କେତେବେଳେ ନଡ଼ିଆ କତା ଭିତରେ ପୁଣି କେତେବଳେ ପିଚୁ ଟ୍ରକରେ ଯାଉଛି ଏପରି ଜିନିଷ

ବ୍ରହ୍ମପୁର/ରାୟଗଡା(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଲିଛି ବେଧଡକ ନିଶା କାରବାର । ଗଞ୍ଜେଇ ଚାଲାଣ ପାଇଁ ଦିନକୁ ଦିନ ବ୍ୟବସାୟୀମାନେ ଆପଣାଉଛନ୍ତି ନୂଆ ନୂଆ ପନ୍ଥା । କେତେବେଳେ ନଡ଼ିଆ କତା ତ ଆଉ କେତେବେଳେ ପିଚୁ ଟ୍ରକରେ ଚାଲାଣା ହେଉଛି ଗଞ୍ଜେଇ । ବ୍ରହ୍ମପୁର ଏବଂ ରାୟଗଡାରୁ ଆସିଛି ଏଭଳି କିଛି ଖବର । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।  ପିଚୁ ଟ୍ରକ ଭିତରେ କଣ୍ଟାମାଳକୁ ଗଞ୍ଜେଇ […]

ganja-1

ganja-1

Madhupriya Mistry
  • Published: Wednesday, 06 January 2021
  • Updated: 06 January 2021, 02:33 PM IST

Sports

Latest News

ବ୍ରହ୍ମପୁର/ରାୟଗଡା(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଲିଛି ବେଧଡକ ନିଶା କାରବାର । ଗଞ୍ଜେଇ ଚାଲାଣ ପାଇଁ ଦିନକୁ ଦିନ ବ୍ୟବସାୟୀମାନେ ଆପଣାଉଛନ୍ତି ନୂଆ ନୂଆ ପନ୍ଥା । କେତେବେଳେ ନଡ଼ିଆ କତା ତ ଆଉ କେତେବେଳେ ପିଚୁ ଟ୍ରକରେ ଚାଲାଣା ହେଉଛି ଗଞ୍ଜେଇ । ବ୍ରହ୍ମପୁର ଏବଂ ରାୟଗଡାରୁ ଆସିଛି ଏଭଳି କିଛି ଖବର ।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।  ପିଚୁ ଟ୍ରକ ଭିତରେ କଣ୍ଟାମାଳକୁ ଗଞ୍ଜେଇ ଚାଲାଣ ବେଳେ ଧରିଛି କ୍ରାଇମବ୍ରାଞ୍ଚ । ଟ୍ରକ୍ ସହ ୨ ଟନ୍ ଗଞ୍ଜେଇ ଜବତ ହୋଇଛି । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର୍ ଚମ୍ପଟ ମାରିଛନ୍ତି। ଜବତ ଗଞ୍ଜେଇକୁ ଗୁଣୁପୁର କୋର୍ଟରେ ଡିପୋଜିଟ୍ କରାଯିବ। ଟ୍ରକ ମାଲିକକୁ ଏସଟିଏଫ୍ ପଚରାଉଚରା ଜାରି ରଖିଥିବାବେଳେ ତା’ର ବୟାନକୁ  ଆଧାର କରି ଏସଟିଏଫ୍ ଖୋଳତାଡ଼ କରୁଛି । କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ ରାକେଟରେ କେଉଁମାନେ ଅଛନ୍ତି, ତାକୁ ନେଇ ଚାଲିଛି ତଦନ୍ତ ।

ସେହିପରି ବ୍ରହ୍ମପୁରରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ଏକ ନଡ଼ିଆ କତା ବୋଝେଇ ଟ୍ରକରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ ହେଉଥିବା ବେଳେ ଜବତ କରିଛି ବ୍ରହ୍ମପୁର ଅବକାରୀ ବିଭାଗ। ପ୍ରାୟ ୧୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଟ୍ରକ୍ ସହ ଗୋଟିଏ କାର୍ ଓ ଭ୍ୟାନରେ ଚାଲାଣ ହେଉଥିଲା। ଗଜପତି ଜିଲ୍ଲାରୁ ଉତ୍ତରାଖଣ୍ଡକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅବକାରୀ ବିଭାଗ ଚଢାଉ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos