/odisha-reporter/media/post_attachments/uploads/2020/09/matric.jpg)
matric
କଟକ(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ। ମେ ୩ରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖ ଯାଏ ଚାଲିବ। ପରୀକ୍ଷା ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ହେବ। ମେ ୩ ତାରିଖ ଅର୍ଥାତ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ହେବ। ୫ ତାରିଖରେ ଦ୍ୱିତୀୟ ଭାଷା ଇଂଲିଶ, ୭ରେ ତୃତୀୟ ଭାଷା ହିନ୍ଦୀ, ୮ରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିତ, ୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।
Advertisment
ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟା ଯାଏ ଚାଲିବ। ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ମିଳିବ। ଅର୍ଥାତ ୧୦ଟା ୧୫ରେ ପରୀକ୍ଷା ସରିବ। ୭ଟା ୪୫ରେ ଉଭୟ ଅବ୍ଜେକ୍ଟିଭ ଓ ସବ୍ଜେକ୍ଟିଭ ପ୍ରଶ୍ନପତ୍ର ବଣ୍ଟାଯିବ। ଅବ୍ଜେକ୍ଟିଭ୍ ସକାଳ ୮ଟାରୁ ୯ଟା, ସବ୍ଜେକ୍ଟିଭ ପରୀକ୍ଷା ୯ଟାରୁ ୧୦ଟା ଯାଏ ହେବ। ଗଣିତ ଅବ୍ଜେକ୍ଟିଭ ପରୀକ୍ଷା ସକାଳ ୮ଟାରୁ ୯ଟା ୧୫ ଯାଏ ଚାଲିବ। OMRରେ ଅବ୍ଜେକ୍ଟିଭ ଓ ବୁକ୍ଲେଟରେ ସବ୍ଜେକ୍ଟିଭ ଉତ୍ତର ଲେଖିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
