/odisha-reporter/media/post_attachments/uploadimage/library/16_9/16_9_0/College_1674832793.jpg)
College
ବୟଫ୍ରେଣ୍ଡ ନଥିଲେ କଲେଜ ମନା! କଲେଜ କର୍ତ୍ତୃପକ୍ଷଙ୍କ ଦସ୍ତଖତ ଥିବା ଏପରି ଚିଠି ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ କଲେଜ ଅଧ୍ୟକ୍ଷା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଜି ଏପରି ଖବର ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ ଆସିଛି।
ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦସ୍ତଖତ ଥିବା ଏକ ଚିଠି ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଭାଇରାଲ ଚିଠିରେ ଉଲ୍ଲେଖ ରହିଛି, ବିନା ବୟଫ୍ରେଣ୍ଡରେ ଛାତ୍ରୀଙ୍କୁ କଲେଜ ମନା। ଆସନ୍ତା ଫେବ୍ରୁଆରୀ ୧୪ ତାରିଖ ପୂର୍ବରୁ ସମସ୍ତ ଛାତ୍ରୀ ଜଣେ ଲେଖାଏଁ ବୟଫ୍ରେଣ୍ଡ ବାଛିବା ସହ ତା'ର ପ୍ରମାଣ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଗଣତନ୍ତ୍ର ଦିବସ ଉପଲକ୍ଷେ କଲେଜ କର୍ତ୍ତୃପକ୍ଷ ଗତ ୨୫ ତାରିଖରେ ଜାରି କରିଥିବା ଚିଠିର କିଛି ଅଂଶ କାଟି ସେହି ସ୍ଥାନରେ ଏଭଳି ଅବାନ୍ତର ତଥ୍ୟ ଲେଖାଯାଇଥିବା ଚିଠିରେ ଭାଇରାଲ ହେଉଛି।
ଭାଇରାଲ୍ ହେଉଥିବା ଚିଠିକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପେଣ୍ଡ୍ରାଣୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଅନୀତା ମାଝି ଏନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କଲେଜ ବଦନାମ କରିବା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ କୌଣସି ଦୁର୍ବୃତ୍ତ ଏଭଳି କହିଥିବା ଅଧ୍ୟକ୍ଷା କହିଛନ୍ତି।
ପୂର୍ବରୁ ସମାନ ଢ଼ଙ୍ଗରେ ଏକ ଚିଠି ଜଗତସିଂହପୁରରେ ଭାଇରାଲ୍ ହୋଇଥିଲା। ଏହାକୁ ନେଇ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ କଲେଜ କର୍ତ୍ତୃପକ୍ଷ ଏନେଇ ଥାନାରେ ଲିଖିତ ଅଭିଯୋ କରିଥିଲେ।
ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
