Advertisment

Politics: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ

କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ। ପିସିସି ସଭାପତିଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ତା’ର ନେତୃତ୍ୱ ନେଉଛନ୍ତି ଜୟରାମ।

JP
Advertisment

କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ। ପିସିସି ସଭାପତିଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦର ନେତୃତ୍ୱ ନେଉଥିବା ଜୟରାମ ଏହି ସଂଗଠନର ଉଦ୍ଦେଶ୍ୟକୁ ପୂରଣ କରିବାକୁ କାର୍ଯ୍ୟ କରିବା ପାଇଁ କଂଗ୍ରେସରୁ ଇସ୍ତଫା ଦେଇଥିବା କହିଛନ୍ତି।  

Advertisment

ଶ୍ରୀ ପାଙ୍ଗି ଜାରି କରିଥିବା ପ୍ରେସ୍ ରିଲିଜ୍‌ରେ କହିଛନ୍ତି, ମୁଁ କୌଣସି ରାଜନୈତିକ ଦଳରେ ନ ରହି ନିର୍ଦ୍ଦଳୀୟ ଭାବେ ଦଣ୍ଡକାରଣ୍ୟ ପର୍ବତମଳା ବିକାଶ ପରିଷଦର କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ସକାଶେ ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କଲି। ଉକ୍ତ ଇସ୍ତଫା ପତ୍ରକୁ ରାଜ୍ୟ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ଜାତୀୟ ସଭାପତି ମଲ୍ଲିକlଜୁନ ଖଡଗେ ତଥା ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଇଛି।

ସେ କହିଛନ୍ତି, କଂଗ୍ରେସ ମୋତେ ସମ୍ମାନର ସହ ଗ୍ରହଣ କରି ଓଡ଼ିଶା ରାଜ୍ୟ ଆଦିବାସୀ କଂଗ୍ରେସର ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଇଥିଲା। ସେଥିପାଇଁ ମୁଁ କଂଗ୍ରେସ ପାଖରେ କୃତଜ୍ଞ। କିନ୍ତୁ ସଂଗଠନ ପାଇ ସମୟ ଦେଇ ନପାରିବାରୁ ସେତେବେଳେ ମୁଁ ଇସ୍ତଫା ଦେଇଥିଲି। ବର୍ତ୍ତମାନ ମୁଁ ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ଏହାର ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ କାର୍ଯ୍ୟକରୁଥିବାରୁ ସମୟର ଅଭାବ ଦୃଷ୍ଟିରୁ କଂଗ୍ରେସର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ପଡ଼ିଲା। ଇସ୍ତଫା ପଛରେ କିଛି ଦଳୀୟ କନ୍ଦଳ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Advertisment

ଆଦିବାସୀ ଅଧ୍ୟୁଷିତ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳା ସହିତ ଆନ୍ଧ୍ର ପ୍ରଦେଶର ଦୁଇଟି ଜିଲ୍ଳା ଆଲୋରି ସୀତାରାମରାଜୁ ଓ ମାନ୍ୟମର ବିକାଶ ପାଇଁ ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରିଛନ୍ତି ଜୟରାମ ପାଙ୍ଗୀ। ଏହି ସବୁ ଅଞ୍ଚଳଗୁଡ଼ିକର ଉନ୍ନତି ପାଇଁ ସମସ୍ତ ଦଳର ନେତା ଓ କର୍ମୀଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି। 

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୩ ଡିସେମ୍ବର ମାସରେ କଂଗ୍ରେସରେ ଯୋଗ ଦେଇଥିଲେ ପୂର୍ବତନ ମନ୍ତ୍ରୀ ତଥା କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ଶ୍ରୀ ପାଙ୍ଗୀ  ଭାରତ ରାଷ୍ଟ୍ର ସମିତି (BRS)ରେ ଥିଲେ। ତା’ ପୂର୍ବରୁ ସେ ବିଜେପି, ବିଜେଡି ଓ ଜନତା ଦଳରେ ଥିଲେ। ସେ ୪ ଥର ବିଧାନସଭାକୁ ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

୧୯୭୭ ମସିହାରେ ଜନତା ପାର୍ଟି ଟିକେଟରେ ଜୟରାମ ପାଙ୍ଗୀ ପ୍ରଥମେ ପଟ୍ଟାଙ୍ଗୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରେ ସେହି ଆସନରୁ ସେ ଦ୍ୱିତୀୟ ଥର ଜନତା ପାର୍ଟି ଟିକେଟରେ ବିଧାନସଭାକୁ ଯାଇଥିଲେ। ୨୦୦୦ ଓ ୨୦୦୪ରେ ସେ ବିଜେଡି ଟିକେଟରେ ପଟ୍ଟାଙ୍ଗୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୨୦୦୯ ସାଧାରଣ ନିର୍ବାଚନରେ ଜୟରାମ ପାଙ୍ଗୀଙ୍କୁ ବିଜେଡି କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ସେ ଏହି ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୧୭ରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟରେ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe