Advertisment

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗଜପତି ମହାରାଜ, କ’ଣ କହିଲେ ପଢନ୍ତୁ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ସୁଦୂର ଆମେରିକାରୁ ଓଟିଭିକୁ ଦେଇଥିବା ଏକ ଏକ୍ସକ୍ଲୁସିଭ୍‌ ଇ-ମେଲ୍‌ ଜରିଆରେ ନିଜ ସ୍ପଷ୍ଟିକରଣ ରଖିଛନ୍ତି ସେ। ଭିତର ରତ୍ନଭଣ୍ଡାର ଚାବି ତାଙ୍କ ପାଖରେ କେବି ବି ରହି ନ ଥାଏ ଏଣୁ ଚାବି ହଜିବା ପ୍ରସଙ୍ଗରେ ତାଙ୍କୁ ଟଣାଯିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି। ୧୯୬୦ ମସିହା ଶ୍ରୀମନ୍ଦିର ଟେମ୍ପଲ ଆକ୍ଟ ହେବା ପରଠାରୁ ଶ୍ରୀମନ୍ଦିରର ସମସ୍ତ ଦାୟିତ୍ୱ […]

author-image
Rakesh Mallick
ଅଦ୍ୟତନ ହୋଇଛି
ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗଜପତି ମହାରାଜ, କ’ଣ କହିଲେ ପଢନ୍ତୁ

gajapati

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ସୁଦୂର ଆମେରିକାରୁ ଓଟିଭିକୁ ଦେଇଥିବା ଏକ ଏକ୍ସକ୍ଲୁସିଭ୍‌ ଇ-ମେଲ୍‌ ଜରିଆରେ ନିଜ ସ୍ପଷ୍ଟିକରଣ ରଖିଛନ୍ତି ସେ। ଭିତର ରତ୍ନଭଣ୍ଡାର ଚାବି ତାଙ୍କ ପାଖରେ କେବି ବି ରହି ନ ଥାଏ ଏଣୁ ଚାବି ହଜିବା ପ୍ରସଙ୍ଗରେ ତାଙ୍କୁ ଟଣାଯିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି। ୧୯୬୦ ମସିହା ଶ୍ରୀମନ୍ଦିର ଟେମ୍ପଲ ଆକ୍ଟ ହେବା ପରଠାରୁ ଶ୍ରୀମନ୍ଦିରର ସମସ୍ତ ଦାୟିତ୍ୱ ସରକାରଙ୍କ ହାତକୁ ଚାଲିଯାଇଛି। ଏଣୁ ଏହି କ୍ରମରେ ଦେଖିବାକୁ ଗଲେ ଭିତର ରତ୍ନଭଣ୍ଡରର ଚାବି କେବଳ ସରକାରଙ୍କ ଅଧୀନରେ ରହିଥାଏ ବୋଲି ସେ କହିଛନ୍ତି। ତାଙ୍କ ପାଖରେ କେବଳ ବାହାର ଭଣ୍ଡାରର ଗୋଟିଏ ଚାବି ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଣୁ ମୁରବୀ ବୋଲି ତାଙ୍କ ଉପରେ ଯେଉଁ ଆକ୍ଷେପ ରହିଛି ସେଥିରେ ସେ ଅଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

Advertisment

ଗଜପତି ମହାରାଜ ଦିବ୍ୟସିଂହ ଦେବ ପିତା ବୀରକିଶୋର ଦେବଙ୍କ ଅନ୍ତେ ସେବା କରିବାକୁ ଅଧିକୃତ ହୋଇଥିଲେ। ହେଲେ ଏହା ପୂର୍ବରୁ ଟେମ୍ପଲ ଆକ୍ଟ ନିର୍ଦ୍ଧାରୀତ ହୋଇ ସାରିଥିଲା। ସରକାରୀ ବିଧି ବ୍ୟବସ୍ଥା ମୁତାବକ ସେ ସମୟରୁ ଜଣେ ଓଏଏସ୍‌ ଅଧିକାରୀ ପ୍ରଶାସକ ପଦବୀରେ ରହି ସମସ୍ତ ଦାୟିତ୍ୱ ବୁଝୁଥିଲେ। ଯାହା ପରବର୍ତ୍ତି ସମୟରେ ତଥା ସମ୍ପ୍ରତି ଜଣେ ବରିଷ୍ଟ ଆଇଏସ୍‌ ଅଧିକାରୀଙ୍କୁ ହସ୍ତାନ୍ତର ହୋଇଛି। ଏଣୁ ତାଙ୍କ ଉପରେ ଚାବି ହଜିବା ଘଟଣାରେ ଆକ୍ଷେପ ଆଦୌ ସମୀଚିନ ନୁହେଁ।

୧୯୬୦ ମସିହା ପରଠାରୁ ଯେତେଥର ରତ୍ନଭଣ୍ଡାର ଖୋଲାଯାଇଛି ସବୁଥର ଶ୍ରୀମନ୍ଦିର ପ୍ରଶାସକ ଓ ଜିଲାପାଳଙ୍କ ନେତୃତ୍ୱରେ ହିଁ ଖୋଲାଯାଇଛି। ଏବଂ ଯେତେବେଳେ ବାହାର ରତ୍ନଭଣ୍ଡାର ଖୋଲାଯାଇଛି ସେତେବେଳେ ଗଜପତିଙ୍କ ପ୍ରତିନିଧି ହିଁ ଉପସ୍ଥିତ ରହିଥାନ୍ତି। ଗଜପତି ମହାରାଜ ତାଙ୍କ ଇ-ମେଲ ବାର୍ତ୍ତାରେ ଲେଖିଛନ୍ତି ଯେ, ଏପ୍ରିଲ ୪ ତାରିଖରେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଭିତର ରତ୍ନଭଣ୍ଡାର ଚାବି ନ ମିଳିବା ନେଇ ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏଣୁ ସେ ବିଭାଗୀୟ ଅଧିକାରୀଙ୍କୁ ଚାବି ଖୋଜିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଏ କଥା ମଧ୍ୟ ସେ ଲେଖିଛନ୍ତି ଯେ, ପ୍ରଶାସନ ଯାହା ନିଷ୍ପତ୍ତି ନିଏ ମୁଖ୍ୟ ପ୍ରଶାସନ ତାକୁ କାର୍ଯ୍ୟକାରୀ କରନ୍ତି। ସେ କେବଳ ବୈଠକରେ ଅଧ୍ୟକ୍ଷତା କରନ୍ତି ଓ ରିଜଲୁସନରେ ଦସ୍ତଖତ କରନ୍ତି। ତାଙ୍କ ଭୂମିକା ଅନ୍ୟ ସାଧାରଣ ସଦସ୍ୟଙ୍କ ଭଳି।

Advertisment

ରତ୍ନଭଣ୍ଡାର ଚାବି ହଜିବା ନିଶ୍ଚିତ ଭାବେ ଏକ ସମ୍ୱେଦନଶୀଳ ଘଟଣା। ଯାହାକୁ ନେଇ ରାଜ୍ୟ ସରକାର ଏବେ ଅଡୁଆରେ ପଡିଥିବା ବେଳେ ଦଇତାପତି ନିଯୋଗର ସଭାପତି ତଥା ବରିଷ୍ଠ ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର ଗଜପତିଙ୍କୁ ଆକ୍ଷେପ କରିଥିଲେ। ନିକଟରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ସେ ଏହି ଘଟଣାର ଗଜପତି ମହାରାଜଙ୍କୁ ଟାଣିଥିଲେ। ଯାହାର ଉତ୍ତର ରଖିଛନ୍ତି ଗଜପତି ମହାରାଜ।