Advertisment

ରାଜ୍ୟର କୋଣ ଅନୁକୋଣକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟ ଜାଲ

ଯେଉଁଠି ହାତ ମାରିଲେ, ଖାଲି ନକଲି ନକଲି ନକଲି।

author-image
Manoj Swain

ନକଲି, ନକଲି, ସବୁଠି ନକଲି। ଯୁଆଡ଼େ ହାତ ମାରିଲେ ଜାଲ୍ ସାର୍ଟିଫିକେଟ୍ ଦେଇ ଶିକ୍ଷକ ଚାକିରି ହାତେଇଥିବା ଓ ପଦୋନ୍ନତିର ପୁଳା ପୁଳା ଅଭିଯୋଗ। ବଲାଙ୍ଗିର ଜିଲ୍ଲାରେ କ୍ରାଇମବ୍ରାଞ୍ଚ ଘାଣ୍ଟୁଥିବାବେଳେ ନୀଳଗିରିରୁ ବି ଆସିଛି ସାଂଘାତିକ ତଥ୍ୟ। ଜାଲ୍ ସାର୍ଟିଫିକେଟର ଗନ୍ତାଘର ପାଲଟିଥିବା ବଲାଙ୍ଗିର ଜିଲ୍ଳା ଶିକ୍ଷା ବିଭାଗରେ ଏବେ କୁଆଡ଼େ ଅଛନ୍ତି ଏମିତି ପୁଳା ପୁଳା ନକଲି ଶିକ୍ଷକ। ତଥ୍ୟ କହୁଛି ଗତ ତିନିରୁ ୪ବର୍ଷ ଭିତରେ ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ କାଟେଗୋରିରେ ନିଯୁକ୍ତି ପାଇଥିବା ୩୭୮ ଜଣ ଶିକ୍ଷକ ଦେଇଛନ୍ତି ବାହାର ରାଜ୍ୟର ଯୋଗ୍ୟତା ସାର୍ଟିଫିକେଟ୍ ଯାହାର ବୈଧତାକୁ ନେଇ ଉଠିଛି ପ୍ରଶ୍ନ ।

Advertisment
Odisha Balangir Fake Certificate