Advertisment

Fake Wine: ୨୦ ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ: ସ୍ତ୍ରୀ ଗିରଫ, ସ୍ୱାମୀ ଫେରାର

କନ୍ଦରସିଙ୍ଗା ଗାଁରେ ଏକ ନକଲି ବିଦେଶୀ ମଦ କାରଖାନା ଚାଲିଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ଥିଲା। ପାଖାପାଖି ମାସେ ହେଲାଣି ଏହି କାରଖାନା ନେଇ ତଥ୍ୟ ସଂଗ୍ରହ କରାଯାଉଥିଲା।

Wine

ଜବତ ନକଲି ବିଦେଶୀ ମଦ

Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଙ୍ଗା ଗାଁରେ ଏକ ନକଲି ବିଦେଶୀ ମଦ ତିଆରି କାରଖାନା ଠାବ କରିଛି ଅବକାରୀ ବିଭାଗ। ସେଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ନାମୀଦାମୀ କମ୍ପାନୀର ନକଲି ବିଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି। ନକଲି ବିଦେଶୀ ମଦ କାରଖାନା ଚଲାଉଥିବା ବ୍ୟକ୍ତି ଜଣଙ୍କ ଫେରାର ଥିବା ବେଳେ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

Advertisment

ସୂଚନା ଅନୁସାରେ, କନ୍ଦରସିଙ୍ଗା ଗାଁରେ ଏକ ନକଲି ବିଦେଶୀ ମଦ କାରଖାନା ଚାଲିଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ଥିଲା। ପାଖାପାଖି ମାସେ ହେଲାଣି ଏହି କାରଖାନା ନେଇ ତଥ୍ୟ ସଂଗ୍ରହ କରାଯାଉଥିଲା। ଆଜି ଭୋରରେ ଅବକାରୀ ବିଭାଗର ପରଜଙ୍ଗ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପଦ୍ମିନୀ ନାୟକଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ତାଙ୍କ ସ୍ୱାମୀ ବିଚିତ୍ର ନାୟକ ଫେରାର ହୋଇଯାଇଥିଲେ। ତାଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରହିଛି। 

ଉଭୟ ସ୍ୱାମୀ-ସ୍ତ୍ରୀ ଏହି ନକଲି ବିଦେଶୀ ମଦ କାରଖାନାକୁ ଚଲାଇଥିଲେ। ସେମାନଙ୍କ ଘର ଭିତରେ ହିଁ ଏହି କାରଖାନା ଚାଲିଥିଲା। ସେଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ନକଲି ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି। ୩୫୦ ଲିଟରର  ସ୍ପିରିଟ, ୧୦ ଲିଟର କ୍ୟାରିମେଲ ( ନକଲି ମଦର ରଙ୍ଗ ପାଇଁ ବ୍ୟବହାର କରାଯାଉଥିଲା), ୬ ଲିଟର ଫ୍ଲେଭର, ପ୍ରାୟ ୧୪୩ ଲିଟରର ନକଲି ବିଦେଶୀ ମଦ, ୧୮ ହଜାର ପାଖାପାଖି ଡୁପ୍ଲିକେଟ୍ କ୍ୟାପ୍‌, ନାମୀଦାମୀ ମଦ କମ୍ପାନୀର ୭ହଜାର ୩ ଶହ ଷ୍ଟିକର, ନକଲି ମଦ ପ୍ରସ୍ତୁତିରେ ବ୍ୟବହୃତ ହୋଇଥିବା ଏକ ମେସିନ ସହିତ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌ ଓ ଆଧାରାକାର୍ଡ ଜବତ କରାଯାଇଛି ବୋଲି ଅବକାରୀ ଡିଏସ୍‌ପି କହିଛନ୍ତି।

Advertisment

ପୁଲିସ କହିଛି ଯେ ଅଭିଯୁକ୍ତ ଦ୍ୱୟ ଏବେ ନୂଆ ନୂଆ ଏହି ନକଲି ବିଦେଶୀ ମଦ ତିଆରି କାରଖାନା କରିଥିଲେ। ତେବେ ସେମାନଙ୍କ ସହିତ ଆଉ କାହାର ସଂପର୍କ ରହିଛି ନା ନାହିଁ, ସେ ନେଇ ତଦନ୍ତ କରାଯାଉଛି। ଯଦି ଆଉ କାହାର ସଂପୃକ୍ତି ନେଇ ଜଣାପଡ଼ିବ, ତା’ହେଲେ ତାଙ୍କୁ ବି ଗିରଫ କରାଯିବ।       

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe