Advertisment

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫେକ୍‌ ଡାକ୍ତର

ବେକରେ ଷ୍ଟେଥୋ ପକାଇ ନିଜକୁ ଡାକ୍ତର ରୂପେ ସଜେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଶିଥିଲେ।

Bhadrak

Bhadrak

Advertisment

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଧରା ପଡ଼ିଛନ୍ତି ଜଣେ ଫେକ୍‌ ଡାକ୍ତର। ବେକରେ ଷ୍ଟେଥୋ ପକାଇ ଡାକ୍ତରଖାନାର ପ୍ରସୂତି ବିଭାଗରେ ସେ ବୁଲୁଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ତାଙ୍କୁ ଧରି ପୁଲିସ୍‌ ଜିମା ଦେଇଛନ୍ତି। ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ପୂରା ଘଟଣା ଏମିତି। ଯାଜପୁର ଜିଲ୍ଲା ଅଞ୍ଚଳର ରାଜୀବ ଲୋଚନ ନାୟକ। ବେକରେ ଷ୍ଟେଥୋ ପକାଇ ନିଜକୁ ଡାକ୍ତର ରୂପେ ସଜେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଶିଥିଲେ। ଡାକ୍ତରଖାନାର ପ୍ରସୂତି ବିଭାଗରେ ପଶିବାକୁ ଉଦ୍ୟମ କରୁଥିଲେ। ଗେଟ୍‌ ପାଖରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ତାଙ୍କୁ ଅଟକାଇଥିଲେ। ସେତେବେଳେ ସେ ନିଜକୁ ନବ ନିଯୁକ୍ତ ଡାକ୍ତର ବୋଲି ପରିଚୟ ଦେଇଥିଲେ। ଆଉ ଓଟି ଓ ୱାର୍ଡକୁ ରାସ୍ତା ପଚାରିଥିଲେ। ଡାକ୍ତର ଭାବି ମହିଳା ସିକ୍ୟୁରିଟି ଗାର୍ଡ଼ ଜଣକ ତାଙ୍କୁ ରାସ୍ତା ଦେଖାଇଥିଲେ। ଏହାପରେ ସେ ପ୍ରସୂତି ବିଭାଗକୁ ଯାଇଥିଲେ।

ରାଜୀବ ଲୋଚନ ନାୟକ ବେକରେ ଷ୍ଟେଥୋ ପକାଇ ପ୍ରସୂତି ୱାର୍ଡ଼ରେ ବୁଲୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସନ୍ତୋଷ ପାତ୍ରଙ୍କ ହାବୁଡ଼ରେ ପଡ଼ିଥିଲେ। ସେ ତାଙ୍କୁ ତାଙ୍କ ପରିଚୟ ପଚାରିଥିଲେ। ମାତ୍ର ସେ ସଠିକ୍‌ ଉତ୍ତର ଦେଇପାରିନଥିଲେ। ଯେଉଁଥିପାଇଁ ତାଙ୍କ ମନରେ ସନ୍ଦେହ ହୋଇଥିଲା। ଏହା ପରେ ସେ ପୁଲିସ୍‌କୁ ଖବର ଦେଇଥିଲେ। ଟାଉନ୍‌ ଥାନା ପୁଲିସ୍‌ ମେଡ଼ିକାଲ୍‌ରେ ପହଞ୍ଚି ରାଜୀବକୁ ଅଟକ ଅଟକ ରଖିଛି। ପଚରା ଉଚୁରା ବେଳେ ସେ ଜଣେ ନକଲି ଡାକ୍ତର ବୋଲି ଜଣାପଡ଼ିଛି।

Advertisment

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak Hospital Fake Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe