Advertisment

ପୁରୀରୁ ୨୦ ଲକ୍ଷର ବ୍ରାଉନସୁଗର ଜବତ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ଚାଲିଛି ବେଧଡକ ନିଶା କାରବାର। ଆଜି ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ସିଦ୍ଧ ମହାବୀର ଲେବୁଲ କ୍ରସିଂରୁ ୨୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ଯାହାର ମୂଲ୍ୟ ଅନୁମାନିକ ୨୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୨ ବ୍ରାଉନସୁଗର ବେପାରୀଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଶିବ ପ୍ରସାଦ ବେହେରା ଓ ରଘୁନାଥ ଦାସ । ସୂଚନା ଯୋଗ୍ୟ […]

ଅଦ୍ୟତନ ହୋଇଛି
ପୁରୀରୁ ୨୦ ଲକ୍ଷର ବ୍ରାଉନସୁଗର ଜବତ

brown-sugar

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ଚାଲିଛି ବେଧଡକ ନିଶା କାରବାର। ଆଜି ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ସିଦ୍ଧ ମହାବୀର ଲେବୁଲ କ୍ରସିଂରୁ ୨୦୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ଯାହାର ମୂଲ୍ୟ ଅନୁମାନିକ ୨୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୨ ବ୍ରାଉନସୁଗର ବେପାରୀଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଶିବ ପ୍ରସାଦ ବେହେରା ଓ ରଘୁନାଥ ଦାସ ।

Advertisment

ସୂଚନା ଯୋଗ୍ୟ ଯେ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍‌ ଯୋଗେ ବାଲେଶ୍ୱରରୁ ଧଳା ଜହର ଚାଲାଣ ହେଉଥିଲେ । ଏହି ସମୟରେ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରି ସିଦ୍ଧମହାବୀର ରେଳଫାଟକଠାରୁ ବ୍ରାଉନସୁଗାର ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଛି ।

Brown Sugar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe