/odisha-reporter/media/media_files/2025/11/22/accused-2025-11-22-18-00-54.jpg)
୬୮ ଲକ୍ଷ ୮୫ ହଜାର ୪୯୭ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରି ୨ ବର୍ଷ ହେଲା ଫେରାର ଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସବ୍-ଟ୍ରେଜେରୀର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି ଭିଜିଲାନ୍ସ। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
Advertisment
ହିନ୍ଦୋଳ ସବ୍-ଟ୍ରେଜେରୀରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟ କଲାବେଳେ ମନୋରଞ୍ଜନ ସାହୁ ଚଞ୍ଚକତା କରି ଫ୍ୟାମିଲି ପେନ୍ସନ୍ ପାଉଥିବା ଲୋକଙ୍କ ଅର୍ଥକୁ ନିଜର ତଥା ନିଜ ସଂପର୍କୀୟଙ୍କ ବ୍ୟାଙ୍କ ଏକାଉଣ୍ଟକୁ ପଠାଇ ଦେଇଥିଲେ। ଭିଜିଲାନ୍ସ ତଦନ୍ତ ବେଳେ ଏହି କଥା ସାମ୍ନାକୁ ଆସିଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ଗିରଫ ହେବା ଭୟରେ ମନୋରଞ୍ଜନ ସାହୁ ଫେରାର ହୋଇଯାଇଥିଲେ। ତେବେ ଗତକାଲି ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଭିଜିଲାନ୍ସ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
