ରୋଷେଇ କରୁଥିଲେ, ଘରେ ନିଆଁ ଲାଗିଗଲା

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଜଂରା ଗାଁରେ  ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅଭୟ ବେହେରା, ସଞ୍ଜୟ ବେହେରା ଏବଂ ବିଜୟ ବେହେରାଙ୍କ ୬ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଘରର ସମସ୍ତ ଆସବାବପତ୍ର ଓ ଧାନ ପୋଡ଼ି ଯାଇଛି। ଏହାସହ ୩ଟି ବାଛୁରୀ ମଧ୍ୟ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ଗ୍ୟାସ୍‌ରୁ ଲିକ୍‌ ନିଆଁ ଲାଗି ଯାଇଥିଲା। ଖବର ପାଇ କେଆରବାଙ୍କରୁ […]

kendrapada

Rakesh Mallick
  • Published: Sunday, 03 February 2019
  • , Updated: 03 February 2019, 01:29 PM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଜଂରା ଗାଁରେ  ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅଭୟ ବେହେରା, ସଞ୍ଜୟ ବେହେରା ଏବଂ ବିଜୟ ବେହେରାଙ୍କ ୬ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଘରର ସମସ୍ତ ଆସବାବପତ୍ର ଓ ଧାନ ପୋଡ଼ି ଯାଇଛି। ଏହାସହ ୩ଟି ବାଛୁରୀ ମଧ୍ୟ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ଗ୍ୟାସ୍‌ରୁ ଲିକ୍‌ ନିଆଁ ଲାଗି ଯାଇଥିଲା। ଖବର ପାଇ କେଆରବାଙ୍କରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Related story