Advertisment

ମ୍ୟାଟ୍ରିକ୍ ପରୀକ୍ଷା: ସୁପରିଣ୍ଟେଣ୍ଡେଣ୍ଟ୍‌ ବି ଧରିପାରିବେନି ମୋବାଇଲ୍‌

କଟକ(ପ୍ରଭାତ ବିଷୋୟୀ): ଆଉ ଦିନକ ପରେ ମ୍ୟାଟ୍ରିକ୍ ପରୀକ୍ଷା। ଚଳିତବର୍ଷ ୫ଲକ୍ଷ ୬୦ହଜାର ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେବେ। ତେବେ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା କଟକ ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଏଥିସହ ହଜାରେଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି।  ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ପରୀକ୍ଷା ପର୍ଯ୍ୟବେକ୍ଷକ ରହି ପରୀକ୍ଷା ତଦାରଖ କରିବେ। ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି, “ଆମେ […]

author-image
Jyoshna Pradhan
ମ୍ୟାଟ୍ରିକ୍ ପରୀକ୍ଷା: ସୁପରିଣ୍ଟେଣ୍ଡେଣ୍ଟ୍‌ ବି ଧରିପାରିବେନି ମୋବାଇଲ୍‌

nuapada

କଟକ(ପ୍ରଭାତ ବିଷୋୟୀ): ଆଉ ଦିନକ ପରେ ମ୍ୟାଟ୍ରିକ୍ ପରୀକ୍ଷା। ଚଳିତବର୍ଷ ୫ଲକ୍ଷ ୬୦ହଜାର ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେବେ। ତେବେ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା କଟକ ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଏଥିସହ ହଜାରେଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି।  ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ପରୀକ୍ଷା ପର୍ଯ୍ୟବେକ୍ଷକ ରହି ପରୀକ୍ଷା ତଦାରଖ କରିବେ।publive-image

Advertisment

ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି, “ଆମେ ଛାତ୍ର ଛାତ୍ରୀଙ୍କୁ ଅନୁରୋଧ କରୁଛୁ ନିର୍ଦ୍ୱନ୍ଦ୍ୱରେ ଯାଇ ପରୀକ୍ଷା ଦିଅନ୍ତୁ। ଆଡମିଡ୍ କାର୍ଡ ପାଇଁ କୌଣସି ଅସୁବିଧା ହେବ ନାହିଁ। ଏବର୍ଷ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ପାଇଁ ସେମାନଙ୍କ ସ୍କୁଲର ଜଣେ ଶିକ୍ଷକ ସେଣ୍ଟରକୁ ଯିବେ। କୌଣସି ଅସୁବିଧା ହେଲେ ସେ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବେ। ଫଳରେ କୌଣସି ଅସୁବିଧା ହେବ ନାହିଁ।

ଆମେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛୁ ସେ ପ୍ରତି ସେଣ୍ଟରରେ ଜଣେ ସେଣ୍ଟର ସୁରପରଭାଇଜରଙ୍କୁ ନିଯୁକ୍ତ କରିବେ। ଏହାସହିତ ପ୍ରତି ସେଣ୍ଟରକୁ ନୋଡାଲ ଅବ୍‌ଜରଭର୍‌ ଯିବେ। ପ୍ରଶ୍ନପତ୍ର ଠିକ୍‌ରେ ପହଞ୍ଚିଛି କି ନାହିଁ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଯେପରି ମୋବାଇଲ ଫୋନ୍‌ ସେଣ୍ଟର ଭିତରକୁ ନନେବେ ସେଥିପ୍ରତି ଦୃଷ୍ଟି ଦେବେ। ଏମିତିକି ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ମୋବାଇଲ ଫୋନ୍  ନେଇ ପରୀକ୍ଷା ହଲ୍‌ ଭିତରକୁ ଯାଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।”

Advertisment

ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏ ଚାଲିବ।