Advertisment

କ୍ୱାକ୍‌ଙ୍କ ଅଜବ ଚିକିତ୍ସା; ଅଣ୍ଟା ବିନ୍ଧା ରୋଗୀକୁ ଦେଲେ ପଶୁ ଇଞ୍ଜେକ୍‌ସନ୍‌!

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମଣିଷକୁ ଦିଆଗଲା ପଶୁ ଇଞ୍ଜେକ୍‌ସନ୍‌! କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ ଘଟଣା। ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ। ଅସଲି ଡାକ୍ତର ବୋଲି ପରିଚୟ ଦେଇ ଜଣେ ନକଲି ଡାକ୍ତର(କ୍ୱାକ୍‌) ପଶୁ ଇଞ୍ଜେକ୍‌ସନ୍‌ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଜମାନବନ୍ଦୀ ଲେଖାଇ କ୍ୱାକ୍‌କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ବିଶ୍ୱନାଥ ବେହେରା ଜଣେ କ୍ୱାକ୍‌(ନକଲି ଡାକ୍ତର)। ଶନିବାର ସେ ଠାକୁରମୁଣ୍ଡା ବ୍ଲକ୍‌ […]

ଅଦ୍ୟତନ ହୋଇଛି
କ୍ୱାକ୍‌ଙ୍କ ଅଜବ ଚିକିତ୍ସା; ଅଣ୍ଟା ବିନ୍ଧା ରୋଗୀକୁ ଦେଲେ ପଶୁ ଇଞ୍ଜେକ୍‌ସନ୍‌!

Karanjia

Advertisment

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମଣିଷକୁ ଦିଆଗଲା ପଶୁ ଇଞ୍ଜେକ୍‌ସନ୍‌! କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ ଘଟଣା। ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ। ଅସଲି ଡାକ୍ତର ବୋଲି ପରିଚୟ ଦେଇ ଜଣେ ନକଲି ଡାକ୍ତର(କ୍ୱାକ୍‌) ପଶୁ ଇଞ୍ଜେକ୍‌ସନ୍‌ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଜମାନବନ୍ଦୀ ଲେଖାଇ କ୍ୱାକ୍‌କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

Advertisment

ବିଶ୍ୱନାଥ ବେହେରା ଜଣେ କ୍ୱାକ୍‌(ନକଲି ଡାକ୍ତର)। ଶନିବାର ସେ ଠାକୁରମୁଣ୍ଡା ବ୍ଲକ୍‌ ମହୁଲଡିହା ଗାଁକୁ ଆସିଥିଲେ। ସେ ନିଜକୁ ଠାକୁରମୁଣ୍ଡା ମେଡିକାଲ୍‌ର ଡାକ୍ତର ବୋଲି ପରିଚୟ ଦେଇଥିଲେ। ଶ୍ରୀକାନ୍ତ ମହାନ୍ତଙ୍କ ଅଣ୍ଟା ପେନ୍‌ କରୁଥିବାରୁ ତାଙ୍କ ପାଖକୁ ଯାଇଥିଲେ। ଶ୍ରୀ ମହାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଇଞ୍ଜେକ୍‌ସନ୍‌ ଦେଇଥିଲେ। ଗୋଟେ କି ଦୁଇଟି ନୁହେଁ, ଏକାଥରେ ତିନିଟି ଇଞ୍ଜେକସନ୍‌ ଦେଇଥିବା ଅଭିଯୋଗ ହୋଇଥିଲା।

ବିଶ୍ୱନାଥ ଇଞ୍ଜେକସନ୍‌ ଦେବା ପରେ ଟଙ୍କା ମାଗିଥିଲେ। ପାଖରେ ଟଙ୍କା ନଥିବାରୁ ଶ୍ରୀ ମହାନ୍ତ ପୁଅ ମନୋଜକୁ ଫୋନ୍‌ ଘରୁ ଟଙ୍କା ଆଣିବା ପାଇଁ କହିଥିଲେ। ବାପାଙ୍କ ଫୋନ୍‌ କଲ ପାଇବା ପରେ ମନୋଜ ଟଙ୍କା ଧରି ଆସିଥିଲେ। କ୍ୱାକ୍‌ଙ୍କୁ ଟଙ୍କା ଦେଲା ବେଳେ ମନୋଜଙ୍କ ନଜର ଇଞ୍ଜେକ୍‌ସନ୍‌ ଉପରେ ପଡ଼ିଥିଲା। ଇଞ୍ଜେକ୍‌ସନ୍‌ ଉପରେ ଲେଖାଥିଲା- କେବଳ ପଶୁମାନଙ୍କ ପାଇଁ ଉଦ୍ଧିଷ୍ଟ (MELOXICAM)ମେଲୋକ୍ସିକାମ। ଏହା ଜାଣିବା ପରେ ସେ ସାହି ପଡ଼ିଶାଙ୍କୁ ଡାକି ଘଟଣା ସମ୍ପର୍କରେ କହିଥିଲେ।

Advertisment

ନକଲି ଡାକ୍ତରଙ୍କୁ ଅଟକ ରଖି ସ୍ଥାନୀୟ ପୂର୍ବତନ ସମିତିସଭ୍ୟଙ୍କୁ କହିଥିଲେ ମନୋଜ। ଏହା ପରେ ପୂର୍ବତନ ସମିତି ସଭ୍ୟ ଉକ୍ତ ଇଞ୍ଜେକ୍‌ସନ୍‌ର ଫଟୋ ଉଠାଇ ଜଣେ ଡାକ୍ତରଙ୍କ ପାଖକୁ ପଠାଇଥିଲେ। ଡାକ୍ତର ସେହି ଇଞ୍ଜେକ୍‌ସନ୍‌କୁ ଦେଖିବା ପରେ ମଣିଷଙ୍କୁ ଦେବା କଥା ନୁହେଁ ବୋଲି କହିଥିଲେ।

ଏକଥା ଜାଣିବା ପରେ ଶ୍ରୀ ମହାନ୍ତଙ୍କ ଅକଲ୍‌ ଗୁଡୁମ୍‌ ହୋଇଯାଇଥିଲା। ପରେ କ୍ଵାକଙ୍କୁ ଧରି ମହୁଲଡିହା ଥାନାର ଜିମା ଦେଇଥିଲେ। ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଥିଲା, ବିଶ୍ୱନାଥ ବେହେରା ଡାକ୍ତରୀ ପଢି ନାହାନ୍ତି କି ଫାର୍ମାସିଷ୍ଟ କରିନାହାନ୍ତି। ଏପରିକି ସେ ଠାକୁରମୁଣ୍ଡା ସରକାରୀ ଡାକ୍ତରଖାନାର କର୍ମଚାରୀ ନୁହେଁନ୍ତି। ତେଣୁ ପୁଲିସ୍‌ କ୍ୱାକଠାରୁ ଜିମାନବନ୍ଦୀ ଲେଖାଇ ଛାଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପଶୁ ଇଞ୍ଜେକ୍‌ସନ୍‌ ନେଇଥିବା ଶ୍ରୀ ମହାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe