Advertisment

ନକଲି ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର ଫ୍ୟାକ୍ଟ୍ରି ସିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରସ୍ଥିତ ଝାରପଡ଼ା ଅଞ୍ଚଳରୁ ନକଲି ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର ପ୍ରସ୍ତୁତ କରୁଥିବା ଏକ ଫ୍ୟାକ୍ଟ୍ରି ଠାବ ହୋଇଛି। ଏଥିସହ ବିପୁଳ ପରିମାଣର ନକଲି ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର ସହ ଏଥିନିମନ୍ତେ ଆବଶ୍ୟକ ସାମଗ୍ରୀ ଜବତ ହୋଇଛି। ଝାରପଡ଼ା ଅଞ୍ଚଳରେ ବିନା ଲାଇସେନ୍ସରେ ଏହି ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର କାରଖାନା ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ଗତକାଲି ଡ୍ରଗ୍ ଇନସପେକ୍ଟର ଚଢ଼ଉ କରିଥିଲେ। ବର୍ତ୍ତମାନ ସମୟରେ କରୋନା ଭାଇରାସ୍ ପାଇଁ ହ୍ୟାଣ୍ଡଓ୍ୱାସ୍‌ର ପ୍ରବଳ […]

ଅଦ୍ୟତନ ହୋଇଛି
ନକଲି ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର ଫ୍ୟାକ୍ଟ୍ରି ସିଲ୍‌

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରସ୍ଥିତ ଝାରପଡ଼ା ଅଞ୍ଚଳରୁ ନକଲି ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର ପ୍ରସ୍ତୁତ କରୁଥିବା ଏକ ଫ୍ୟାକ୍ଟ୍ରି ଠାବ ହୋଇଛି। ଏଥିସହ ବିପୁଳ ପରିମାଣର ନକଲି ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର ସହ ଏଥିନିମନ୍ତେ ଆବଶ୍ୟକ ସାମଗ୍ରୀ ଜବତ ହୋଇଛି।

Advertisment

ଝାରପଡ଼ା ଅଞ୍ଚଳରେ ବିନା ଲାଇସେନ୍ସରେ ଏହି ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର କାରଖାନା ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ଗତକାଲି ଡ୍ରଗ୍ ଇନସପେକ୍ଟର ଚଢ଼ଉ କରିଥିଲେ।

ବର୍ତ୍ତମାନ ସମୟରେ କରୋନା ଭାଇରାସ୍ ପାଇଁ ହ୍ୟାଣ୍ଡଓ୍ୱାସ୍‌ର ପ୍ରବଳ ଚାହିଦା ଥିବାରୁ ନକଲି ସାମଗ୍ରୀରେ ଏଠାରୁ ନିମ୍ନମାନର ହ୍ୟାଣ୍ଡଓ୍ୱାସ୍ ଓ ସାନିଟାଇଜର ପ୍ରସ୍ତୁତ ହେଉଥିଲା।

Advertisment

ଘଟଣାସ୍ଥଳରୁ ପାଖାପାଖି ୩ଲକ୍ଷ ଟଙ୍କାର ହ୍ୟାଣ୍ଡଓ୍ୱାସ୍, ସାନିଟାଇଜର ଓ ନକଲି ସାମଗ୍ରୀ ଜବତ କରାଯାଇଛି। ଏହାସହ ସାନିଟାଇଜର ପ୍ରସ୍ତୁତକାରୀ ଏସ୍.ଏସ୍. ଇଣ୍ଟ୍ରଷ୍ଟୀକୁ ସିଲ୍ କରାଯାଇଛି। ଏହାର ମାଲିକଙ୍କ ବିରୋଧରେ ଡ୍ରଗ୍ସ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe