ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରେଳ ଷ୍ଟେସନ ଯାତ୍ରୀ ବିଶ୍ରାମାଗାର ବାହାରେ ଆଜି ସକାଳୁ ନିଆଁ ଲାଗିଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ସକାଳ ପ୍ରାୟ ୮ଟାରେ ହଠାତ୍ ଏହି ଅଗ୍ନିକାଣ୍ଡ ଘଟିଥିଲା। ବିଶ୍ରାମ ଗୃହ ଭିତରେ ଧୂଆଁ ପଶିଯିବାରୁ ବାହାରକୁ ବାହାରି ଆସିଲେ ଯାତ୍ରୀ। ଯାହାକୁ ନେଇ ବିଶ୍ରାମାଗାର ବାହାରେ ଧାଁ ଦୌଡ଼ ଆରମ୍ଭ ହୋଇଯାଇଥିଲା। ତେବେ ଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯିବାରୁ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଥିଲା।
ଏହାକୁ ନେଇ ଷ୍ଟେସନକୁ ଆସୁଥିବା ଯାତ୍ରୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।
ତେବେ ନିଆଁ କେମିତି ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।