୨୦୨୩-୨୪ ନୂଆ ଅବକାରୀ ନୀତି: ମହଙ୍ଗା ହେବ ମଦ ଦର, ନୂଆ ମଦ ଦୋକାନକୁ ନା

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ନୂଆ ଅବକାରୀ ନୀତି ଆସନ୍ତା ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Excise

Representative image

Ordigital Desk
  • Published: Thursday, 30 March 2023
  • Updated: 30 March 2023, 10:50 PM IST

Sports

Latest News

ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଭାରତରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମଏଫଏଲ) ଦର ବୃଦ୍ଧି ପାଇବ । ରାଜ୍ୟ ସରକାର ଆଇଏମଏଫଏଲ୍ ଉପରେ ଅବକାରୀ ଶୁଳ୍କ(ଏକ୍ସାଇଜ୍ ଡ୍ୟୁଟି)ରେ ସାମାନ୍ୟ ବୃଦ୍ଧି କରିଛନ୍ତି। ଏହାସହିତ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଅଫ୍ ସପ୍ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ପ୍ରକାରର ଅଫ-ସପ୍ ମଦ ଦୋକାନ ସଂଖ୍ୟା ବୃଦ୍ଧି ଉପରେ କଟକଣା ଜାରି ହୋଇଛି । ତେବେ ଏସବୁ ଦୋକାନର ନବୀକରଣ ପାଇଁ ସରକାର ଅନୁମତି ଦେଇଛନ୍ତି । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମାଂଚଳରେ କୌଣସି ପ୍ରକାରର ଅନ୍ ସପ୍ ଲାଇସେନ୍ସ ପ୍ରଦାନ ନିମନ୍ତେ ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ । କେବଳ ସହରାଂଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଅନ୍ ସପ୍ ଲାଇସେନ୍ସ ପ୍ରଦାନ କରିପାରିବେ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଜାରି କରିଥିବା ଅବକାରୀ ନୀତିରେ ଏହା ଉଲ୍ଲେଖ ରହିଛି ।

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ନୂଆ ଅବକାରୀ ନୀତି ଆସନ୍ତା ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆ ଅବକାରୀ ନୀତିରେ ରାଜ୍ୟ ସରକାର ଲାଇସେନ୍ସ ଫି’, ଏମଜିକ୍ୟୁ(ସର୍ବନିମ୍ନ ନିଶ୍ଚିତ ପରିମାଣ), ମଦ ପ୍ରସ୍ତୁତ ପାଇଁ ଆବେଦନ ଫି’, ଯୋଗାଣକାରୀ ଓ ରିଟେଲର ଫି’ରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଅନ୍ ସପ୍ ମଦଦୋକାନକୁ ଅଫ୍ ସପ୍ ଭଳି କାଉଣ୍ଟର ବିକ୍ରି ଉପରେ କଟକଣା ଜାରି ହୋଇଛି । ସମସ୍ତ ଅଫ ସପ୍‌, ଅନ ସପ୍ ଲାଇସେନ୍ସଧାରୀଙ୍କୁ ସବୁ ପରିମାଣର ବିଦେଶୀ ମଦ ନେବାକୁ ପଡ଼ିବ । ତେବେ କେବଳ ଏଫଏଲ୍ ଅନ୍ ଲାଇସେନ୍ସଧାରୀଙ୍କୁ ଓଡ଼ିଶା ମଦ ନିଗମରୁ କେଜ୍ ବିୟର ଉଠାଇବାକୁ ଅନୁମତି ରହିଛି ।

Also Read

ବିୟର ପାର୍ଲରଗୁଡ଼ିକ ବିୟର ବିକ୍ରି ସହ ୱାଇନ୍ ମଧ୍ୟ ବିକ୍ରି କରିପାରିବେ । ଏହାସହିତ ଦେଶରେ ପ୍ରସ୍ତୁତ ବିଦେଶୀ ମଦ( ଆଇଏମଏଫଏଲ) ଉପରେ ଅବକାରୀ ଟିକସ ସାମାନ୍ୟ ବୃଦ୍ଧି କରିଛନ୍ତି । ତେବେ ବିଦେଶରେ ପ୍ରସ୍ତୁତ ବିଦେଶୀ ମଦ(ଏଫଏମଏଫଏଲ୍ ) , ୱାଇନ୍ ଓ ବିୟର ଦର ଅପରିବର୍ତ୍ତିତ ରହିବ । ରାଜ୍ୟ ସରକାର ଇଜି ଅଫ ଡୁଇଙ୍ଗ ବିଜିନେସକୁ ପ୍ରୋତ୍ସାହିତ କରିବା ନିମନ୍ତେ ପରମିଟ୍‌, ଲାଇସେନ୍ସ, ପେମେଣ୍ଟ ଆଦି ଫାଇଭ-ଟିକୁ କାର୍ଯ୍ୟକାରୀ କରିଛନ୍ତି । ଗୁଇନ୍ଦା ତଥ୍ୟ ଆଧାରରେ ଜ୍ଞାନକୌଶଳର ଉପଯୋଗ କରାଯାଇ ମଦ ଚୋରାଚାଲାଣ ଓ ବିକ୍ରିକୁ ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos