Advertisment

ଭାଇ ବାହାଘର ଯୌତୁକରୁ ଭାଗ ନେଉଥିଲା ଭଉଣୀ, ବାନ୍ଧିଲା ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇର କେଳେଙ୍କାରୀରେ ସାଥ ଦେଇଥିବା ତଥା ଭାଗିଦାର ହୋଇଥିବା ଭଉଣୀଙ୍କୁ ଶେଷରେ ବାନ୍ଧିଲା କମିଶନରେଟ ପୁଲିସ୍‌। ଧୃତ ତଥା ଠକ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ତାଲିକା ଲମ୍ବି ଚାଲିଥିବା ବେଳେ ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଭଉଣୀ ରଶ୍ମିତା ବେଉରାଙ୍କୁ  ଉଠାଇ ନେଇ ପଚରାଉଚରା କରୁଥିବା ପୁଲିସ୍‌  ଆଜି ତାଙ୍କୁ ଗିରଫ କରିଛି। ଆଜି ସ୍ପେଶାଲ ସ୍କାର୍ଡ ଭୟ ଭାଇଭଉଣୀଙ୍କୁ ମୁହାଁମୁହିଁ ଜେରା କରିବା ପରେ ରଶ୍ମିତାଙ୍କୁ ଗିରଫ […]

ଅଦ୍ୟତନ ହୋଇଛି
ଭାଇ ବାହାଘର ଯୌତୁକରୁ ଭାଗ ନେଉଥିଲା ଭଉଣୀ, ବାନ୍ଧିଲା ପୁଲିସ୍‌

Fake-Docter

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇର କେଳେଙ୍କାରୀରେ ସାଥ ଦେଇଥିବା ତଥା ଭାଗିଦାର ହୋଇଥିବା ଭଉଣୀଙ୍କୁ ଶେଷରେ ବାନ୍ଧିଲା କମିଶନରେଟ ପୁଲିସ୍‌। ଧୃତ ତଥା ଠକ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ତାଲିକା ଲମ୍ବି ଚାଲିଥିବା ବେଳେ ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଭଉଣୀ ରଶ୍ମିତା ବେଉରାଙ୍କୁ  ଉଠାଇ ନେଇ ପଚରାଉଚରା କରୁଥିବା ପୁଲିସ୍‌  ଆଜି ତାଙ୍କୁ ଗିରଫ କରିଛି। ଆଜି ସ୍ପେଶାଲ ସ୍କାର୍ଡ ଭୟ ଭାଇଭଉଣୀଙ୍କୁ ମୁହାଁମୁହିଁ ଜେରା କରିବା ପରେ ରଶ୍ମିତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଜେରା ବେଳେ ଠକେଇ ପ୍ରମାଣ ମିଳିବା ପରେ ରଶ୍ମିତାଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

Advertisment

ରସିକିଆ ନକଲି ଡାକ୍ତର ରମେଶଙ୍କ ଏକାଧିକ ବାହାଘରରେ  ତାଙ୍କ ଭଉଣୀଙ୍କ ଭୂମିକା ରହିଛି। ଏପରିକି ଭାଇ ବାହାଘରରେ ମିଳୁଥିବା ଜାନି ଯୌତୁକକୁ ଭାଗବଣ୍ଟା କରି ନେଇଯାଉଥିଲେ।  ଅଭିଯୁକ୍ତଙ୍କ ସହ ତାଙ୍କ ଭଉଣୀଙ୍କ ଭିଡିଓ କନଫରେନ୍ସିଂରୁ ମଧ୍ୟ ଏହାର ପ୍ରମାଣ ମିଳିଛି । ଠୋସ୍‌ ପ୍ରମାଣ ମିଳିବା ପରେ ରଶ୍ମିତାଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଡିସିପି ।

ଆଜି ନକଲି ଡାକ୍ତରଙ୍କ ୫ ଦିନିଆ ରିମାଣ୍ଡ ସରୁଥିବାରୁ ପୁଲିସ୍‌ ଅଧିକ ୭ ଦିନ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ବୋଲି କହିଛନ୍ତି ଡିସିପି । ରମେଶଙ୍କ ନାଁରେ ଅଭିଯୋଗର ତାଲିକା ଲମ୍ବି ଚାଲିଥିବା ବେଳେ ତାଙ୍କୁ ଅଧିକ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି କହିଛନ୍ତି ଡିସିପି।

Advertisment

ଏହାବାଦ ପତ୍ନୀ ତାଲିକା ଲମ୍ବାଇ ଚାଲୁଥିବା ଧୃତ ରମେଶ ନାଁରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି।   ମେଡିକାଲ କଲେଜରେ ନାମ ଲେଖାଇଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଧୃତ ରମେଶ ଚାରା ଘୋଟାଲା ବି କରିଛି।  ରମେଶଙ୍କ ଦ୍ୱିତୀୟଙ୍କ ପତ୍ନୀଙ୍କ ନାଁରେ ଥିବା ଢେଙ୍କାନାଳ ଜିଲ୍ଲା ଖୁଣ୍ଟୁଣୀରେ ଥିବା ଏକ ଫାର୍ମ ହାଉସରେ ଆଜି ପୁଲିସ୍‌ ଚଢ଼ାଉ କରୁଥିବା ବେଳେ କାମାକ୍ଷାନଗରରେ ଥିବା ଏକ ଗୁପ୍ତ କୋଠରୀ ବି ଠାବ ହୋଇଛି ।

ଆଜି ଢେଙ୍କାନାଳ ଖୁଣ୍ଟୁଣି ଖମଲସ୍ଥିତ ଏକ ଫାର୍ମ ହାଉସରେ ଚଢାଉ କରିଛି ଭୁବନେଶ୍ୱରର ଏକ ଟିମ୍ । ସେଠାରେ ରମେଶଙ୍କ ସାଢେ ୪ ଏକରର ଫାର୍ମ ହାଉସ ଥିବା ବେଳେ ତାହା ତାଙ୍କ ଦ୍ୱିତୀୟ ପତ୍ନୀ କମଲ ସ୍ୱାଇଁଙ୍କ ନାଁରେ ଅଛି। ନିଜେ ରମେଶ ସେଠାକୁ ଯାଆନ୍ତି, ତଦାରଖ କରନ୍ତି। ସେଠାରେ ତାଙ୍କର ଏକ ୪ ମହଲା ବିଶିଷ୍ଠ କୋଠା ଥିବା ବେଳେ କେୟାରଟେକର ବି ଅଛନ୍ତି। ହେଲେ ସେମାନେ ଠିକ ଭାବେ ଦରମା ପାଉ ନ ଥିବା କହିଛନ୍ତି।  ୨୦୧୮ରେ    ନିଜକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ କହି ରମେଶ ଆନ୍ଧ୍ରପ୍ରଦେଶର ଜଣେ ନର୍ସରୀ ବ୍ୟବସାୟୀଙ୍କଠାରୁ ସାଢ଼େ ୪ ଲକ୍ଷ ଟଙ୍କାର ଚାରା ଆଣିଥିଲେ। ହେଲେ ଚାରା  ରମେଶ  ଦେଇଥିବ ଚେକ୍‌ ବାଉନ୍ସ ହୋଇଯାଇଥିଲା । ଏହି  ଅର୍ଥକୁ ସେ ନିଜ ଫାର୍ମ ହାଉସରେ ବିନିଯୋଗ କରିଥିବା ଅଭିଯୋଗ ରହିଛି ।

ଏହାବାଦ କାମାକ୍ଷାନଗରରେ ରମେଶଙ୍କ ପୁଅ ରାକେଶ ସ୍ୱାଇଁଙ୍କ ନାଁରେ ଏକ କ୍ଲିନିକ ଥିବା ବେଳେ ତା’ ମଧ୍ୟରେ ଏକ ଗୁପ୍ତ କୋଠରୀ ଠାବ ହୋଇଛି। ନିଜକୁ ଡାକ୍ତର ପରିଚୟ ଦେଉଥିବା ରମେଶ ସେଠାରେ ରୋଗୀଙ୍କ ଚିକିତ୍ସା ତଥା ଅପରେସନ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ୍‌ ସେଠାରେ ପହଞ୍ଚି ଘଟଣାର ଖୋଳତାଡ଼ କରୁଛି।

ରମେଶଙ୍କ କେଳେଙ୍କାରୀରେ ତାଙ୍କ ପରିବାର ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ବେଳେ ତାଙ୍କ ଭଉଣୀଙ୍କୁ ଗିରଫ କରି ସାରିଛି। ଏହାପରେ ପୁଲିସ୍‌ ସ୍କାନରରେ ଏବେ ରମେଶଙ୍କ ଭିଣୋଇ ଗଣେଶ, ଡ୍ରାଇଭର ପପୁ ଥିବା ବେଳେ ତାଙ୍କୁ ଖୋଜୁଛି ପୁଲିସ୍‌। ଏହାବାଦ ରମେଶଙ୍କ ଦ୍ୱିତୀୟ ପତ୍ନୀଙ୍କ ଭୂମିକାକୁ ନେଇ ମଦ୍ୟ ସନ୍ଦେହ ପ୍ରକଟ କରିଛି ପୁଲିସ୍‌। ସେ ରମେଶଙ୍କ କେଳେଙ୍କାରୀରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ କରୁଛି ପୁଲିସ୍‌। ଉକ୍ତ ମହିଳାଜଣକ କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ କର୍ମଚାରୀ ହୋଇଥିବା ବେଳେ ପୂର୍ବରୁ ସେ ପାରାଦୀପରେ ନିଯୁକ୍ତ ହୋଇଥିଲେ। ଏବେ ସେ ଓଡ଼ିଶା ବାହାରେ ଥିବା ବେଳେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛି ପୁଲିସ୍‌। ସେ ପୁଲିସ୍‌କୁ ସହଯୋଗ ନ କଲେ ପୁଲିସ୍‌ର ଏକ ଟିମ୍‌ ଯାଇ ତାଙ୍କୁ ପଚରାଉଚୁରା କରିବ ବୋଲି କହିଛନ୍ତି ଡିସିପି।

Fake Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe