଲେଙ୍କାଙ୍କ ପରଲୋକରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୋକ ପ୍ରକାଶ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହା ସହିତ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
Advertisment
ସେହିପରି କାହ୍ନୁଚରଣ ଲେଙ୍କାଙ୍କ ପରଲୋକରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ କିଷାନ କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଅମୀୟ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
