Advertisment

କୁଆଡ଼େ ଯାଉଛି ପରୀ ହତ୍ୟାକାଣ୍ଡର ତଦନ୍ତ ?

ନୟାଗଡ଼(ଓଡ଼ିଶା ରିପୋର୍ଟର) ପରୀ ହତ୍ୟା ପଛରେ ବଳି  ସନ୍ଦେହ କରିଛନ୍ତି ଖୋଦ୍ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା । ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଆଜି ପରୀ ଗାଁକୁ ଯାଇ ଅନୁଧ୍ୟାନ କରିବା ପରେ ପରୀକୁ ହତ୍ୟା କରାଯାଇଛି କହିବା ସହ ହୁଏତ କେହି ବଳି ଦେବାକୁ ନେଇଥାଇପାରେ ବୋଲି କହିବା ମାମଲାକୁ ନୂଆ ମୋଡ଼ ଦେଇଛି। ଏପଟେ ହାଇକୋର୍ଟଙ୍କ ଗ୍ରୀନ୍ ସିଗନାଲ୍ ବିନା ଆରମ୍ଭ ହୋଇଥିବା ଏସ୍ଆଇଟି ତଦନ୍ତର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି […]

କୁଆଡ଼େ ଯାଉଛି ପରୀ ହତ୍ୟାକାଣ୍ଡର ତଦନ୍ତ ?

pari

Advertisment

ନୟାଗଡ଼(ଓଡ଼ିଶା ରିପୋର୍ଟର) ପରୀ ହତ୍ୟା ପଛରେ ବଳି  ସନ୍ଦେହ କରିଛନ୍ତି ଖୋଦ୍ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା । ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଆଜି ପରୀ ଗାଁକୁ ଯାଇ ଅନୁଧ୍ୟାନ କରିବା ପରେ ପରୀକୁ ହତ୍ୟା କରାଯାଇଛି କହିବା ସହ ହୁଏତ କେହି ବଳି ଦେବାକୁ ନେଇଥାଇପାରେ ବୋଲି କହିବା ମାମଲାକୁ ନୂଆ ମୋଡ଼ ଦେଇଛି। ଏପଟେ ହାଇକୋର୍ଟଙ୍କ ଗ୍ରୀନ୍ ସିଗନାଲ୍ ବିନା ଆରମ୍ଭ ହୋଇଥିବା ଏସ୍ଆଇଟି ତଦନ୍ତର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ବିଧାନସଭାରେ ହଙ୍ଗାମା, ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ ପରେ ରାଜ୍ୟ ସରକାର ଗତ ୨୮ ତାରିଖରେ ଏସ୍ଆଇଟି ଗଠନ କରିଥିଲେ ।

Advertisment

ଏହି ଟିମ୍‌ର ଜଣେ ସିଟିଂ ଜଜ୍‌ଙ୍କ ଦ୍ୱାରା ମନିଟରିଂ କରିବାର ଅନୁରୋଧ କରି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସଜ୍ଞାନକୁ ଆଣିବାକୁ ରେଜିଷ୍ଟ୍ରାର୍ ଜେନେରାଲଙ୍କୁ  ଚିଠି ଲେଖିଲେ । ହେଲେ ଚିଠିର ଉତ୍ତର ଆସିନି, ହାଇକୋର୍ଟ ଏସ୍ଆଇଟି ତତ୍ତ୍ୱାବଧାନ ପାଇଁ ବିଚାରପତିଙ୍କୁ ନିଯୁକ୍ତ କରୁଛନ୍ତି କି ନାହିଁ ଜଣାନାହିଁ, ଚିଠି ଲେଖାଯିବାର ୩ ଦିନ ପରେ ଅର୍ଥାତ୍ ଡିସେମ୍ବର ୧ ତାରିଖରୁ ତରବରିଆ ଭାବେ ଆରମ୍ଭ ହୋଇଗଲାଣି ତଦନ୍ତ  । ସୂଚନା ଅନୁସାରେ ଏହାରି ଭିତରେ ୫ ଦିନ ବିତିବାକୁ ବସିଥିଲା ବେଳେ ଏଯାଏଁ ମନିଟରିଂ ପାଇଁ କୋର୍ଟଙ୍କ ଗ୍ରୀନ୍ ସିଗନାଲ୍ ନାହିଁ  । ତେଣୁ ଏଠି ପ୍ରଶ୍ନ ଯେ, ଏସ୍ଆଇଟି ତଦନ୍ତର ଗୁରୁତ୍ୱ କେତେ ? ନା କେବଳ ସମୟ ଟାଳିବାର ବାହାନା ? ତୁଚ୍ଛା ଛଳନା ? ବରିଷ୍ଠ ଆଇନଜିବୀଙ୍କ ମତରେ ନିରପେକ୍ଷ ତଦନ୍ତ ପାଇଁ ବିଚାରପତି ନିଯୁକ୍ତି ପରେ ଏସ୍ଆଇଟି ତାର ତଦନ୍ତ ଆରମ୍ଭ କରିଥିଲେ, ତଦନ୍ତର ନିରପେକ୍ଷତା ପ୍ରତି ପ୍ରଶ୍ନ ଉଠି ନଥାନ୍ତା।

ସେପଟେ ପରୀର ପରିବାର ଏବଂ ବିଜେପି ଏବେ ବି ମାମଲାର ସିବିଆଇ ତଦନ୍ତ ଦାବିରେ ଅଡ଼ି ବସିଛନ୍ତି।  ଏହି ପ୍ରସଙ୍ଗରେ ଆଜି ପ୍ରେସ୍‌ମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ମନ୍ତ୍ରୀ ଅରୁଣଙ୍କୁ ଟାର୍ଗେଟ୍ କରି ଯଦି ତାଙ୍କର ସଂପୃକ୍ତି ନାହିଁ ସେ କାହିଁକି ଧମକାଉଛନ୍ତି , ତାଙ୍କୁ କାହିଁକି ଥାନାକୁ ଡାକି ଜେରା କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି  ଏସ୍ଆଇଟି। ତଦନ୍ତକୁ ନେଇ ସନ୍ଦେହ ରହିଛି କହି ମାମଲାର ସିବିଆଇ ତଦନ୍ତ କରାନଯିବା ଯାଏଁ, ପରୀକୁ ନ୍ୟାୟ ନମିଳିବା ଯାଏଁ ତୃଣମୂଳ ସ୍ତରରେ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି ପ୍ରତାପ ।  ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ। ଏପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ୍ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଆଜି ପରୀ ଗାଁକୁ ଯାଇ ବାପା-ମାଆଙ୍କୁ ଭେଟିବା ପରେ ପରୀକୁ କେହି ହୁଏତ ବଳି ପାଇଁ ନେଇଥାଇ ପାରେ ବୋଲି କହିବା ପୂରା ମାମଲାକୁ ନୂଆ ମୋଡ଼ ଦେଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe