Advertisment

୧୦୦ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ପୂର୍ବତନ କୁଳପତିଙ୍କୁ ହତ୍ୟା!

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜଣେ ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ତାଙ୍କ ନାଁ ପ୍ରଫେସର ଧ୍ରୁବରାଜ ନାୟକ। ମାତ୍ର ୧୦୦ ଟଙ୍କା ପାଇଁ ଅଭିଯୁକ୍ତ ତାଙ୍କ ଜୀବନ ନେଇଯାଇଥିବା କୁହାଯାଉଛି। ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଛି। ମୃତ ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ କହିଛନ୍ତି, ଜଣେ ବ୍ୟକ୍ତି ଘର ଭିତରକୁ ପଶି ଆସିଥିଲା। ସେତେବେଳେ ଘରେ ଭାଇ ନଥିଲେ। କେବଳ ଆମ ବୋହୂ ଓ […]

ଅଦ୍ୟତନ ହୋଇଛି
୧୦୦ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ପୂର୍ବତନ କୁଳପତିଙ୍କୁ ହତ୍ୟା!

Victim

Advertisment

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜଣେ ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ତାଙ୍କ ନାଁ ପ୍ରଫେସର ଧ୍ରୁବରାଜ ନାୟକ। ମାତ୍ର ୧୦୦ ଟଙ୍କା ପାଇଁ ଅଭିଯୁକ୍ତ ତାଙ୍କ ଜୀବନ ନେଇଯାଇଥିବା କୁହାଯାଉଛି।

Advertisment

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଛି। ମୃତ ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ କହିଛନ୍ତି, ଜଣେ ବ୍ୟକ୍ତି ଘର ଭିତରକୁ ପଶି ଆସିଥିଲା। ସେତେବେଳେ ଘରେ ଭାଇ ନଥିଲେ। କେବଳ ଆମ ବୋହୂ ଓ ଝିଆରୀ ଘରେ ଥିଲେ। ଉକ୍ତ ବ୍ୟକ୍ତି ବେଡ୍‌ ରୁମ୍‌କୁ ପଶିଯାଇ ଶହେ ଟଙ୍କା ମାଗିଥିଲା। ଟଙ୍କା ନାହିଁ ପରେ ଆସିବୁ ବୋଲି ସେମାନେ ତାକୁ କହିଥିଲେ। ଏହା ଭିତରେ ଭାଇ ପହଞ୍ଚିଥିଲେ ଓ ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ତାକୁ ପଚାରି ଥିଲେ। ଏହା ପରେ ସେ ଭାଇଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା।

ପ୍ରଫେସର ନାୟକଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ସ୍ଥିତ ଏକ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ମିଳିଥିବା ସୂଚନା ଅନୁଯାୟୀ ଫେରାର ଅଭିଯୁକ୍ତକୁ ଲଇକେରା ପୁଲିସ୍‌ ଧରିବା ସହିତ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ସେହି ଗାଁର ହୋଇଥିବା ବେଳେ ପୁଲିସ୍ ପକ୍ଷରୁ ତା’ ସଂପର୍କରେ ସବିଶେଷ ସୂଚନା ଦେଇ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe