Advertisment

୪ରୁ ଶିଶିର ସରସ, ୧୫ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୪ ତାରିଖରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ ହେବ ‘ଶିଶିର ସରସ’। ଏହି ମେଳାରେ ୨୪ଟି ରାଜ୍ୟ ସମେତ ଓଡ଼ିଶାର ୩୦ଟି ଜିଲ୍ଲାର ଶିଳ୍ପୀ, କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ନିଜ ନିଜର ଦ୍ରବ୍ୟ ଆଣି ବିକ୍ରି କରିବେ। ଏଥି ପାଇଁ ପ୍ରାୟ ୩୦୨ ଷ୍ଟଲର ବ୍ୟବସ୍ଥା ହୋଇଛି। ଆସନ୍ତା ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଓରମାସ୍‌ ଏହି ପ୍ରଦର୍ଶନୀକୁ ଆୟୋଜନ କରିବ।  ଚଳିତ […]

author-image
Manoranjan Sial
୪ରୁ ଶିଶିର ସରସ, ୧୫ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ

exhibition-Sishir-Saras-start-from-Jan-4

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୪ ତାରିଖରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ ହେବ ‘ଶିଶିର ସରସ’। ଏହି ମେଳାରେ ୨୪ଟି ରାଜ୍ୟ ସମେତ ଓଡ଼ିଶାର ୩୦ଟି ଜିଲ୍ଲାର ଶିଳ୍ପୀ, କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ନିଜ ନିଜର ଦ୍ରବ୍ୟ ଆଣି ବିକ୍ରି କରିବେ। ଏଥି ପାଇଁ ପ୍ରାୟ ୩୦୨ ଷ୍ଟଲର ବ୍ୟବସ୍ଥା ହୋଇଛି।

Advertisment

ଆସନ୍ତା ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଓରମାସ୍‌ ଏହି ପ୍ରଦର୍ଶନୀକୁ ଆୟୋଜନ କରିବ।  ଚଳିତ ବର୍ଷ ୧୫ କୋଟି ଟଙ୍କା ବ୍ୟବସାୟ ହେବ ବୋଲି ପୂର୍ବାନୁମାନ କରିଛି ଓରମାସ୍‌। ଏଥି ସହିତ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମନ୍ତ୍ରୀ ପ୍ରଦୀପ ମହାରଥୀ ସୂଚନା ଦେଇଛନ୍ତି।