/odisha-reporter/media/post_attachments/uploads/2020/12/brown-sugar.jpg)
brown-sugar
ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ଚାଲିଛି ବେଧଡକ ନିଶା କାରବାର। ଆଜି ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ସିଦ୍ଧ ମହାବୀର ଲେବୁଲ କ୍ରସିଂରୁ ୨୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ଯାହାର ମୂଲ୍ୟ ଅନୁମାନିକ ୨୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୨ ବ୍ରାଉନସୁଗର ବେପାରୀଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଶିବ ପ୍ରସାଦ ବେହେରା ଓ ରଘୁନାଥ ଦାସ ।
Advertisment
ସୂଚନା ଯୋଗ୍ୟ ଯେ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍ ଯୋଗେ ବାଲେଶ୍ୱରରୁ ଧଳା ଜହର ଚାଲାଣ ହେଉଥିଲେ । ଏହି ସମୟରେ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରି ସିଦ୍ଧମହାବୀର ରେଳଫାଟକଠାରୁ ବ୍ରାଉନସୁଗାର ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
