Fake detergent
କଟକ (ଓଡ଼ିଶା ରିପୋର୍ଟର): ନକଲି ଜିନିଷର ହବ୍ ପାଲଟିଛି କଟକ। ନକଲି ତେଲ, ଘିଅ, ମସଲା, ସସ୍ ଓ ଜର୍ଦ୍ଦା କରାଖାନା କଟକ ଜିଲ୍ଲାରୁ ଠାବ ହେବା ପରେ ନକଲି ଡିଟରଜେଣ୍ଟ୍ ଫ୍ୟାକ୍ଟ୍ରିଉପରେ ଚଢ଼ାଉ କରିଛି ପୁଲିସ ।
କଟକମାଲଗୋଦାମ ପୁଲିସ୍ ଟାଙ୍ଗି ଓ ମାହାଙ୍ଗ ଅଞ୍ଚଳରେ ଥିବା ନକଲି ଡିଟରଜେଣ୍ଟ ଫ୍ୟାକ୍ଟ୍ରି ଉପରେ ଚଢାଉ କରିଛି। ଚଢ଼ାଉ ବେଳେ ବିପୁଳ ପରିମାଣର ଡିଟରଜେଣ୍ଟ ସାମଗ୍ରୀ ଓ ଦାମୀ କଂପାନୀର ଷ୍ଟିକର ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଜଣେ ବ୍ୟବସାୟୀଙ୍କୁ ଅଟକ ରଖିଛି। ତାଙ୍କ ନାଁ ଅଭିଜିତ ବେହେରା।
ପୁଲିସ କହିଛି, ନକଲି ଡିଟରଜେଣ୍ଟ ପାଉଡର କାରଖାନା ଚାଲିଥିବା ନେଇ ଆମ ପାଖକୁ ଖବର ଆସିଥିଲା। ୧୭ ତାରିଖ ଦିନ ମାଲଗୋଦାମ ଥାନା ଅଞ୍ଚଳରୁ ଜଣେ ବ୍ୟକ୍ତିଠାରୁ ଆମେ କିଛି ରାପର ଜବତ କରିଥିଲୁ। ତାକୁ ପଚରାଉଚରା କରିବା ପରେ ଟାଙ୍ଗି ବ୍ରାହ୍ମଣପଡ଼ା ଗାଁରେ ଡିଟରଜେଣ୍ଟ ଫ୍ୟାକ୍ଟ୍ରିଉପରେ ଚଢ଼ାଉ କରିଥିଲୁ। ଅଭିଜିତ ବେହେରା ତାର ଦୁଇ ଜଣ ସହଯୋଗୀଙ୍କ ସହ ଏହି କାରାଖାନା ଚଲାଉଥିଲା। ସେମାନେ ବ୍ରାହ୍ମଣପଡ଼ାରେ ନକଲି ଡିଟରଜେଣ୍ଟ ତିଆରି କରି କଟକ ସଦର ଥାନା ଅନ୍ତର୍ଗତ ଖଣ୍ଡିୟତା ଗାଁ ଓ ମାହାଙ୍ଗା ଅଞ୍ଚଳର ଓମର ଗାଁରେ ସର୍ଫ ଏକ୍ସସେଲ୍ ରାପରରେ ପ୍ୟାକେଜିଂ କରି ସାଧାରଣଙ୍କୁ ଲୋକଙ୍କୁ ବିକ୍ରି କରୁଥିଲେ। ସେମାନେ ୧୦ ଟଙ୍କିଆ ପ୍ୟାକେଟ୍ କରି ଏହି ଡିଟରଜେଣ୍ଟକୁ ବିକ୍ରି କରୁଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/04/Untitled-1-64.jpg)