Advertisment

‘ବାର୍ ଖୋଲିବା ନିଷ୍ପତ୍ତି ଅବକାରୀ ବିଭାଗ ନେବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ କୋଭିଡ୍ ଗାଇଡଲାଇନକୁ ପାଳନ କରି ରାଜ୍ୟର ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁମତି ଦେଇଛି। ମାତ୍ର ବାର୍ ଖୋଲିବା ସମ୍ପର୍କରେ ଅବକାରୀ ବିଭାଗ ନିଷ୍ପତ୍ତି ନେବ ବୋଲି ପର୍ଯ୍ୟଟନ ବିଭାଗ ଆଜି ସଂଶୋଧିତ ନିର୍ଦ୍ଦେଶନାମା ଜାରି କରି ସ୍ପଷ୍ଟ କରିଛି। ଗତକାଲି ପର୍ଯ୍ୟଟନ ନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ଜାରି କରି କୋଭିଡ୍ କଟକଣା ମଧ୍ୟରେ ରାଜ୍ୟର ସମସ୍ତ ରେଷ୍ଟୁରାଣ୍ଟ ଓ […]

‘ବାର୍ ଖୋଲିବା ନିଷ୍ପତ୍ତି ଅବକାରୀ ବିଭାଗ ନେବ’

bar

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ କୋଭିଡ୍ ଗାଇଡଲାଇନକୁ ପାଳନ କରି ରାଜ୍ୟର ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁମତି ଦେଇଛି। ମାତ୍ର ବାର୍ ଖୋଲିବା ସମ୍ପର୍କରେ ଅବକାରୀ ବିଭାଗ ନିଷ୍ପତ୍ତି ନେବ ବୋଲି ପର୍ଯ୍ୟଟନ ବିଭାଗ ଆଜି ସଂଶୋଧିତ ନିର୍ଦ୍ଦେଶନାମା ଜାରି କରି ସ୍ପଷ୍ଟ କରିଛି।

Advertisment

ଗତକାଲି ପର୍ଯ୍ୟଟନ ନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ଜାରି କରି କୋଭିଡ୍ କଟକଣା ମଧ୍ୟରେ ରାଜ୍ୟର ସମସ୍ତ ରେଷ୍ଟୁରାଣ୍ଟ ଓ ବାର ଖୋଲିବାକୁ ଅନୁମତି ଦେଇଥିଲା।

ସାମାଜିକ ଦୂରତ୍ୱ ଓ ପର୍ଯ୍ୟାପ୍ତ ସାନିଟାଇଜ୍ ମାଧ୍ୟମରେ ରେଷ୍ଟୁରାଣ୍ଟଗୁଡ଼ିକ ଖୋଲିବାକୁ ରାଜ୍ୟ ସରକାର ଦେଇଥିବା ନିଷ୍ପତ୍ତିକୁ ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘ ସ୍ୱାଗତ କରିଛନ୍ତି। ତେବେ ବାର୍‌ଗୁଡ଼ିକ ଏବେ ସିଲ୍ ହୋଇ ରହିଥିବାରୁ ତାହା ଖୋଲିବା ନିମନ୍ତେ ଦିନେଦୁଇଦିନ ସମୟ ଲାଗିବ ବୋଲି ସଂଘ କହିଛି। ତେବେ ଆଜି ପର୍ଯ୍ୟଟନ ବିଭାଗର ସଂଶୋଧିତ ନିର୍ଦ୍ଦେଶନାମା ପରେ ବାରଗୁଡ଼ିକ କେବେ ଖୋଲିବ ତାହା ଅବକାରୀ ବିଭାଗର ନିର୍ଦ୍ଦେଶନାମା ଜାରି ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe