ଝାରସୁଗୁଡା (ଓଡ଼ିଶା ରିପୋର୍ଟର); ଝାରସୁଗୁଡ଼ା ଜିଲ୍ଲା ଚିଖିଲାପାଲି ଗାଁରୁ ୬୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି ପୁଲିସ। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ସେମାନଙ୍କଠାରୁ ମିଳିଛି ୧୧୦ ଖଣ୍ଡ ୫ ଶହ ଟଙ୍କିଆ ଓ ୫ ଖଣ୍ଡ ୨ ହଜାର ଟଙ୍କିଆ ନୋଟ୍।
ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଜାଲ୍ ନୋଟ କାରବାର ହେଉଥିବା ସୂଚନା ପାଇ ପୁଲିସ ଚିଖିଲାପାଲି ଗାଁରେ ଚଢ଼ଉ କରିଥିଲା।
କିଭଳି ଅଭିଯୁକ୍ତମାନେ ଜାଲ୍ ନୋଟ୍ ତିଆରି କରୁଥିଲେ, ତା’ର ଡେମୋ ଦେଖାଇଥିଲେ ଥାନାରେ। ଏକ କଲର୍ ପ୍ରିଣ୍ଟରରେ ଟଙ୍କାକୁ ରଖି ତା’ର ପ୍ରିଣ୍ଟ ବାହାର କରୁଥିଲେ। ପରେ ଏହାକୁ ବଜାରରେ ଛାଡୁଥିବା ପୁଲିସ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବ୍ରିଜ ତଳକୁ ଖସିଲା ବସ୍, ଭିତରେ ଥିଲେ ୪୫ ଯାତ୍ରୀ
ପ୍ରାୟ ୪୦ରୁ ୪୫ ଜଣ ଯାତ୍ରୀ ଗତ ରାତିରେ ଏକ ବସ୍ ଯୋଗେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ବାହାରିଥିଲେ। ସେମାନେ କାଳୀଜାଇ ଦେଖିବା ପାଇଁ ଯାଉଥିଲେ।
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।