Advertisment

ଇଏ ଟ୍ରେଲର୍ ଥିଲା, ଆଗକୁ ସିନେମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ବୁଦା ଭିତରେ ରହି ଜଙ୍ଗଲର ଖବର ରଖିବା ସହଜ, କିନ୍ତୁ ବଣମୁଲକର ଅସନ୍ତୁଷ୍ଟ ପଶୁପକ୍ଷୀଙ୍କୁ ସାମ୍ନା କରି, ସେମାନଙ୍କ ସମସ୍ୟାର ସମାଧାନ କରିବା ଆଦୌ ସହଜ ନୁହେଁ। ତୃତୀୟ ମହଲାର ଶୀତତାପ ନିୟନ୍ତ୍ରିତ ସୁରକ୍ଷିତ କୋଠରି ଭିତରୁ, ଶାସକ ବିଜେଡିକୁ ଚଳୋଉଥିବା ବାବୁ ପ୍ରଣବ ପ୍ରକାଶ ଆଲିଆସ୍ ବବିବାବୁ ଏବେ ବୁଝି ଯିବେଣି ଯେ, ରାଜନୀତି ପାଠ ଏତେ ସହଜ ନୁହେଁ। କଂଗ୍ରେସର ପୁରୁଣା ମୂଷା ବାବୁ ଯୋଗେଶ ସିଂହଙ୍କୁ ସୁନ୍ଦରଗଡ଼ ବିଜେଡିରେ […]

author-image
Amaresh Biswal
ଅଦ୍ୟତନ ହୋଇଛି
ଇଏ ଟ୍ରେଲର୍ ଥିଲା, ଆଗକୁ ସିନେମା

1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ବୁଦା ଭିତରେ ରହି ଜଙ୍ଗଲର ଖବର ରଖିବା ସହଜ, କିନ୍ତୁ ବଣମୁଲକର ଅସନ୍ତୁଷ୍ଟ ପଶୁପକ୍ଷୀଙ୍କୁ ସାମ୍ନା କରି, ସେମାନଙ୍କ ସମସ୍ୟାର ସମାଧାନ କରିବା ଆଦୌ ସହଜ ନୁହେଁ। ତୃତୀୟ ମହଲାର ଶୀତତାପ ନିୟନ୍ତ୍ରିତ ସୁରକ୍ଷିତ କୋଠରି ଭିତରୁ, ଶାସକ ବିଜେଡିକୁ ଚଳୋଉଥିବା ବାବୁ ପ୍ରଣବ ପ୍ରକାଶ ଆଲିଆସ୍ ବବିବାବୁ ଏବେ ବୁଝି ଯିବେଣି ଯେ, ରାଜନୀତି ପାଠ ଏତେ ସହଜ ନୁହେଁ। କଂଗ୍ରେସର ପୁରୁଣା ମୂଷା ବାବୁ ଯୋଗେଶ ସିଂହଙ୍କୁ ସୁନ୍ଦରଗଡ଼ ବିଜେଡିରେ ମିଶେଇବାକୁ ଯାଇଥିବା ବବିଙ୍କୁ, ନିଜ ଦଳର ନେତା ଓ କର୍ମୀଙ୍କଠାରୁ ଯେଉଁ ପ୍ରକାର ଗାଳି ଶୁଣିବାକୁ ମିଳିଛି, ତାହା ରାଜ୍ୟ ରାଜନୀତିର ପ୍ରତି ଛକରେ ଏବେ ଆଲୋଚନାର ବିଷୟ ପାଲଟିଛି।

Advertisment

ବବିଙ୍କ ବାପା ଅଶୋକ ଦାସ ଥିଲେ ଯାଜପୁରର ଷଣ୍ଢ। କେବଳ ଯାଜପୁର ନୁହେଁ ଓଡ଼ିଶାରେ ବି ତାଙ୍କର ଧାକ୍ ଚାଲୁଥିଲା। ସେ କୁତୁରୁପିଆ ରାଜନୀତିରେ ବିଶ୍ୱାସ କରୁନଥିଲେ। ଜବାବ ଦେଉଥିଲେ ରୋକ୍‌ଠୋକ୍। ଏବେ ‘ସେକେଣ୍ଡ ନବୀନ’ ହେବାକୁ ଚେଷ୍ଟାରେ ଥିବା ତାଙ୍କ ପୁଅ ପ୍ରଣବ ପ୍ରକାଶ ଓରଫ ବବିବାବୁ କିନ୍ତୁ ବାପାଙ୍କ ଫର୍ମାଟ୍‌ରେ ନାହାଁନ୍ତି। ସେ କେବଳ ଗୋଟିଏ ଜାଗାରେ ବସି ଚକ ଘୂରେଇବାରେ ଅଭ୍ୟସ୍ତ। ପ୍ରଥମଥର ପାଇଁ ଦଳର ଗୋଟେ ସମସ୍ୟାର ସମାଧାନ କରିବାକୁ ଯାଇଥିଲେ ସୁନ୍ଦରଗଡ଼। ଭାବିଥିଲେ କଥାଟା ରଫାଦଫା କରିଦେଇ, ରାଜନୈତିକ ଗଡ୍‌ ଫାଦରଙ୍କଠାରୁ ତାଳି ଶୁଣିବେ। କିନ୍ତୁ ଫଳ ହେଲା ଓଲଟା। ସୁନ୍ଦରଗଡ଼ରୁ ଗାଳି ଖାଇ ଫେରିଲେ। ପୁଣି ତୃତୀୟ ମହଲାର ଥଣ୍ଡା କୋଠରିରେ ବି ଗାଳି ପଡ଼ିବ।

ଗୋଟେ କଥା ବବିବାବୁ ଜାଣି ଯିବେଣି, ବିଜେଡି ରାଜନୀତି ଆଗକୁ ଆଉ ‘ଗୋଲାପ ଶେଯ’ ପରି ନରମ ରହିବନି। ‘ସୁନ୍ଦରଗଡ଼ିଆ ଯୋଗେଶ ଏପିସୋଡ୍’ କେବଳ ଟ୍ରେଲର ଥିଲା। ନିର୍ବାଚନ ତାରିଖ ଘୋଷଣା ହେଲାପରେ, ଓଡ଼ିଶାରେ ନିଆଁ ନାଗିଯିବ। ଯେତେ ‘ଦଳଛଡ଼ା’ ଓ ‘ଦଳତଡ଼ା’ଙ୍କୁ ଆଣି ଅଣ୍ଟିରେ ପୂରେଇଛନ୍ତି, ସେଇମାନେ ହିଁ ମିଶିମାଶି ‘ବାରୁଦ ଗଦା’ ସୃଷ୍ଟି କରିବେ। ଇଏ ଯଦୁବଂଶ ପରି ନିଜ ଭିତରେ ଖଣ୍ଡା ବୁଲାବୁଲିରେ ମାତିବେ। ତା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପରି ବବିବାବୁ ଏକ ରାଜ୍ୟସ୍ତରୀୟ ଅଭିଯୋଗ ପ୍ରକୋଷ୍ଠ ଖୋଲି ବସିବେ। ଲାଗୁଛି ଆଗାମୀ ନିର୍ବାଚନରେ କେବଳ ବିଜେଡିରୁ ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରୁ ମିନିମମ୍‌ ୨୫ ଜଣ ଲେଖାଏଁ ପ୍ରାର୍ଥୀ ଠିଆହେବେ। ବାବୁ ପ୍ରଣବ ପ୍ରକାଶ ଏବେଠୁ ତାଲିକା ତିଆରି କରିବା ଆରମ୍ଭ କରନ୍ତୁ।

Advertisment