Advertisment

ରାଜ୍ୟରେ ଜଣେ ବ୍ୟକ୍ତିର ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ଶାସନ ଚାଲିଛି: ପ୍ରଦୀପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଏବେ ଜଣେ ବ୍ୟକ୍ତିର ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ଶାସନ ଚାଲିଛି। ଜଣେ ବ୍ୟକ୍ତି ପାଖରେ ସମସ୍ତ କ୍ଷମତା ଠୁଳ ହୋଇଛି। ପ୍ରଶାସନିକ, ରାଜନୀତିକ ଓ ଆର୍ଥିକ କ୍ଷମତା କେନ୍ଦ୍ରୀଭୂତ ହୋଇ ରହିଛି। ତେଣୁ କ୍ଷମତାର ଅପବ୍ୟହାର ହେଉଛି ବୋଲି ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି। ଏହାସହିତ ରାଜ୍ୟ ଶାସନ ଓ ପାୱାର କରିଡରର ଅନେକ ଗୁମର ମଧ୍ୟ ଖୋଲିବାକୁ ସେ ପଛାଇ ନାହାନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପାଣିଗ୍ରାହୀ […]

ପ୍ରଦୀପଙ୍କ ସମ୍ପର୍କୀୟଙ୍କୁ ପୁଲିସର ଥାର୍ଡ ଡିଗ୍ରୀ!

pradeep

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଏବେ ଜଣେ ବ୍ୟକ୍ତିର ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ଶାସନ ଚାଲିଛି। ଜଣେ ବ୍ୟକ୍ତି ପାଖରେ ସମସ୍ତ କ୍ଷମତା ଠୁଳ ହୋଇଛି। ପ୍ରଶାସନିକ, ରାଜନୀତିକ ଓ ଆର୍ଥିକ କ୍ଷମତା କେନ୍ଦ୍ରୀଭୂତ ହୋଇ ରହିଛି। ତେଣୁ କ୍ଷମତାର ଅପବ୍ୟହାର ହେଉଛି ବୋଲି ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି। ଏହାସହିତ ରାଜ୍ୟ ଶାସନ ଓ ପାୱାର କରିଡରର ଅନେକ ଗୁମର ମଧ୍ୟ ଖୋଲିବାକୁ ସେ ପଛାଇ ନାହାନ୍ତି।

Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ୨୦୧୪ ମସିହା ପରଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ବଦଳିଯାଇଛି। ତା’ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାୟ ପ୍ରତ୍ୟେକଦିନ ସକାଳେ ଦଳର ବରିଷ୍ଠ ନେତାଙ୍କଠୁ ଆରମ୍ଭ କରି ସମାଜର ଭିନ୍ନବର୍ଗର ଲୋକମାନଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରୁଥିଲେ। ଆଉ ତୃଣମୂଳସ୍ତରରେ କ’ଣ ଚାଲିଛି ଓ ଶାସନ କିଭଳି ହେବା ଆବଶ୍ୟକ ତାହା ଜାଣିବାର ସୁଯୋଗ ରହିଥିଲା। କିନ୍ତୁ ଏବେ ସେସବୁ ବନ୍ଦ ହୋଇଯାଇଛି। ଆଉ ସମସ୍ତ କ୍ଷମତା ଜଣେ ବ୍ୟକ୍ତି ପାଖରେ ଠୁଳ କରିଦିଆଯାଇଛି। ଯିଏକି ନିଜର ହାତଗଣତି ବିଶ୍ୱସ୍ତ ଲୋକଙ୍କ ମାଧ୍ୟମରେ ସମସ୍ତ ନିଷ୍ପତ୍ତି ନେଉଛନ୍ତି। ଯେଉଁମାନେ ତାଙ୍କ ଚାରିପଟେ ବିଶ୍ୱସ୍ତ ହୋଇ ରହିଛନ୍ତି ସେମାନେ ନିଜସ୍ୱ ସ୍ୱାର୍ଥହାସଲରେ ଲାଗିଛନ୍ତି। ଆଉ ସେମାନଙ୍କୁ ବିଶ୍ୱାସ କରି ଯେଉଁ ନିଷ୍ପତ୍ତି ନିଆଯାଉଛି ତାହା ଯଦି ସତ ନଥାଏ ତା’ହେଲେ ସାଧାରଣ ଲୋକେ ଯେଉଁମାନଙ୍କୁ କ୍ଷମତା ଦେଇଛନ୍ତି ସେହି ବ୍ୟବସ୍ଥା ଧୂଳିସାତ୍ ହୋଇଯାଉଛି। ତେଣୁ ଯେଉଁମାନେ କ୍ଷମତାକେନ୍ଦ୍ରର ଚାରିପଟେ ବିଶ୍ୱସ୍ତ ହୋଇ ରହିଛନ୍ତି ସେମାନେ ସତ କହିବା ଜରୁରୀ।

ଏଠି ଗୋଟିଏ ଲେଖାଏଁ ବିଭାଗରେ ସଚିବମାନେ ୮ବର୍ଷ ଧରି ରହିଛନ୍ତି। ସେମାନଙ୍କ ପାଖରେ କେହି ପହଂଚି ପାରୁନାହାନ୍ତି। ସେମାନଙ୍କୁ ପରିବର୍ତ୍ତନ କରାଯିବା ଜରୁରୀ। ପରିବର୍ତ୍ତନ କରାଗଲେ ତ କ୍ଷମତାରେ ସନ୍ତୁଳନ କାଏମ ରହିପାରିବ। ସେହିପରି ମନ୍ତ୍ରୀମାନଙ୍କ କ୍ଷମତା କ’ଣ ଓ ସଚିବମାନେ ସେମାନଙ୍କୁ କେତେ ପଚାରି କାମ କରୁଛନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ଶ୍ରୀ ପାଣିଗ୍ରାହୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଓ ନବୀନ ନିବାସକୁ ତାଙ୍କର ଅବାଧ ପ୍ରବେଶ ରହିଥିଲା। ତାଙ୍କ ପରିବାରର ଦାୟିତ୍ୱ ନବୀନ ପଟ୍ଟନାୟକ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଗାଧ ବିଶ୍ୱାସ ତାଙ୍କ ପ୍ରତି ରହିଥିଲା ଓ ସେ ତାଙ୍କର ନିର୍ଦ୍ଦେଶକୁ ପାଳନ କରିବା ଓ ତାଙ୍କର ସ୍ୱାର୍ଥକୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ। କିନ୍ତୁ କେବଳ ଜଣେ ବ୍ୟକ୍ତିଙ୍କ ଆଗରେ ନତମସ୍ତକ ନହେବା ପାଇଁ ତାଙ୍କୁ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସେ ତିନିଥରର ବିଧାୟକ, ଆଜି ଯାହା ପରିଚୟ କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ।

Advertisment

ଏବେବି ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଭଲ ପାଇବା ରହିଛି,ସର୍ବଦା ରହିଥିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ତାଙ୍କ ବିରୁଦ୍ଧରେ କେସ୍ କରିବା ପାଇଁ ଏବେ ବ୍ରହ୍ମପୁରରେ ଲୋକଙ୍କୁ ବାଧ୍ୟ କରାଯାଉଛି। ତାଙ୍କୁ ହଇରାଣ ପାଇଁ ଉଦ୍ୟମ ଚାଲିଛି। ହଜାର ହଜାର ମାମଲା ପୁଲିସ ପାଖରେ ପଡ଼ି ରହିଥିବାବେଳେ ଏକ ଷଡ଼ଯନ୍ତ୍ରକାରୀ ଗୋଷ୍ଠୀଙ୍କ ପ୍ରରୋଚନାରେ ମାମଲା ନଥାଇ ବି ପୁଲିସ ଏବେ ପଛରେ ପଡ଼ିଛି।
ଶ୍ରୀ ପାଣିଗ୍ରାହୀ ଆହୁରି ମଧ୍ୟ କହିଛନ୍ତି ଯେ, ଥରେ ବବି ଦାସ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଡାକି ନେଇଯାଇଥିଲେ। ସେ ଯିବାକୁ ଚାହୁଁନଥିଲେ, କିନ୍ତୁ ବବି ଦାସ ବାଧ୍ୟ କରିବାରୁ ଯାଇଥିଲେ। ମାତ୍ର ସେଠାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଯେଭଳି ବ୍ୟବହାର ତାଙ୍କ ସହ କଲେ ତାହା ତାଙ୍କୁ କଷ୍ଟ ଦେଇଥିଲା ଓ ଆଉ ସେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଆସିବେ ନାହିଁ ବୋଲି ସେହିଦିନ ମନସ୍ଥ କରି ଫେରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe