Advertisment

ରଘୁନାଥଙ୍କ ପଛେ ପଛେ ଚାଲି ଗଲେ ପୁଅ ପ୍ରଶାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ’ ୯ ତାରିଖରେ କରୋନାରେ ଆଖି ବୁଜିଥିଲେ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର। ଆଉ ୧୦ ଦିନ ପରେ ଆଜି ତାଙ୍କ ସାନ ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ଏବଂ ବିସିସିଆଇ ରେଫରୀ ପ୍ରଶାନ୍ତ ମହାପାତ୍ରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା। ପ୍ରଶାନ୍ତ କରୋନାରେ […]

ଅଦ୍ୟତନ ହୋଇଛି
ରଘୁନାଥଙ୍କ ପଛେ ପଛେ ଚାଲି ଗଲେ ପୁଅ ପ୍ରଶାନ୍ତ

Late Raghunath Mohapatra & Prasanta Mohapatra

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ’ ୯ ତାରିଖରେ କରୋନାରେ ଆଖି ବୁଜିଥିଲେ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର। ଆଉ ୧୦ ଦିନ ପରେ ଆଜି ତାଙ୍କ ସାନ ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ଏବଂ ବିସିସିଆଇ ରେଫରୀ ପ୍ରଶାନ୍ତ ମହାପାତ୍ରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା।

Advertisment

ପ୍ରଶାନ୍ତ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଏପରିକି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ମଧ୍ୟ ଆସିଥିଲା। ସେଥିପାଇଁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ଉତ୍ସାହିତ ଥିଲେ। ତେବେ ହଠାତ୍ ପୁଣି ଥରେ ତାଙ୍କ ଅବସ୍ଥା ଗୁରୁତର ହୋଇଗଲା। ତେଣୁ ତାଙ୍କୁ ରେସ୍‌ପେରେଟୋରୀ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଶେଷରେ ସେ ଆଜି ସକାଳେ ଆଖି ବୁଜି ଦେଇଥିଲେ।

ଭୁବନେଶ୍ୱର ଏମ୍ସର ସୁପରିଣ୍ଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି, ଆମ ଟିମ୍‌ର ଶତଚେଷ୍ଟା ସତ୍ତ୍ୱେ ପ୍ରଶାନ୍ତ ବାବୁଙ୍କର ଆଜି ସକାଳ ୭ଟା ୫୧ରେ ଦେହାନ୍ତ ହୋଇଥିଲା। ତାଙ୍କ ବଡ଼ ଭାଇ ଯଶୋବନ୍ତ ମହାପାତ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। କୋଭିଡ୍ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି।

Advertisment

ଶ୍ରୀ ମହାନ୍ତିଙ୍କ ସୂଚନା ଅନୁଯାୟୀ, ପ୍ରଶାନ୍ତଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବାରୁ ତାଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ସରକାରଙ୍କ କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ଏହି ପ୍ରକ୍ରିୟା ସଂପନ୍ନ କରାଯିବ।

ନବେ ଦଶକରେ ଓଡ଼ିଶା ରଣଜୀ ଦଳର ଜଣେ ଲଢ଼ୁଆ ଓପ୍‌ନର ଥିଲେ ପ୍ରଶାନ୍ତ। ୧୯୯୦ ମସିହାରେ ବିହାର ବିପକ୍ଷରେ ରଣଜୀ ଡେବ୍ୟୁ କରିଥିଲେ ମୁନା ଭାବେ ଜଣାଶୁଣା ଏହି କ୍ରିକେଟର। ସେ ୪୫ଟି ପ୍ରଥମ ଶ୍ରେଣୀ ଓ ୧୭ଟି ଲିଷ୍ଟ-A ମ୍ୟାଚ୍ ଖେଳିଥିଲେ। ଓଡ଼ିଶା ପାଇଁ ୪୨ଟି ଓ ଇଷ୍ଟଜୋନ୍ ପାଇଁ ୩ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ଇଷ୍ଟଜୋନ୍ ଦଳରେ ସ୍ଥାନ ପାଇ ସେ ଦୁଲୀପ ଟ୍ରଫି ଏବଂ ଦେଓଧର ଟ୍ରଫି ଖେଳିଥିଲେ। ରଣଜୀ କ୍ୟାରିୟରୁ ଅବସର ନେବା ପରେ ୪୮ଟି ମ୍ୟାଚ୍‌ରେ ବିସିସିଆଇ ରେଫରୀ ଭାବେ ଦାୟିତ୍ୱ ତୁଲାଇଥିଲେ ପ୍ରଶାନ୍ତ।

ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର କହିଛନ୍ତି, ପ୍ରଶାନ୍ତ ମହାପାତ୍ର ଜଣେ କୁଶଳୀ କ୍ରିକେଟର ଥିଲେ। ନେଟ୍ସରେ ତାଙ୍କ ବ୍ୟାଟିଂ ଦେଖି ସଚିନ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚରେକର ମୁଗ୍ଧ ହୋଇଯାଇଥିଲେ ଓ ତାଙ୍କୁ ନିଜର ଶିଷ୍ୟ ଭାବେ ଗ୍ରହଣ କରିଥିଲେ। ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ଼ଙ୍କ ସହିତ ତାଙ୍କର ବହୁତ ଭଲ ସଂପର୍କ ଥିଲା।

ସୂଚନାଯୋଗ୍ୟ, ସ୍ୱର୍ଗତ ରଘୁନାଥ ମହାପାତ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ବି ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ମେ’ ୯ ତାରିଖ ଅପରାହ୍ଣ ୩ଟା ୪୯ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe