Advertisment

ନକଲି ଆକ୍ୱାଗାର୍ଡ କରାଖାନା ଠାବ

ବାଦାମବାଡ଼ିର ଜଗନ୍ନାଥ ଲେନ୍‌ରେ ଏକ ଆକ୍ୱାଗାର୍ଡ କମ୍ପାନୀ ଖୋଲାଯାଇ ନକଲି ଆକ୍ୱାଗାର୍ଡ ବିକ୍ରି କରାଯାଉଥିବା ବାଦାମବାଡ଼ି ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
cuttack

cuttack

ନକଲି ଜିନିଷର ହବ୍‌ ପାଲଟିଛି କଟକ ସହର। ନକଲି ତେଲ, ଘିଅ, ଡିଟରଜେଣ୍ଟ୍ ଫ୍ୟାକ୍ଟ୍ରି,ମସଲା, ସସ୍‌ ଓ ଚାହା ଓ ଜର୍ଦ୍ଦା କରାଖାନା ହେବା ପରେ ନକଲି ଆକ୍ୱାଗାର୍ଡ କରାଖାନା ଠାବ କରିଛି ପୁଲିସ । ପୁଲିସ ନକଲି ଆକ୍ୱାଗାର୍ଡ କରାଖାନାରୁ ନକଲି ଆକ୍ୱାଗାର୍ଡ ସହ ନକଲି ଯନ୍ତ୍ରାଂଶ ଜବତ କରିଛି।

Advertisment

ବାଦାମବାଡ଼ିର ଜଗନ୍ନାଥ ଲେନ୍‌ରେ ଏକ ଆକ୍ୱାଗାର୍ଡ କମ୍ପାନୀ ଖୋଲାଯାଇ ନକଲି ଆକ୍ୱାଗାର୍ଡ ବିକ୍ରି କରାଯାଉଥିବା ବାଦାମବାଡ଼ି ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ବାଦାମ ବାଡ଼ି ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଟିମ୍‌ ନକଲି ଆକ୍ୱାଗାର୍ଡ କମ୍ପାନୀରେ ଚଢ଼ାଉ କରିଥିଲା। ନକଲି ଆକ୍ୱାଗାର୍ଡ କମ୍ପାନୀରେ ନାମାଦାମୀ କମ୍ପାନୀର ଲୋଗୋକୁ ଲଗାଇ ଆକ୍ୱାଗାର୍ଡ ବିକ୍ରି କରାଯାଉଥିଲା। ପୁଲିସ ନକଲି ଆକ୍ୱାଗାର୍ଡ ସହ ନକଲି ଯନ୍ତ୍ରାଂଶ ଜବତ କରିଛି। କେଉଁଠି ଜିନିଷ ଆସି ନକଲି ଆକ୍ୱାଗାର୍ଡ ତିଆରି କରାଯାଉଥିଲା, କେଉଁ ମାନଙ୍କୁ ନକଲି ଆକ୍ୱା ଗାର୍ଡ ବିକ୍ରି କରାଯାଉ ଥିଲା ତାହାର ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ପୁଲିସ କାହାକୁ ଗିରଫ କରିନାହିଁ।

Fake Item Racket