Advertisment

ବନ୍ଧା ହେଲେ ଧୂର୍ତ୍ତ ରମେଶଙ୍କ ଡ୍ରାଇଭର, ସାର୍‌ଙ୍କ ପାଇଁ କରୁଥିଲେ ମଧ୍ୟସ୍ଥି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାର୍‌ଙ୍କ ବାହାଘରରେ ସାଜୁଥିଲେ ବର ଯାତ୍ରୀ । ଚାକିରି ଦେବା ଆଳରେ ସାର୍‌ ଅନ୍ୟମାନଙ୍କୁ ଚୁନ୍‌ ମାରି ଲକ୍ଷାଧିକ ଟଙ୍କା ହଡପ କରୁଥିବା ବେଳେ ଏହାର ମଧ୍ୟସ୍ଥି ସାଜୁଥିଲେ ଡ୍ରାଇଭର । ସାର୍‌ଙ୍କ ପାଖରେ ଛାଇ ପରି ରହୁଥିଲେ।  ଅଧିକାଂଶ ପାପରେ ସେ ଥିଲେ ଭାଗିଦାର। ଦିନକୁ ଦିନ ପତ୍ନୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଶେଷରେ ପୁଲିସ୍‌ ହାବୁଡ଼ରେ ପଡ଼ିଗଲେ ଧୂର୍ତ୍ତ ନକଲି ଡାକ୍ତର ରମେଶ ସ୍ୱାଇଁ। ଏହାପରଠୁ ରମେଶ ସ୍ୱାଇଁଙ୍କୁ ଛାଡ଼ି […]

author-image
Niharika Rout
ଅଦ୍ୟତନ ହୋଇଛି
ବନ୍ଧା ହେଲେ ଧୂର୍ତ୍ତ ରମେଶଙ୍କ ଡ୍ରାଇଭର, ସାର୍‌ଙ୍କ ପାଇଁ କରୁଥିଲେ ମଧ୍ୟସ୍ଥି

ramesh-&-his-driver

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାର୍‌ଙ୍କ ବାହାଘରରେ ସାଜୁଥିଲେ ବର ଯାତ୍ରୀ । ଚାକିରି ଦେବା ଆଳରେ ସାର୍‌ ଅନ୍ୟମାନଙ୍କୁ ଚୁନ୍‌ ମାରି ଲକ୍ଷାଧିକ ଟଙ୍କା ହଡପ କରୁଥିବା ବେଳେ ଏହାର ମଧ୍ୟସ୍ଥି ସାଜୁଥିଲେ ଡ୍ରାଇଭର । ସାର୍‌ଙ୍କ ପାଖରେ ଛାଇ ପରି ରହୁଥିଲେ।  ଅଧିକାଂଶ ପାପରେ ସେ ଥିଲେ ଭାଗିଦାର। ଦିନକୁ ଦିନ ପତ୍ନୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଶେଷରେ ପୁଲିସ୍‌ ହାବୁଡ଼ରେ ପଡ଼ିଗଲେ ଧୂର୍ତ୍ତ ନକଲି ଡାକ୍ତର ରମେଶ ସ୍ୱାଇଁ। ଏହାପରଠୁ ରମେଶ ସ୍ୱାଇଁଙ୍କୁ ଛାଡ଼ି ଫେରାର ହୋଇ ଯାଇଥିବା ତାଙ୍କ ବ୍ୟକ୍ତିଗତ ଡ୍ରାଇଭର ପପୁକୁ ଶେଷରେ ବାନ୍ଧିଛି ପୁଲିସ୍‌।

Advertisment

ନୟାଗଡ଼ ଜିଲ୍ଲା ରଣପୁରରେ ପପୁ ଥିବା ସୂଚନା ପାଇ ସେଠାକୁ ଯାଇ ତାଙ୍କୁ ମାଡ଼ି ବସିଥିଲା କମିଶନରେଟ ପୁଲିସ୍‌। ଏହାପରେ ତାଙ୍କୁ ଉଠାଇ ଆଣି ଅଜ୍ଞାନ ସ୍ଥାନରେ ପଚରାଉଚରା କରୁଥିବା ପୁଲିସ୍‌ ଶେଷରେ ତାଙ୍କୁ ଆଜି ବାନ୍ଧିଛି। ରମେଶଙ୍କ ବହୁ କଳା କାରନାମାରେ ତାଙ୍କ ସାଥ ଦେଇଥିଲେ ପପୁ। ଏପରିକି ତାଙ୍କର ଗୋଟିଏ ପରେ ଗୋଟିଏ ବିବାହ ହେଉ ବା ଚାକିରି ଦେବା ଆଳରେ ଟଙ୍କା ଠକେଇ ହେଉ ସବୁଥିରେ ରମେଶଙ୍କ ପାଇଁ ମଧ୍ୟସ୍ଥତା ସାଜିଥିଲେ ପପୁ।  

ଏବେ ଡ୍ରାଇଭର ପପୁ ଧରାପଡ଼ିବା ପରେ   ନକଲି ଡାକ୍ତରଙ୍କ ଆହୁରି ଅଧିକ ଗୁମର ପୁଲିସ୍‌ ଖୋଲିବାକୁ ଜୋରଦାର ଚେଷ୍ଟା କରିବ। ରମେଶଙ୍କ ମାମଲାକୁ ଗୁରୁତର ସହ ନେଇ ପୁଲିସ୍‌ ତାଙ୍କ ପ୍ରଥମ ପତ୍ନୀଙ୍କୁ ପଚରାଉଚରା କରୁଥିବା ବେଳେ ଏବେ ଧରା ପଡ଼ିଛି ଡ୍ରାଇଭର । ହେଲେ  ଏବେବି ତାଙ୍କ  ଭିଣୋଇ  ଆଉ ଦ୍ୱିତୀୟ ପତ୍ନୀଙ୍କ ପତ୍ତା ପାଉନି ପୁଲିସ୍‌।

Advertisment

ଗତକାଲି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଲାଏ ଡିଟେକସନ୍‌ ଟେଷ୍ଟ ହୋଇଥିବା ବେଳେ ତାଙ୍କଠାରୁ ସତ ଉଗାରିବା ପାଇଁ ଚେଷ୍ଟା କରିଛି ପୁଲିସ୍‌ । ଏପରିକି ତାଙ୍କୁ ଗୁଡ଼ାଇ ତୁଡ଼ାଇ ୫ ଘଣ୍ଟାରେ ୫୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିବା ବେଳେ କାନ୍ଦି ପକାଇଲେ ରମେଶ ।  ଏଥିନିମନ୍ତେ   ଝାଡପଡା ଜେଲ୍‌ରୁ କଡା ସୁରକ୍ଷାରେ ତାଙ୍କୁ ମହିଳା ଥାନା ପୁଲିସ୍‌ ଅଣା ଯାଇଥିଲା। ଏହାପରେ ରାଜ୍ୟ ଫୋରେନସିକ କାର୍ଯ୍ୟାଳୟର ଲାଏ ଡିଟେକ୍ସନ ବିଭାଗରେ  ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିଲା ସତ ମିଛର ପରୀକ୍ଷା ।

Fake Doctor